ଡିସେମ୍ବର ୨୭ ରୁ ୩୦ କିଷାନ କଂଗ୍ରେସର ମଣ୍ଡିକୁ ଚାଲ ଅଭିଯାନ

ଭୁବନେଶ୍ୱର:ସରକାର ବିଭିନ୍ନ ସ୍ଥାନରେ ମଣ୍ଡି ଖୋଲିବାରେ ଅହେତୁକ ବିଳମ୍ବ ଏବଂ ଓଜନ ସମୟରେ ୫ ରୁ ୭ କେଜି ପର୍ଯ୍ୟନ୍ତ କଟନୀ ଛଟନୀ, ମିଲର ମନମାନୀରେ ମଣ୍ଡିରୁ ଧାନ ଉଠାଣ, ଟୋକନ ସମସ୍ୟା ଓ ଧାନ ବିକ୍ରିକରି ପ୍ରାପ୍ୟ ଦେବାରେ ବିଳମ୍ବ ଏବଂ ମଣ୍ଡିର ଘୋର ଅବ୍ୟବସ୍ଥା ଯୋଗୁଁ ଚାଷୀ ଧାନ ଅଭାବୀ ବିକ୍ରିର ଶିକାର ହୋଇ ଅଣ୍ଡର ରେଟରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଏଥି ପ୍ରତି ସରକାରଙ୍କର ତିଳେମାତ୍ର ନିଘା ନାହିଁ । ସରକାରୀ ଉଦାସୀନତା ଓ ତୃଟିପୂର୍ଣ୍ଣ ଧାନ କ୍ରୟ ନୀତି ଯୋଗୁଁ ଏହି ସମସ୍ୟା କ୍ରମାଗତ ଭାବେ ବଢ଼ିଚାଲିଛି ବୋଲି ଆଜି ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ରାଜ୍ୟ ସରକାରଙ୍କ ଏପରି ଚାଷୀମାରଣ ନୀତିର ତୀବ୍ର ପ୍ରତିବାଦ
କରିଛନ୍ତି । ବ୍ୟବସ୍ଥିତ ଢ଼ଙ୍ଗରେ ମଣ୍ଡିରେ ଧାନ କ୍ରୟ ଏବଂ ଚାଷୀଙ୍କୁ ଉଚିତ୍ ମୂଲ୍ୟ ଦେବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପିସିସି କିଷାନ କଂଗ୍ରେସ ଆହ୍ୱାନରେ ମଣ୍ଡିକୁ ଚାଲ ଅଭିଯାନ ଆସନ୍ତା ୨୭ ଡିସେମ୍ବରରୁ ୩୦ ତାରିଖ ପର୍ଯ୍ୟନ୍ତ ୪ ଦିନଧରି ଜାରି ରହିବ । ଜିଲ୍ଲା ଓ ବ୍ଳକ କିଷାନ କଂଗ୍ରେସ କର୍ମର୍କାମାନେ ମଣ୍ଡିର ବାସ୍ତବ ସ୍ଥିତି ଓ ଚାଷୀଙ୍କ ସମସ୍ୟାକୁ ଅନୁଧ୍ୟାନ କରିବା ପରେ ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ଚଳିତମାସ ୩୧ ଡିସେମ୍ବରରେ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀଯୁକ୍ତ ପଟ୍ଟନାୟକ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି । ଅପର ପକ୍ଷରେ କେନ୍ଦ୍ର ସରକାର ଏମ.ଏସ.ପିକୁ ଆଇନଗତ ଗ୍ୟାରେଣ୍ଟି ଓ ଧାନର କ୍ୱିାଲ ପ୍ରତି ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି ଏବଂ ଅନୁରୂପ ଭାବେ ରାଜ୍ୟ ସରକାର ଛତିଶଗଡ଼ ରାଜ୍ୟ ଭଳି ପ୍ରତି ଧାନ କ୍ୱିାଲରେ ଚାଷୀକୁ ଅତିରିକ୍ତ ୫୦୦ ଟଙ୍କା ବୋନସ ଦେବାକୁ କିଷାନ କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକଙ୍କ ସହିତ ପ୍ରେମାନନ୍ଦ ସ୍ୱାଇଁ, ଭବାନୀ ଶଙ୍କର ରଥ, ଦୟାସାଗର ମେଣ୍ଡଲୀ, ସାନନ୍ଦ ମିଶ୍ର, ସନ୍ତୋଷ କୁମାର ସାହୁ, ପ୍ରିୟବ୍ରତ ପ୍ରଧାନ, ଗୋବିନ୍ଦ ମିଶ୍ର, ମନବୋଧ ପଟେଲ, ଦେବେନ କୁମାର ସାହୁ, ସରୋଜ କୁମାର ରଥ, ସୁବାଷ ରାଉତ, ବୃନ୍ଦାବନ ଖଟେଇ, ପଦ୍ମଚରଣ ସାହୁ, ଭଗବାନ ଜେନା, ନିରଞ୍ଜନ ବେହେରା, ନାରାୟଣ ପରିଡ଼ା, ନର ନାରାୟଣ ଜେନା, ଉମେଶ ସାହୁ, ପି. ଦେବେନ୍ଦ୍ର କୁମାର ରାଓ, ରଘୁନାଥ ପଲିଆ, ସ୍ୱପ୍ନେଶ୍ୱର ପୃଷ୍ଟି, ନରେନ୍ଦ୍ର କୁମାର ପଣ୍ଡା, ଦାଶରଥି ସାହୁ, ଗୋବିନ୍ଦ ପଟେଲ, ବିପ୍ର ଚରଣ ସାହୁ, ଧ୍ରୁବ ଚରଣ ପରିଡ଼ା ପ୍ରମୁଖ ବିଭିନ୍ନ ଜିଲ୍ଲାର କିଷାନ କଂଗ୍ରେସ କର୍ମର୍କାମାନେ ଦୃଢ଼ ଦାବୀ କରିଛନ୍ତି । 

Leave a Reply

Your email address will not be published. Required fields are marked *