ଚାଷୀଙ୍କୁ ସର୍ବନାଶ କରିବ କୃଷି ବିଲ୍‌ ,ଉଭୟ ବିଜେଡ଼ି ଓ ବିଜେପି ଚାଷୀ ଓ ଶ୍ରମିକ ବିରୋଧି:ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂହ

ଏହା କଳାବଜାରୀ ଏବଂ ବେଆଇନ୍ ମହଜୁଦକାରୀଙ୍କୁ ପ୍ରୋତ୍ସାହିତ କରିବ

Share this:

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ଚାଷୀ ସ୍ୱାର୍ଥ ବିରୋଧି ବିଲ୍‌କୁ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଶ୍ରୀ ଦିଗ୍‌ବିଜୟ ସିଂହ ଗୁରୁବାର ଦିନ ଭୁବନେଶ୍ଵର ସ୍ଥିତ କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଟୁ ସମାଲୋଚନା କରିଛନ୍ତି । ଚାଷୀଙ୍କୁ ତାଙ୍କର ନ୍ୟାଯ୍ୟ ହକ୍ ଦେବା ପାଇଁ କଂଗ୍ରେସ ସବୁବେଳେ କାର୍ଯ୍ୟ କରିଆସୁଛି । କଂଗ୍ରେସ ସବୁବେଳେ ଜାତିରଜନକ ମହାତ୍ମା ଗାନ୍ଧୀ, ପଣ୍ଡିତ ଜବାହରଲାଲ ନେହେରୁ, ସର୍ଦ୍ଧାର ପଟେଲ ଓ ବାବା ସାହେବ ଆମ୍ବେଦକରଙ୍କ ନୀତି, ଆଦର୍ଶ ଓ ବିଚାରଧାରାକୁ ପାଥେୟ କରି ଜନତାଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରତିଶ୍ରୁତିବଦ୍ଧ । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଲାଲବାହାଦୂର ଶାସ୍ତ୍ରୀ ସର୍ବପ୍ରଥମେ କଷ୍ଟ୍ ସପୋର୍ଟ ପ୍ରାଇସ୍ ବ୍ୟବସ୍ଥାକୁ ଉଚ୍ଛେଦ କରି ମିନିମମ୍ ସପୋର୍ଟ ପ୍ରାଇସ୍ (ସର୍ବନିମ୍ନ ସହାୟକ ମୂଲ୍ୟ) ବ୍ୟବସ୍ଥାକୁ ଆରମ୍ଭ କରିଥିଲେ । ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ସମୟରେ କ୍ଷମତାର ବିକେନ୍ଦ୍ରୀକରଣ କରାଯାଇ ପଞ୍ଚାୟତରାଜ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଥିଲା । କିନ୍ତୁ ୨୦୧୪ ମସିହା ପରଠାରୁ କେନ୍ଦ୍ରରେ ମୋଦି ସରକାର କ୍ରମାଗତ ଭାବେ ଚାଷୀ ଓ ଶ୍ରମିକ ବିରୋଧି ପଦକ୍ଷେପମାନ ଗ୍ରହଣ କରୁଛନ୍ତି ।  ଚାଷୀ ସ୍ୱାର୍ଥ ବିରୋଧି ଆଇନ୍‌କୁ ମୁକ୍ତ ବାଣିଜ୍ୟିକ ରାଜିନାମାର ଦ୍ୱାହି ଦେଇ କିଛି ବିକଶିତ ବିଦେଶୀ ରାଷ୍ଟ୍ରମାନଙ୍କୁ ଖୁସି କରିବା ପାଇଁ ମୋଦି ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ପୂର୍ବରୁ ଚାଷୀ ଓ ଶ୍ରମିକମାନଙ୍କ ସ୍ୱାର୍ଥ ସହିତ ସାଲିସ୍ କଲାଭଳି କୌଣସି ବିଦେଶୀ ଚାପକୁ କଂଗ୍ରେସ ସରକାର ସମୟରେ କେବେ ବି ପ୍ରଶୟ ଦିଆଯାଇନଥିଲା । ଉତ୍ପାଦନ ମୂଲ୍ୟର ୧୦ ପ୍ରତିଶତରୁ ଅଧିକ ସବ୍‌ସିଡ୍ ନଦେବା ପାଇଁ WTO ରେ ଥିବା ବ୍ୟବସ୍ଥାକୁ ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ କଂଗ୍ରେସ ସରକାର କେବେ ଗ୍ରହଣ କରିନଥିଲେ । ବର୍ତମାନର ବିଲ୍‌ରେ ଥିବା ବ୍ୟବସ୍ଥା ଅନୁସାରେ ଚାଷୀଙ୍କୁ ଉତ୍ପାଦିତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ନ ମିଳିବା ସ୍ଥଳେ ବ୍ୟବସାୟୀ ବା ଖରିଦ୍‌ଦାରଙ୍କ ବିରୁଦ୍ଧରେ କୌଣସି ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବନାହିଁ । ବହୁରାଷ୍ଟ୍ରୀୟ କମ୍ପାନୀଗୁଡିକ ଏହି ଆଇନ୍‌ର ବ୍ୟବସ୍ଥା ଫଳରେ ସିଧାସଳଖ ଭାରତର ଗ୍ରାମୀଣ କୃଷି ବଜାର ଉପରେ ନିଜର ଏକଚାଟିଆ ଅଧିକାରୀ ଜାହିର କରିବାର ସୁଯୋଗ ପାଇବେ । ଘରୋଇ କମ୍ପାନୀଗୁଡିକ ନିଜେ ମଣ୍ଡି ଖୋଲିବାର ସୁଯୋଗ ପାଇବେ ଏବଂ ସରକାରଙ୍କ ନିୟନ୍ତ୍ରଣ ନରହିବା ହେତୁ ଚାଷୀ ଶୋଷଣର ଶିକାର ହେବେ । ଚୁକ୍ତିଭିତିକ ଚାଷରେ ଚାଷୀଙ୍କ ସ୍ୱାର୍ଥ ଅପେକ୍ଷା କମ୍ପାନୀମାନଙ୍କ ସ୍ୱାର୍ଥକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି । ପ୍ରତାରଣାର ଶିକାର ହୋଇଥିବା ଚାଷୀଟି କମ୍ପାନୀ ବିରୁଦ୍ଧରେ ସିଧାସଳଖ ନ୍ୟାୟାଳୟକୁ ଯିବାର ବ୍ୟବସ୍ଥା ନାହିଁ । ପ୍ରଥମେ ଉପଜିଲ୍ଲାପାଳ ଏବଂ ପରେ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହେବାର ବ୍ୟବସ୍ଥା ରହିଛି । ଯଦି ଜିଲ୍ଲାପାଳଙ୍କ ପାଖରୁ ଚାଷୀଟିକୁ ନ୍ୟାୟ ନମିଳେ ତେବେ କେନ୍ଦ୍ର ସରକାରଙ୍କ ପାଖରେ ଫେରାଦ ହେବାକୁ ପଡିବ । କୃଷି ଏକ ରାଜ୍ୟଭିତିକ ବିଷୟ ହୋଇଥିବା ହେତୁ ଏ ପ୍ରାବଧାନ ଫଳରେ କେନ୍ଦ୍ର ସରକାରଙ୍କ ସିଧାସଳଖ ହସ୍ତକ୍ଷେପ ଗ୍ରହଣୀୟ ନୁହେଁ । ପୂର୍ବରୁ ଥିବା ଏପିଏମ୍‌ସି ଆକ୍ଟ ବା ମଣ୍ଡି ଆଇନ୍ ବର୍ତମାନ କେନ୍ଦ୍ର ଦ୍ୱାରା ନିୟନ୍ତ୍ରିତ ହେବ, ଯାହା ଚାଷୀକୂଳର ସର୍ବନାଶ କରିବ । ଅତ୍ୟାବଶ୍ୟକୀୟ ଆଇନ୍‌ର ସଂଶୋଧନ ଫଳରେ ବେଆଇନ୍ ମହଜୁଦକାରୀଙ୍କ ବିରୁଦ୍ଧରେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରିବେ ନାହିଁ, ତାହାର ପ୍ରମୁଖ କାରଣ ହେଉଛି ଅତ୍ୟାବଶ୍ୟକୀୟ ଖାଦ୍ୟ ସାମ୍ରଗୀକୁ ମହଜୁଦ କରି ରଖିବାର ନିର୍ଦ୍ଧାରିତ ସୀମା ରହିଲା ନାହିଁ । ପରୋକ୍ଷରେ ଏହା କଳାବଜାରୀ ଏବଂ ବେଆଇନ୍ ମହଜୁଦକାରୀଙ୍କୁ ପ୍ରୋତ୍ସାହିତ କରିବ । ଆଜି ମଧ୍ୟ ଦେଶର ୭୦ଭାଗ କ୍ଷୁଦ୍ର ଓ ନାମମାତ୍ର ଚାଷୀ ତାଙ୍କର ଉତ୍ପାଦିତ ଶସ୍ୟକୁ ମଣ୍ଡି ବାହାରେ କମ ମୂଲ୍ୟରେ ବିକ୍ରି କରିବାପାଇଁ ବାଧ୍ୟ ହେଉଛନ୍ତି । ଶ୍ରୀଯୁକ୍ତ ସିଂହ ଚାଷୀ ବିଲ୍‌କୁ ଲୋକସଭାରେ ବିଜେଡିର ସମର୍ଥନ ନେଇ କଟୁ ସମାଲୋଚନା କରି କହିଥିଲେ ଯେ ଉଭୟ ବିଜେପି ଓ ବିଜେଡି ଭିତରେ ଗୁପ୍ତ ବୁଝାମଣା ରହିଛି ଏବଂ ଦୁଇଟି ଯାକ ଦଳ ଚାଷୀ ଓ ଶ୍ରମିକଙ୍କ ସ୍ୱାର୍ଥ ବିରୋଧି । ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର ଏହି ବିଲ୍‌କୁ ଚାଷୀ ସ୍ୱାର୍ଥ ବିରୋଧ ଦର୍ଶାଇ ଥିଲେ । ସେ ଉଦାହରଣ ଦେଇ କହିଥିଲେ ଯେ ମାନ୍ୟବର ଓଡିଶା ହାଇକୋର୍ଟ କେସ୍ ନଂ ୩୭୨୧/୨୦୦୨ ରେ ପ୍ରଦତ ରାୟ ଅନୁସାରେ ଚାଷୀମାନେ ମିଲ୍ ମାଲିକମାନଙ୍କ ଦ୍ୱାରା ଶୋଷଣର ଶିକାର ହେଉଥିବା କଥାକୁ ଗ୍ରହଣ କରିଥିଲେ ଏବଂ ଏଫ୍‌ସିଆଇକୁ ସିଧାସଳଖ ସର୍ବନିମ୍ନ ସହାୟକ ମୂଲ୍ୟ ଦେଇ ଚାଷୀଙ୍କ ପାଖରୁ ଧାନ କିଣିବା ପାଇଁ ପରାମର୍ଶ ଦେଇଥିଲେ । ଏଭଳି ନିଷ୍ପତି ବିରୁଦ୍ଧରେ ଓଡିଶାର ବିଜେଡି ସରକାର ଓ ତତ୍‌କାଳିନ ଏନ୍‌ଡିଏ ସରକାର ସୁପ୍ରିମ୍‌କୋର୍ଟକୁ ଯାଇଥିଲେ । କିନ୍ତୁ ମାନ୍ୟବର ସୁପ୍ରିମ୍‌କୋର୍ଟ ଏଭଳି ଚାଷୀ ସ୍ୱାର୍ଥ ବିରୋଧି ମାମଲାକୁ ଶୁଣାଣି ପାଇଁ ଗ୍ରହଣ କରିନଥିଲେ । ମଣ୍ଡି ବ୍ୟବସ୍ଥା ଅନୁସାରେ ଚାଷୀ ନିଜର ଉତ୍ପାଦିତ ଶସ୍ୟକୁ ମଣ୍ଡିରେ ବିକିବା ସହିତ ବାହାରେ ମଧ୍ୟ ବିକ୍ରୀ କରିପାରିବ । କିନ୍ତୁ ମୋଦି ସରକାର ସଂପୂର୍ଣ୍ଣ ଭାବରେ ମିଥ୍ୟା ତଥ୍ୟ ପ୍ରଦାନ କରି କହୁଛନ୍ତି ଯେ ପୂର୍ବରୁ ଚାଷୀ ନିଜର ଶସ୍ୟକୁ ମଣ୍ଡି ବାହାରେ ବିକ୍ରି କରିପାରିବାର ବ୍ୟବସ୍ଥା ନଥିଲା । ତେଣୁ ଉଭୟ ବିଜେଡି ଓ ବିଜେପି ଚାଷୀ ସ୍ୱାର୍ଥ ବିରୋଧି । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର ଓ ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝୀ ଉପସ୍ଥିତ ଥିଲେ ।

  • Share this:ଭୁବନେଶ୍ୱର: “ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା – ଜଣେ ବି ଗରିବ ଲୋକକୁ ମୁଁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବାକୁ ଦେବି ନାହିଁ” । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଏହି ବିଚାରଧାରାକୁ କାର୍ଯ୍ୟରେ ପରିଣତ କରି ଖାଦ୍ୟ...
  • Share this:New Delhi/Bhubaneswar : Dr. Brajraj Das, Senior Cardiologist, Apollo Hospitals, Bhubaneswar has been recognised internationally and got fellowship from prestigious Royal College of Physicians of London in 2020....
  • Share this: ଭୁବନେଶ୍ୱର:ବିଶିଷ୍ଟ ଗାଳ୍ପିକ ତଥା ପ୍ରଶାସକ ଶ୍ରୀ ବିଜୟ ନାୟକଙ୍କ ଦ୍ୱାରା ଲିଖିତ ଗଳ୍ପଗୁଡ଼ିକୁ ନେଇ ପ୍ରସ୍ତୁତ ଗଳ୍ପ ସଂକଳନ ‘ଶ୍ରେଷ୍ଠ ଷାଠିଏ’ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଗାଳ୍ପିକ ଶ୍ରୀ ନାୟକ...
  • Share this:ଭୁବନେଶ୍ୱର: ବାଲେଶ୍ୱର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛି । ଦୀର୍ଘ ୨୦ ବର୍ଷ ଶାସନରେ ଲୋକଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇ ପାରୁନଥିବା ଶାସକ ଦଳ ଏବେ...
  • Share this:ବିହାର/ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାରର ବିକାଶ ଏବଂ ଲୋକଙ୍କ କଲ୍ୟାଣ ପାଇଁ ନିରନ୍ତର ଉଦ୍ୟମ କରୁଥିବା ବେଳେ ବିହାରବାସୀ ଏହି ନିର୍ବାଚନରେ ପୁଣି ଥରେ ମୋଦି-ନୀତିଶଙ୍କ ଡବଲ ଇଞ୍ଜିନ ସରକାରକୁ ନିଶ୍ଚିତ...

RELATED BY