
ଭୁବନେଶ୍ୱର : ଆଇଆଇଟି ଖଡ଼ଗପୁରର କମ୍ପ୍ୟୁଟର ସାଇନ୍ସ ଏବଂ ଇଂଜିନିୟରିଂ ବିଭାଗର ଗବେଷିକା ଉତ୍କଳିକା ସତପଥୀ ତାଙ୍କ ପିଏଚ୍.ଡି. ଗବେଷଣା ସଫଳତାର ସହ ଶେଷ କରିଛନ୍ତି ।
ପ୍ରଫେସର ସନ୍ଦୀପ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶନାରେ ସେ “Provenance and Observability Framework for Distributed Microservices” ସମ୍ବନ୍ଧୀୟ ଉନ୍ନତ ଗବେଷଣା କରିଥିଲେ ।
ଗବେଷଣା ଅବଧିରେ ସେ ମଧ୍ୟ ଆଇଆଇଟି ଖଡ଼ଗପୁରର ୟୁବିନେଟ୍ (UbiNet) ଲ୍ୟାବର ସଦସ୍ୟା ଭାବେ କାର୍ଯ୍ୟରତ ଥିଲେ ଏବଂ ସିଷ୍ଟମସ୍ (Systems) ଗବେଷଣା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି।
ତାଙ୍କର ଗବେଷଣା କାର୍ଯ୍ୟ IEEE INFOCOM, COMSNETS ଓ IEEE Transactions on Services Computing ପରି ପ୍ରମୁଖ ଆନ୍ତର୍ଜାତୀୟ ସମ୍ମିଳନୀରେ ସ୍ଥାନ ପାଇଛି ଏବଂ ଜର୍ନାଲରେ ପ୍ରକାଶିତ ହୋଇଛି । ଏହା ସହିତ ସେ COMSNETS 2025ରେ “Best Paper Honourable Mention Award” ସମ୍ମାନ ଅଧିଗତ କରିଥିଲେ ।
ପିଏଚ୍ଡି ଭାଇଭା ପରୀକ୍ଷା ସଫଳତାର ସହ ସମ୍ପନ୍ନ ହୋଇଥିବାବେଳେ, ଆଇଆଇଟି ଗୁୱାହାଟିର ପ୍ରଫେସର ୱେଙ୍କଟେଶ ତାମରାପାଲ୍ଲୀ ବାହ୍ୟ ପରୀକ୍ଷକ ଭାବେ ଯୋଗଦେଇଥିଲେ ।
ତାଙ୍କ ପିଏଚ୍ଡି ଭାଇଭାରେ ଆଇଆଇଟି ଗୁୱାହାଟି ପ୍ରଫେସର ଭେଙ୍କଟେଶ ତାମରାପାଲ୍ଲୀ ବାହ୍ୟ ପରୀକ୍ଷକ ଭାବେ ଯୋଗଦେଇଥିଲେ ଏବଂ ଥେସିସ (Thesis) ସମୀକ୍ଷା କରିଥିଲେ । ଏହା ସହିତ, କାନାଡାର UNBC ବିଶ୍ୱବିଦ୍ୟାଳୟର ପ୍ରଫେସର ଅନୁପମ ଜୋଶୀ ମଧ୍ୟ ଗବେଷଣାର ଅନ୍ୟତମ ସମୀକ୍ଷକ ଭାବେ ଅବଦାନ ରଖିଥିଲେ ।
ଉତ୍କଳିକା ସତପଥୀଙ୍କ ଏହି ସଫଳତା ପାଇଁ ଶିକ୍ଷା ମଣ୍ଡଳୀରେ ଖୁସିର ପରିବେଶ ଦେଖାଦେଇଛି ଏବଂ ତାଙ୍କ ଆଗାମୀ ଦିନଗୁଡ଼ିକ ପାଇଁ ଅନେକେ ଶୁଭେଚ୍ଛା ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ ଉତ୍କଳିକା ସତପଥୀ, ଅବସରପ୍ରାପ୍ତ ଆଇଏଏସ୍ ଦାଶରଥି ଶତପଥୀଙ୍କ କନ୍ୟା ଅଟନ୍ତି ।