ଅଦା ଓ ଶୁଣ୍ଠିର ଉପକାରୀତା

କଞ୍ଚା ଅବସ୍ଥାରେ ଏହାକୁ ଅଦା କୁହନ୍ତି ଓ ଶୁଖିଲା ଅବସ୍ଥାରେ ଏହାକୁ ଶୁଣ୍ଠି କୁହନ୍ତି

Share this:

ଅଦା ଭାରତବର୍ଷର ସବୁ ଜାଗାରେ ମିଳିଥାଏ । ଏହା ମାଟି ତଳେ ଫଳିଥାଏ କଞ୍ଚା ଅବସ୍ଥାରେ ଏହାକୁ ଅଦା କୁହନ୍ତି ଓ ଶୁଖିଲା ଅବସ୍ଥାରେ ଏହାକୁ ଶୁଣ୍ଠି କୁହନ୍ତି ।

ଅପସ୍ମାର: ଅଦା ଓ ରସୁଣକୁ ବାଟି କପଡ଼ାରେ ରସକୁ ଚିପୁଡି ନାକରେ ୨-୨ ବୁନ୍ଦ ପକାଇଲେ ଅପସ୍ମାର (ମୂର୍ଚ୍ଛା) ରୋଗରେ ଲାଭ ମିଳିଥାଏ । କାଶ ଓ କଫ ରୋଗରେ: ଅଦାରସ ସହିତ ମହୁ ମିଶାଇ ସକାଳେ ଓ ସନ୍ଧ୍ୟାରେ ସେବନ କଲେ ଲାଭ ମିଳେ । ଦାନ୍ତ ପୋକ କାଟୁଥିଲେ : ଅଦାକୁ ବାଟି ଦାନ୍ତ ମୂଳରେ ଲଗାଇଲେ ଦାନ୍ତ ପୋକ କଟା ଠିକ୍‍ ହୁଏ ଓ ବ୍ୟଥା କମିଯାଏ । ମୁଣ୍ଡ ବ୍ୟଥା: ଅଦା ରସରେ ଡାଲଚିନିକୁ ଘୋରି ମଥାରେ ଲେପ ଦେଲେ ମୁଣ୍ଡ ବ୍ୟଥା ଦୂର ହୁଏ । ମୂର୍ଚ୍ଛା ରୋଗ: ଅଦା ରସରେ ଗୁଡ଼ ମିଶାଇ ଏକ ମାସ ସବେନ କଲେ ମୂର୍ଚ୍ଛା ରୋଗ ଭଲ ହୋଇଥାଏ । ଅଣ୍ଟାଧରା: ଅଦାକୁ ଛେଚି ପାଣିରେ ସିଝାଇ ଥଣ୍ଡା କରି ଛାଣି ସେଥିରେ ସୌନ୍ଧବ ଲବଣ ଓ ଶୁଣ୍ଠି ଚୂର୍ଣ୍ଣ ମିଶାଇ ପ୍ରତିଦିନ ୨-୩ ଥର ସେବନ କଲେ ଅଣ୍ଟାଧରା ଭଲ ହୁଏ । ଜଖମ ଓ ଦରଜ: ଅଦାରସକୁ ଜଖମ ଓ ଦରଜ ଜାଗାରେ ମାଲିସ୍‍ କଲେ ଦରଜ କମିଯାଇଥାଏ । ସାଇନ୍‍ ଫ୍ଲୁ: ଅଦାରସ, ତୁଳସୀ, ଗୁଳୁଚି ଓ ଗୋଲମରିଚକୁ ଛେଚି ୪୦୦ ଗ୍ରାମ ପାଣିରେ ସିଝାଇ ପାଣି ୧୦୦ ଗ୍ରାମ ରହିଲେ ଥଣ୍ଡା କରି ଛାଣି ପିଇଲେ ସାଇନ୍‍ ଫ୍ଲୁ ଭଲ ହୋଇଥାଏ । ଶ୍ୱାସରୋଗ: ଅଦାରସ, ପିପ୍ପଳୀ, ସୌନ୍ଧବ ଲବଣକୁ ମିଶାଇ ରାତିରେ ଶୋଇବା ପୂର୍ବରୁ ୭ ଦିନ ପର୍ଯ୍ୟନ୍ତ ସେବନ କଲେ ଶ୍ୱାସ ରୋଗ ଭଲ ହୁଏ । କାନ ପୀଡ଼ା: ଅଦାରସକୁ ଉଷୁମ କରି କାନରେ ୨-୨ ବୁନ୍ଦ ପକାଇଲେ କାନ ପୀଡ଼ା ବନ୍ଦ ହୁଏ । ନିମୋନିଆ: ଅଦାରସରେ ୧-୨ ବର୍ଷ ପୁରୁଣା ଘିଅ ଓ କର୍ପୂର ମିଶାଇ ଗରମ କରି ଛାତିରେ ମାଲିସ୍‍ କରିବ । ସଂଗ୍ରହଣୀ: ଶୁଣ୍ଠି, ମୂଥା, ଅତୀସ, ଗୁଳୁଚିକୁ ସମ ଭାଗରେ ନେଇ ପାଣିରେ ସିଝାଇ ସେହି କ୍ୱାଥରୁ ୨୦-୨୫ ମି.ଲି. ମାତ୍ରାରେ ସକାଳ ଓ ସନ୍ଧ୍ୟାରେ ସେବନ କଲେ ସଂଗ୍ରହଣୀରେ ଲାଭ ମିଳେ । ଅଜୀର୍ଣ୍ଣ: ହରିଡ଼ା, ଶୁଣ୍ଠି ଓ ସୌନ୍ଧବ ଲବଣ ଚୂର୍ଣ୍ଣ ପାଣି ସହିତ ଏକ ଚାମଚ ମାତ୍ରାରେ ଖାଇଲେ ଅଜୀର୍ଣ୍ଣ ଦୂର ହୁଏ । ବାନ୍ତି: ଅଦାରସ ୧୦ ଗ୍ରାମରେ ୧୦ ଗ୍ରାମ ପିଆଜ ରସ ମିଶାଇ ପିଇଲେ ବାନ୍ତି ବନ୍ଦ ହୁଏ । ବହୁ ମୂତ୍ର: ଅଦାରସ ୨ ଚାମଚରେ ମିଶ୍ରୀ ମିଶାଇ ଦିନରେ ୨ ଥର ସେବନ କଲେ ଲାଭ ମିଳେ । ଅର୍ଶ ରୋଗ: ଶୁଣ୍ଠି ଚୂର୍ଣ୍ଣ କରି ଖାଇଲେ ଅର୍ଶ ରୋଗରେ ଲାଭ ମିଳିଥାଏ । କାମଳ ରୋଗ: ଅଦା, ତ୍ରିଫଳା ଚୂର୍ଣ୍ଣ ଗୁଡ଼ ସହିତ ଖାଇଲେ କାମଳ ରୋଗରେ ଲାଭ ମିଳିଥାଏ । ଅତିସାର: ଧନିଆଁ ୧୦ ଗ୍ରାମ ଓ ଶୁଣ୍ଠି ୧୦ ଗ୍ରାମ ଚୂର୍ଣ୍ଣ କରି ପାଣିରେ ସିଝାଇ ସେହି କ୍ୱାଥକୁ ସକାଳେ ଓ ସନ୍ଧ୍ୟାରେ ରୋଗୀକୁ ପିଆଇଲେ ଅତିସାର ରୋଗ ଠିକ୍‍ ହୋଇଥାଏ । ଶୋଥ: ଅଦାରସ ୧୦-୨୦ ଗ୍ରାମରେ ଗୁଡ଼ ମିଶାଇ ଖାଇଲେ ସମସ୍ତ ପ୍ରକାର ଶୋଥ ଭଲ ହୁଏ । ସଦ୍ଧିବାତ: ଅଦାରସ ୧ କିଲୋରେ ୫୦୦ ଗ୍ରାମ ରାଶିତେଲ ମିଶାଇ ଗରମ କରି ଖାଲି ତେଲ ରହିଲେ ଥଣ୍ଡା କରି ଛାଣି ମାଲିସ୍‍ କଲେ ସଦ୍ଧିବାତ ଠିକ୍‍ ହୁଏ । ହଇଜା ରୋଗ: ଅଦା ୧୦ ଗ୍ରାମ ଓ ଅରଖ ଚେର ୧୦ ଗ୍ରାମକୁ ବାଟି ଗୋଲମରିଚ ଭଳି ଛୋଟ ଛୋଟ ଗୁଳି ତିଆରି କରି ଏହି ଗୁଳିରୁ ୨-୩ଟି ଲେଖାଏଁ ଉଷୁମ ପାଣି ସହିତ ଖୁଆଇଲେ ଲାଭ ମିଳେ । ସନ୍ନିପାତ ଜ୍ୱର: ତ୍ରିକୁଟ, ସୌନ୍ଧବ ଲବଣ ଓ ଅଦାରସକୁ ମିଶାଇ କିଛିଦିନ ପର୍ଯ୍ୟନ୍ତ ସକାଳ ଓ ସନ୍ଧ୍ୟାରେ ଖାଇଲେ ସନ୍ନିପାତ ଜ୍ୱରରେ ଲାଭ ମିଳେ ।

  • Share this:Bhubaneswar: Chief Minister Shri Naveen Patnaik Friday released a Collection of Poems ‘Beyond Here and Other Poems’. Written by senior bureaucrat Shri Bishnupada Sethi, ‘Beyond Here and Other...
  • Share this:ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ ଆହୁରି ୨୫ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ...
  • Share this:ଭୁବନେଶ୍ୱର:୨୦୨୦ ମସିହାରୁ  ବର୍ତ୍ତମାନ ସୁଦ୍ଧା ସମୁଦାୟ ୮,୩୭, ୨୨୬ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୭,୬୪, ୬୭୩ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି ।  ୩୧୬୭ ଜଣ କୋଭିଡ୍‌-୧୯ ରୋଗୀଙ୍କର  ମୃତ୍ୟୁ ହୋଇଛି...
  • Share this:ନୂଆଦିଲ୍ଲୀ/ଭୁବନେଶ୍ୱର:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଭିଡ଼ିଓ କନଫରେନ୍ସିଂ ଜରିଆରେ ଛତିଶଗଡ଼ରେ ସେଲର ଭିଲାଇ ଇସ୍ପାତ୍ କାରଖାନା ପରିସରରେ ଅକ୍ସିଜେନ୍ ସଂଯୁକ୍ତ ୧୧୪ ବେଡ୍ ବିଶିଷ୍ଟ ଜୁମ୍ବୋ କୋଭିଡ୍ କେୟାର ସେଣ୍ଟରର ଲୋକାର୍ପଣ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ...
  • Share this:ଭୁବନେଶ୍ୱର : ଗୁରୁବାର ଦିନ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବ  ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ବ୍ୟବସାୟ ଓ କାର୍ଯ୍ୟକାରିତା ସମ୍ବନ୍ଧୀୟ ଏକ ସମୀକ୍ଷା ବୈଠକ ଭର୍ଚୁଆଲ୍‌...

RELATED BY

  • କଲରାର ଉପକାରୀତା

    Share this:କଲରା ଆମର ଅତି ପରିଚିତ । ଏହାକୁ ଆମ୍ଭେମାନେ ପରିବା ଆକାରରେ ବ୍ୟବହାର କରୁ । ଏହା ଏକ ଲତା ଜାତୀୟ ଗୁଳ୍ମ । ଏହାର ପତ୍ର ଓ ଫଳ ଅତ୍ୟନ୍ତ ପିତା ଅଟେ । କିନ୍ତୁ ଏହାର...
  • କଦଳୀର ଉପକାରୀତା

    Share this:କଦଳୀକୁ ସମସ୍ତେ ଜାଣନ୍ତି । ଏହାର ସମସ୍ତ ଅଂଶ ଲୋକମାନଙ୍କର କାମରେ ଆସିଥାଏ । ପାଚିଲା କଦଳୀ ଗୋଟିଏ ପୁଷ୍ଟିକର ଫଳ । କଞ୍ଚା କଦଳୀକୁ ତରକାରୀ କରି ଖିଆଯାଏ । ଏହାର ମଞ୍ଜା ଓ ଭଣ୍ଡାକୁ ମଧ୍ୟ...
  • କର୍ପୂରର ଉପକାରୀତା

    Share this:କର୍ପୂର ଏକ ବଡ଼ ଧରଣର ଗଛ । ଏହାର କାଠରୁ କର୍ପୂର ବାହାର କରାଯାଏ । ଏହି କର୍ପୂରକୁ ଶ୍ରୀକର୍ପୂର ମଧ୍ୟ କୁହନ୍ତି । ଏହା ଖାଦ୍ୟ ପଦାର୍ଥରେ ମଧ୍ୟ ବ୍ୟବହାର କରାଯାଇଥାଏ । କର୍ପୂର ଧୂଆଁ ଜୀବାଣୁ...
  • ଅଳେଇଚର ଉପକାରୀତା

    Share this:ଅଳେଇଚକୁ କିଏ ନଜାଣେ । ଏହାର କଳାକଳା ମଞ୍ଜିର ସୁଗନ୍ଧିତ ବାସନା କାହାକୁ ବା ଭଲ ନଲାଗେ । ଏହା ରୋଷଇ ଘରଠାରୁ ଆରମ୍ଭ କରି ପାନ ଦୋକାନ ଓ ମିଠାଇ ଦୋକାନରେ ବିଶେଷ ଭାବରେ ବ୍ୟବହାର କରାଯାଏ;...