
ଝାରସୁଗୁଡ଼ା : ଝାରସୁଗୁଡା ସହର ବଢ଼େଇମୁଣ୍ଡା ସ୍ଥିତ ଇଞ୍ଜିନିଅରିଂ ସ୍କୁଲ ଠାରେ ନିର୍ବାଚନ ମଣ୍ଡଳ ସ୍ତରୀୟ ବୁଦ୍ଧିଜୀବୀ ସମ୍ମିଳନୀ ଶୁକ୍ରବାର ଅପରାହ୍ନ ରେ ଅନୁଷ୍ଠିତ ହୋଇ ଯାଇଛି । କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ପଂଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ଯୋଗ ଦେଇ ବର୍ତମାନ ଡବଲ ଇଂଜିନ ସରକାର ରେ ଝାରସୁଗୁଡା ରେ ଡବଲ ବିକାଶ ହୋଇଛି ଏବଂ ଧୀରେ ଧୀରେ ଝାରସୁଗୁଡା ଉନ୍ନତି ର ଶିଖର ରେ ପହଂଚିବା ର ପ୍ରୟାସ ଜାରି ରହିଛି । ବର୍ତମାନ ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ର ସାମଗ୍ରିକ ବିକାଶ ଉପରମୁହାଁ ବୋଲି ମତ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗତ ଦୁଇ ବର୍ଷ ରେ ଭାଜପା ସରକାର ଦ୍ୱାରା ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଉନ୍ନତି ର ଚରମ ସୀମା ରେ ପହଂଚିଛି ବୋଲି ମତ ପ୍ରକାଶ କରିଥିଲେ । ଏହା ସହିତ ବିଧାୟକ ତ୍ରିପାଠୀ ଜନସାଧାରଣଙ୍କ ସହଯୋଗ ଏବଂ ଜିଲ୍ଲା ପ୍ରଶାସନର ଦୂ ରଦର୍ଶୀ ପରିଚାଳନା ଯୋଗୁଁ ବିଗତ ଦୁଇ ଆର୍ଥିକ ବର୍ଷ ୨୦୨୪-୨୫ ଏବଂ ୨୦୨୫-୨୬ ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲା ପ୍ରଗତିର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ, କୃଷି ଏବଂ ଭିତ୍ତିଭୂମି କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣି ଜିଲ୍ଲା ଏକ ଆଦର୍ଶ ମଡେଲ ଭାବେ ଉଭା ହୋଇଛି । ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ପାଇଁ ୩୪୧.୪୦ କୋଟିରୁ ଅଧିକ ପୁଞ୍ଜିନିବେଶ କରାଯାଇଛି । ଏଠାରେ ସ୍ଥାପିତ ୧୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ କାର୍ଡିଆକ ହସ୍ପିଟାଲ ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ସ୍ୱାସ୍ଥ୍ୟ କେନ୍ଦ୍ର ପାଲଟିଛି । ମଙ୍ଗଳବଜାର ସାଟେଲାଇଟ ହସ୍ପିଟାଲ ଚାଲୁ ହେବା ସହିତ ମୁଣ୍ଡାମହୁଲ ଓ କୋଲାବିରାଠାରେ ନୂତନ ସି ଏଚ ସି ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କ୍ରିଟିକାଲ କେୟାର ବ୍ଲକ ନିର୍ମାଣ କରାଯାଇଛି । ଶିକ୍ଷା କ୍ଷେତ୍ରରେ, ୯୧.୧୭ କୋଟି ବ୍ୟୟରେ ୧୦୩ଟି ପ୍ରକଳ୍ପ ହାତକୁ ନିଆଯାଇଛି, ଯେଉଁଥିରେ ‘ପିଏମ୍ ଶ୍ରୀ’ ଯୋଜନାରେ ୧୧ଟି ବିଦ୍ୟାଳୟର ଆଧୁନିକୀକରଣ ସାମିଲ ଅଛି । ପୌର ସଂସ୍କାର ଓ ସହରୀ ବିକାଶ ଝାରସୁଗୁଡ଼ା ପୌରପାଳିକା ପକ୍ଷରୁ ବୈଜ୍ଞାନିକ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ୪ଟି ଏମ ସି ସି ଓ ଏମ ଆର ଏଫ ସେଣ୍ଟର ସ୍ଥାପନ କରାଯାଇଛି । ସହରର ରାଜସ୍ୱ ବୃଦ୍ଧି ପାଇଁ ୨୪ କୋଟି ବ୍ୟୟରେ ମଲ୍ଟି-ୟୁଟିଲିଟି କମର୍ସିଆଲ କମ୍ପ୍ଲେକ୍ସ ଏବଂ ୩ କୋଟି ବ୍ୟୟରେ ନୂତନ ପୌର କାର୍ଯ୍ୟାଳୟ ଭବନ ନିର୍ମାଣାଧୀନ ଅଛି । ଗୋବଂଶଙ୍କ ସୁରକ୍ଷା ପାଇଁ ଆଧୁନିକ ଗୋଶାଳା ମଧ୍ୟ ପ୍ରତିଷ୍ଠା କରାଯାଇଛି । ମହିଳା ସଶକ୍ତିକରଣ ଜିଲ୍ଲା ହବ୍ ଡ଼ିଏଚଇଡବ୍ଲୁ ଦ୍ୱାରା ୧୪୫ଟି ସଚେତନତା କାର୍ଯ୍ୟକ୍ରମ ଏବଂ ‘ୱାନ ଷ୍ଟପ ସେଣ୍ଟର’ ମାଧ୍ୟମରେ ୪୮୧ଟି ମାମଲାର ସଫଳ ସମାଧାନ କରାଯାଇଛି । କୌଶଳ ବିକାଶ ଏବଂ ‘ନୂଆ ଓଡ଼ିଶା’ ଯୋଜନା ମାଧ୍ୟମରେ ଶତାଧିକ ଯୁବପିଢ଼ିଙ୍କୁ ନିଯୁକ୍ତି ମିଳିଥିବା ବେଳେ ନୂତନ ଉଦ୍ୟୋଗୀ ସୃଷ୍ଟି କରାଯାଇଛି । ଜିଲ୍ଲାର ପ୍ରାୟ ୬୬,୯୪୫ ଚାଷୀଙ୍କ ପଞ୍ଜୀକରଣ ସହ ଡିଜିଟାଲ କ୍ରପ୍ ସର୍ଭେ କରାଯାଇଛି । ‘ଶ୍ରୀ ଅନ୍ନ ଅଭିଯାନ’ ଏବଂ ପ୍ରାକୃତିକ ଚାଷକୁ ବ୍ୟାପକ ପ୍ରୋତ୍ସାହନ ଦିଆଯାଉଛି । ପରିବେଶ ସୁରକ୍ଷା ପାଇଁ ୮.୬୩ ଲକ୍ଷ ଚାରା ରୋପଣ କରାଯିବା ସହ ୨୨.୫ ହେକ୍ଟର ଜମିରେ ସହରୀ ବନୀକରଣ ସୃଷ୍ଟି କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ମନ୍ତ୍ରୀ ନାଏକ ଓ ବିଧାୟକ ତ୍ରିପାଠୀ ବିକାଶ ର ଧାରା, ଓଡିଶା ସାରା, ଦୁଇ ବର୍ଷ ର ପ୍ରୟାସ ନାମକ ଏକ ପୁସ୍ତକ ଯେଉଁଥିରେ ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ର ଗତ ଦୁଇ ବର୍ଷ ର କାର୍ଯ୍ୟଧାରା ଏବଂ ସଫଲତା କୁ ଉଲ୍ଲେଖ କରାଯାଇଛି, ତାହାକୁ ଲୋକାର୍ପିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ବୁଦ୍ଧିଜୀବୀ, ଶିକ୍ଷାବିତ,ସମାଜସେବୀ, ଗଣ ମାଧ୍ୟମ ପ୍ରତିନିଧି ଙ୍କ ସହିତ ବହୁ ଭାଜପା କର୍ମୀ ଉପସ୍ଥିତ ଥିଲେ ।