ଅର୍ଡ଼ା ପଞ୍ଚାୟତରେ ‘ବିକାଶର ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ
ଝାରସୁଗୁଡ଼ା : ଝାରସୁଗୁଡ଼ା ବ୍ଲକ ଅନ୍ତର୍ଗତ ଅର୍ଡ଼ା ଗ୍ରାମପଞ୍ଚାୟତ ପରିସରରେ ଆଜି ସରକାରଙ୍କ ଏକ ସ୍ୱତନ୍ତ୍ର ‘ବିକାଶର ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ଝାରସୁଗୁଡ଼ାର ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସ୍ଥାନୀୟ ଅଞ୍ଚଳର ପ୍ରଗତି, ଭିତ୍ତିଭୂମିର ବିକାଶ ଏବଂ ସାଧାରଣ ଜନତାଙ୍କ ନିକଟରେ ସରକାରୀ ଯୋଜନାର ସଫଳ ରୂପାୟନ ପହଞ୍ଚାଇବା ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ । ହିତାଧିକାରୀଙ୍କୁ ଏହି ଅବସରରେ ବିଭିନ୍ନ କାର୍ଡ ମଧ୍ୟ ବଣ୍ଟନ କରାଯାଇଥିଲା । ଏହି ଅବସରରେ ଲଇକେରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିନାଶ ଲାକ୍ରା ପ୍ରମୁଖ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମରେ ଅର୍ଡ଼ା ପଞ୍ଚାୟତର ସରପଞ୍ଚ ବୀଣାପାଣି ପୋଢ଼ଙ୍କ ସମେତ ବିଜୟ ଶର୍ମା ଏବଂ ଉଦ୍ଧବ ସିଂ ନାଏକ ପ୍ରମୁଖ ମଞ୍ଚାସୀନ ରହି ସ୍ଥାନୀୟ ସମସ୍ୟା ଓ ବିକାଶର ରୋଡମ୍ୟାପ୍ ଉପରେ ନିଜ ନିଜର ବହୁମୂଲ୍ୟ ମତାମତ ଉପସ୍ଥାପନ କରିଥିଲେ। ସୂଚନାଯୋଗ୍ୟ ଯେ, ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଶାସନକୁ ଲୋକଙ୍କ ନିକଟତର କରିବା ପାଇଁ ‘ବିକାଶର ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅନ୍ତର୍ଗତ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ମାନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ସମିତି ସଦସ୍ୟ, ୱାର୍ଡ ସଭ୍ୟ, ସ୍ଥାନୀୟ ଜନପ୍ରତିନିଧି, ବ୍ଲକ ସ୍ତରୀୟ ଅଧିକାରୀ ଏବଂ ବହୁ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ଥିଲେ ।