ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷଭୁକ୍ତ କଲେ ଲୋକାୟୁକ୍ତ ,୨୩ ତାରିଖ ସୁଦ୍ଧା ଉତ୍ତର ଦେବାକୁ ନିର୍ଦ୍ଦେଶ

ମାସ୍କ ଓ ପିପିଇ କିଟ୍ କିଣା ଦୁର୍ନୀତି
ASHIT TRIPATHY_CS_IAS_ODISHA_30_06_2020

Share this:

ଭୁବନେଶ୍ୱର : ବହୁଚର୍ଚ୍ଚିତ ମାସ୍କ, ପିପିଇ କିଟ୍ ସମେତ କରୋନା ମୁକାବିଲା ପାଇଁ ଅନ୍ୟାନ୍ୟ ଯନ୍ତ୍ରପାତି କିଣାରେ ଓଡିଶା ମେଡିକାଲ କର୍ପୋରେସନର ଦୁର୍ନୀତି ବିରୁଦ୍ଧରେ କଂଗ୍ରେସ ପକ୍ଷରୁ ଶ୍ରୀ ସୁଦର୍ଶନ ଦାସ ଲୋକାୟୁକ୍ତରେ ଯେଉଁ ପିଟିସନ ଦାଖଲ କରିଥିଲେ ତା’ର ବୁଧବାର ଦିନ ଶୁଣାଣି ହୋଇଥିଲା । ଏହି ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଶିଳ୍ପ ସଚିବ ଶ୍ରୀ ହେମନ୍ତ ଶର୍ମା ଓ ମେଡିକାଲ କର୍ପୋରେସନର ଏମ୍‌.ଡି. ଶ୍ରୀମତୀ ଯାମିନୀ ଷଡଙ୍ଗୀ ଉପସ୍ଥିତ ଥିଲେ । ବୁଧବାର ଦିନ ମଧ୍ୟ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର ଏକ ଉତର ମାନ୍ୟବର ଲୋକାୟୁକ୍ତଙ୍କ ନିକଟରେ ଦାଖଲ କରିଛନ୍ତି । କରୋନା ମୁକାବିଲା ପାଇଁ ଗଠିତ ପର୍ଚେଜିଂ କମିଟି ବାରମ୍ବାର କାହିଁକି ପରିବର୍ତ୍ତନ ହେଲା ଏବଂ ସ୍ୱାସ୍ଥ୍ୟ ସଚିବଙ୍କ ପରିବର୍ତ୍ତେ ଶିଳ୍ପ ସଚିବ କାହିଁକି ପର୍ଚେଜିଂ କମିଟିର ଅଧ୍ୟକ୍ଷ ହେଲେ ଏବଂ ପରେ ସେଥିରୁ ବିଦା ହେଲେ ଏହାକୁ ନେଇ ମାନ୍ୟବର ଲୋକାୟୁକ୍ତ ଗୁଡେଇ ତୁଡେଇ ଅଧିକାରୀ ଦ୍ୱୟଙ୍କୁ ପ୍ରଶ୍ନ କରିଥିଲେ । ଉତରରେ ଅଧିକାରୀ ଦ୍ୱୟ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ମୁତାବକ ତାହା ପରିବର୍ତନ ହୋଇଛି ବୋଲି କହିବା ପରେ ମାନ୍ୟବର ଲୋକାୟୁକ୍ତ ମୁଖ୍ୟ ଶାସନ ସଚିବଙ୍କୁ ତଦନ୍ତ ପରିସରଭୁକ୍ତ କରିବା ସହିତ ତାଙ୍କ ପାଖରୁ ଏହାର ଉତର ଜାଣିବା ପାଇଁ ଚାହିଁବା ସହିତ ଚଳିତ ନଭେମ୍ବର ୨୩ ତାରିଖ ସୁଦ୍ଧା ମୁଖ୍ୟ ଶାସନ ସଚିବଙ୍କ ପାଖରୁ ଉତର ପାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଆବେଦନକାରୀ ଶ୍ରୀ ଦାସ ପ୍ରତିପକ୍ଷଙ୍କ ପାଖରୁ ଯେଉଁ ଉତର ଦାଖଲ ହୋଇଛି ତା ଉପରେ ନିଜର ପ୍ରତିକ୍ରିୟା ରଖି କହିଲେ ଯେ ଅନ୍ୟ ରାଜ୍ୟମାନେ ଯେଉଁ ସମୟରେ ୨ ଟଙ୍କାରୁ ୮ ଟଙ୍କା ଭିତରେ ମାସ୍କ କିଣିଛନ୍ତି ସେହି ସମୟରେ ଓଡିଶା ମେଡିକାଲ କର୍ପୋରେସନ ୧୬ ଟଙ୍କାରେ କାହିଁକି ମାସ୍କ କିଣିଲେ ତା’ର ଉତର ସରକାର ଦେଇନାହାନ୍ତି । ମାନ୍ୟବର ଲୋକାୟୁକ୍ତ ପ୍ରତିପକ୍ଷର ସମସ୍ତ ଉତର ପାଇସାରିଲା ପରେ ସେ ସବୁକୁ ଅନୁଧ୍ୟାନ କରି ଆବେଦନକାରୀ ଶ୍ରୀ ଦାସଙ୍କୁ ପ୍ରତ୍ୟୁତର ରଖିବା ପାଇଁ ନିର୍ଦ୍ଦେଶ ଦେବା ସହିତ ଚୂଡାନ୍ତ ଶୁଣାଣି କରିବେ ବୋଲି ପ୍ରକାଶ କରିଥିଲେ । ଏହି ମାମଲାର ପରବର୍ତୀ ଶୁଣାଣି ଆସନ୍ତା ୨୩ ତାରିଖକୁ ଧାର୍ଯ୍ୟ ହୋଇଛି । ବୁଧବାର ଦିନ ଶୁଣାଣି ଲୋକାୟୁକ୍ତର ଅଧ୍ୟକ୍ଷ ନ୍ୟାୟମୂର୍ତି ଅଜିତ୍ ସିଂ ଓ ସଦସ୍ୟ ନ୍ୟାୟମୂର୍ତି ବିଜୟ କୁମାର ନାୟକଙ୍କ ଖଣ୍ଡପୀଠରେ ଅନୁଷ୍ଠିତ ହୋଇଥିଲା । ଆବେଦନକାରୀ ଶ୍ରୀ ସୁଦର୍ଶନ ଦାସଙ୍କ ସହିତ ଶ୍ରୀ ବିଜୟ ପ୍ରଧାନ ଶୁଣାଣି ସମୟରେ ଉପସ୍ଥିତ ରହି ନିଜ ପକ୍ଷ ରଖିଥିଲେ ।

  • Share this:ନୂଆଦିଲ୍ଲୀ/ଭୁବନେଶ୍ୱର :   ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା ତଥା ଡିବିଟି ଜରିଆରେ ଅର୍ଥ ରାଶି...
  • Share this:ଭୁବନେଶ୍ଵର:ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଧର୍ମପତ୍ନୀ ଶୁଶୀଳା ଦେବୀଙ୍କ ପରଲୋକରେ ରାଜ୍ୟ ଜଳ ସଂପଦ ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସଙ୍କ ଗଭୀର ଶୋକ ପ୍ରକାଶ । ସ୍ବର୍ଗତ ଅମର ଆତ୍ମାର ସଦଗତି...
  • Share this:ଭୁବନେଶ୍ଵର: କେନ୍ଦ୍ରରେ ବିଜେପି ନେତୃତ୍ୱରେ ଏନ୍‌.ଡି.ଏ. ସରକାର ଗଠନ ହେବା ପରଠାରୁ ଜନଗଣଙ୍କର ମୌଳିକ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଅଧିକାର ଓ ସାମ୍ବିଧାନିକ ସଂସ୍ଥା ଗୁଡିକ ଉପରେ ନିର୍ମମ ଆକ୍ରମଣ ଆରମ୍ଭ ହୋଇଛି । ସରକାରଙ୍କ ଏକଛତ୍ରବାଦୀ ଆକ୍ରମଣକୁ...
  • Share this:ଭୁବନେଶ୍ଵର : ଗୁରୁବାର ଦିନ ପୁରୀରେ କେ. ରମେଶ୍ ୩୦ବର୍ଷ ବୟସର ଜଣେ ଯୁବକର ପୋଲିସ ହେପାଜତରେ ମୃତ୍ୟୁ ହୋଇଛି । ତାହାପରେ ତାଙ୍କୁ ଅମାନବୀୟ ଭାବରେ ତାଙ୍କ ଘର ଲୋକଙ୍କୁ ନଜଣାଇ ପୋଲିସ୍‌ ସ୍ୱର୍ଗଦ୍ୱାରଠାରେ ଶବ ଦାହ...
  • Share this:ଭୁବନେଶ୍ଵର : ଧାରା ୩୭୦ ଏବଂ ୩୫(କ) ଭାରତୀୟ ସମ୍ବିଧାନର ଅସ୍ଥାୟୀ ଅଙ୍ଗ ଥିଲା । ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ବିସ୍ତୃତ ଆଲୋଚନା କରାଯାଇ ଗତ ବର୍ଷ ଅଗଷ୍ଟ ୫ ତାରିଖ ଦିନ ଏହି ଦୁଇଟି ଧାରାକୁ...

RELATED BY