ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ନୂତନ ପଦବୀକୁ ମଞ୍ଜୁରୀ

ଭୁବନେଶ୍ଵର : ରାଜ୍ୟର ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ନିମନ୍ତେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ତରଫରୁ ୧୫୨ଟି ପ୍ରଫେସର, ଆସୋସିଏଟ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ,ସିନିୟର ରେସିଡେଣ୍ଟ ପଦବୀ ଗୁଡିକ ବିଭିନ୍ନ ସରକାରୀ ମେଡିକାଲ କଲେଜ ପାଇଁ ଅନୁମୋଦିତ ହୋଇଛି । ଏସବୁ ପଦବୀ ସୁପର ସ୍ପେଶିଆଲିଟି ବିଭାଗ ଅନ୍ତର୍ଗତ ।

ମଞ୍ଜୁର ପଦବୀ ଗୁଡିକ ମଧ୍ୟରେ ଭୁବନେଶ୍ଵର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ହୃତପିଣ୍ଡ ବିଜ୍ଞାନ ବିଭାଗ,ସ୍ନାୟୁ ବିଜ୍ଞାନ ବିଭାଗ ,ସ୍ନାୟୁ ଶଲ୍ୟ ଚିକିତ୍ସା ବିଭାଗ , ପ୍ଲାଷ୍ଟିକ ସର୍ଜରୀ ବିଭାଗ, ବୃକକ ଚିକିତ୍ସା ବିଭାଗ, ହୃତପିଣ୍ଡ ଓ ରକ୍ତନଳୀ ଶଲ୍ୟ ଚିକିତ୍ସା ବିଭାଗ,କୋରାପୁଟ ସ୍ଥିତ ସହିଦ ଲକ୍ଷଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହୃତପିଣ୍ଡ ବିଜ୍ଞାନ ବିଭାଗ,ସ୍ନାୟୁ ବିଜ୍ଞାନ ବିଭାଗ,ସ୍ନାୟୁ ଶଲ୍ୟ ଚିକିତ୍ସା ବିଭାଗ, ପ୍ଲାଷ୍ଟିକ ସର୍ଜରୀ ବିଭାଗ, ବୃକକ ଚିକିତ୍ସା ବିଭାଗ,ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହୃତପିଣ୍ଡ ବିଜ୍ଞାନ ବିଭାଗ,ସ୍ନାୟୁ ବିଜ୍ଞାନ ବିଭାଗ,ସ୍ନାୟୁ ଶଲ୍ୟ ଚିକିତ୍ସା ବିଭାଗ, ପ୍ଲାଷ୍ଟିକ ସର୍ଜରୀ ବିଭାଗ, ବୃକକ ଚିକିତ୍ସା ବିଭାଗ, ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହୃତପିଣ୍ଡ ବିଜ୍ଞାନ ବିଭାଗ,ସ୍ନାୟୁ ବିଜ୍ଞାନ ବିଭାଗ,ସ୍ନାୟୁ ଶଲ୍ୟ ଚିକିତ୍ସା ବିଭାଗ, ପ୍ଲାଷ୍ଟିକ ସର୍ଜରୀ ବିଭାଗ, ବୃକକ ଚିକିତ୍ସା ବିଭାଗ, ବାଲେଶ୍ଵର ସ୍ଥିତ ଫକୀରମୋହନ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହୃତପିଣ୍ଡ ବିଜ୍ଞାନ ବିଭାଗ,ସ୍ନାୟୁ ବିଜ୍ଞାନ ବିଭାଗ,ସ୍ନାୟୁ ଶଲ୍ୟ ଚିକିତ୍ସା ବିଭାଗ, ପ୍ଲାଷ୍ଟିକ ସର୍ଜରୀ ବିଭାଗ, ବୃକକ ଚିକିତ୍ସା ବିଭାଗ, ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲର ରକ୍ତ ଚିକିତ୍ସା ବିଭାଗ, ବୁର୍ଲ୍ଲା ସ୍ଥିତ ଭୀମସାର ହୃତପିଣ୍ଡ ଓ ରକ୍ତନଳୀ ଶଲ୍ୟ ଚିକିତ୍ସା ବିଭାଗ, ଶଲ୍ୟ ଗ୍ୟାଷ୍ଟ୍ରଏଣ୍ଟ୍ରୋଲୋଜୀ ବିଭାଗ, କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହୃତପିଣ୍ଡ ଓ ରକ୍ତନଳୀ ଶଲ୍ୟ ଚିକିତ୍ସା, ତାଳଚେର ସ୍ଥିତ ପବିତ୍ରମୋହନ ପ୍ରଧାନ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହୃତପିଣ୍ଡ ବିଜ୍ଞାନ ବିଭାଗ,ସ୍ନାୟୁ ବିଜ୍ଞାନ ବିଭାଗ,ସ୍ନାୟୁ ଶଲ୍ୟ ଚିକିତ୍ସା ବିଭାଗ , ପ୍ଲାଷ୍ଟିକ ସର୍ଜରୀ ବିଭାଗ, ପୁରୀ ସ୍ଥିତ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହୃତପିଣ୍ଡ ବିଜ୍ଞାନ ବିଭାଗ,ସ୍ନାୟୁ ବିଜ୍ଞାନ ବିଭାଗ,ସ୍ନାୟୁ ଶଲ୍ୟ ଚିକିତ୍ସା ବିଭାଗ, ପ୍ଲାଷ୍ଟିକ ସର୍ଜରୀର ସମସ୍ତ ବିଭାଗରେ ପ୍ରଫେସର, ଆସୋସିଏଟ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ,ସିନିୟର ରେସିଡେଣ୍ଟ ପଦବୀ ମଞ୍ଜୁର ହୋଇଛି । ଏହି ନିଯୁକ୍ତି ମାଧ୍ୟମରେ ରାଜ୍ୟର ବିଭିନ୍ନ ସରକାରୀ ଚିକିତ୍ସାଳୟ ଓ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଗୁଡିକରେ ଉନ୍ନତମାନର ଚିକିତ୍ସା ଆହୁରି ସହଜ ହେବ ।

ସୂଚନା ଅନୁସାରେ, ଗତ ଦୁଇବର୍ଷ ମଧ୍ୟରେ ବିଭାଗରେ ୫୧୯୭ ମେଡିକାଲ ଅଫିସର ଓ ପାରାମେଡିକ୍ସ ଷ୍ଟାଫ ନିଯୁକ୍ତି ହୋଇଛନ୍ତି । ସେହିପରି ୫୯୮୯ ନର୍ସିଙ୍ଗ ଅଫିସର ଏବଂ ୨୪୦ ରେଡିଓଗ୍ରାଫର ନିଯୁକ୍ତି ପାଇଁ ଅନୁମୋଦନ, ୧୧୦୮ ଫାର୍ମାସିଷ୍ଟ ଅଧିକାରୀ, ୨୩୮ ଅପଥାଲମିକ ଅଧିକାରୀ , ୩୮୦ ମେଡିକାଲ ଲ୍ୟାବ ଟେକନିସିଆନ ପଦବୀ ଅନୁମୋଦନ ମିଳିଛି ।