
ଝାରସୁଗୁଡା : ଝାରସୁଗୁଡା ସହର ସ୍ଥିତ ଭାଜପା ଜିଲ୍ଲା କାର୍ଯ୍ୟାଳୟ ରେ ଦୁଇ ଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର ସୋମବାର ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଝାଡ଼େଶ୍ୱର ମଣ୍ଡଳ ସଭାପତି ବିମଳେନ୍ଦୁ ଭୋଲଙ୍କ ଅଧକ୍ଷତା ହୋଇଥିବା ବେଳେ ଝାଡ଼େଶ୍ୱର ମଣ୍ଡଳରସମସ୍ତ ଭାଜପା ସଦସ୍ୟଙ୍କୁ କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ଦିଆଯାଇଥିଲା । କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ ଭାଜପା ଜିଲ୍ଲା ସଭାପତି ରଘୁନନ୍ଦନ ପଣ୍ଡା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରେମସେନ ରାୟ, ନେତାଜୀ ପଟ୍ଟନାୟକ, ଚକାମନ ସା, ଉପସ୍ଥିତ ରହି କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ । ଅତିଥି ଓ ବକ୍ତା ମାନେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଅନ୍ତ୍ୟୋଦୟ ଦର୍ଶନ ଏବଂ ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ । ପଣ୍ଡିତ ଦୀନଦୟାଲଙ୍କ ଜୀବନ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ତାଙ୍କ ଦର୍ଶନକୁ ପାଥେୟ କରି ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ପାଖରେ ବିକାଶର ଧାରା ପହଞ୍ଚାଇବା ପାର୍ଟିର ମୁଖ୍ୟ ଲକ୍ଷ୍ୟ ବୋଲି ମତ ରଖିଥିଲେ । ଏହା ସହିତ ଦଳୀୟ ସମ୍ବନ୍ଧୀୟ ବହୁ ବିଷୟରେ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମରେ ଦଳୀୟ ସଙ୍ଗଠନକୁ ଅଧିକ ସୁଦୃଢ଼ କରିବା ଏବଂ ପ୍ରଶିକ୍ଷଣର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରଘୁନନ୍ଦନ ପଣ୍ଡା,ରବି କୁମାର ପଙ୍କଜ ବେହେରା,ଲକ୍ଷ୍ମଣ ଦେହୁରୀ, ସନ୍ତୋଷ ଯାଦବ, ପ୍ରେମସେନ ରେ, ବିମଳେନ୍ଦୁ ଭୋଳ ପ୍ରମୁଖ ଦଳୀୟ କାର୍ଯ୍ୟକର୍ତା ପ୍ରଶିକ୍ଷଣ ଦେଇଥିଲେ । ସମସ୍ତ ସଦସ୍ୟ ଉତ୍ସାହର ସହ ଆଗାମୀ ଦିନରେ ଦଳୀୟ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ପାଇଁ ସଂକଳ୍ପ ନେଇଥିଲେ । ଏହି କାର୍ଯ୍ୟକ୍ରମ ରବିବାର ଓ ସୋମବାର ଦୁଇ ଦିନ ଧରି ଅନୁଷ୍ଠିତ ହୋଇ ସୋମବାର ଉଦଯାପିତ ହୋଇଯାଇଛି ।