ମିଲର ଓ ରାଜ୍ୟ ସରକାରଙ୍କ ଅରୁଆ ଉଷୁନା ରାଜନୀତିରେ ପେଷି ହେଉଛନ୍ତି ଚାଷୀ

ରାଜ୍ୟ ସରକାର ଉଷୁନା ଚାଉଳ ପାଇଁ ମିଲରମାନଙ୍କ ପାଇଁ ଓକିଲାତି କରୁଛନ୍ତି

Share this:

ଭୁବନେଶ୍ୱର : ରାଜ୍ୟ ସରକାର ମିଲର ମାନଙ୍କ ସ୍ୱାର୍ଥରେ କାମ କରୁଛନ୍ତି । ରାଜ୍ୟ ସରକାର ଉଷୁନା ଚାଉଳ ପାଇଁ ମିଲରମାନଙ୍କ ପାଇଁ ଓକିଲାତି କରୁଛନ୍ତି । ଉଷୁନା ଚାଉଳକୁ ଉତ୍ପାଦନ କଲେ ମିଲରମାନେ ଲାଭବାନ ହୁଅନ୍ତି । ଓଡିଶାର ମିଲରମାନଙ୍କ ପାଖରେ ଉଷୁନା ଚାଉଳ ଗଚ୍ଛିତ ହୋଇଥିବାରୁ ସେମାନେ ଏହାକୁ ଆଗ ଖାଲି କରିବାକୁ ଚାହୁଁଛନ୍ତି । ଏକ କ୍ୱିଂଟାଲ ଧାନରୁ ଅରୁଆ ଅପେକ୍ଷା ଉଷୁନା ଚାଉଳ କଲେ ୫ ରୁ ୭ ପ୍ରତିଶତ ଅଧିକ ଚାଉଳ ହୁଏ । ଉଷୁନା ଚାଉଳ କୁଣ୍ଡାରେ ୭ ରୁ ୮ ପ୍ରତିଶତ ଅଧିକ ତେଲ ରହିଛି ଯେଉଁଥିରୁ ରାଇସ ବ୍ରାନ ତେଲ ପ୍ରସ୍ତୁତ ହେଉଛି । ଏହା ମିଲରମାନଙ୍କ ପାଇଁ ଲାଭଦାୟକ । ଅରୁଆ ଚାଉଳ ଶୀଘ୍ର ଭାଙ୍ଗିଯିବା ଯୋଗୁଁ ଉଷୁନା ଚାଉଳକୁ ମିଲର ମାନେପ୍ରାଧାନ୍ୟ ଦିଅନ୍ତି । ଯେଉଁ ମିଲର ଉଷୁନା ତିଆରି କରୁଛନ୍ତି ସେମାନେ ଏହି ସବୁ ଲାଭ ପାଉଛନ୍ତି । ଅନ୍ୟପଟେ ମିଲର ମାନେ ଅରୁଆ ଚାଉଳ କଲେ ସମସ୍ତ ଚାଉଳ କିଣିବାକୁ ଏଫସିଆଇ ପ୍ରସ୍ତୁତ ରହିଛି ବୋଲି ଡିସେମ୍ବର ମାସରୁ ଏକ ଚିଠିରେ ଏଫସିଆଇ ଜଣାଇଛି । ଏହି ଚିଠି ପାଇବା ସତ୍ୱେ ରାଜ୍ୟ ସରକାର ଏହାର ସ୍ପଷ୍ଟିକରଣ ରାଜ୍ୟବାସୀଙ୍କୁ ଦେଇନାହାଁନ୍ତି କି ମିଲରମାନଙ୍କୁ ଅରୁଆ ଚାଉଳ କରିବା ପାଇଁ ନିର୍ଦ୍ଦେଶ ଦେଇ ନାହାଁନ୍ତି । ମିଲରମାନେ ଉଷୁନା ଚାଉଳ କି ଅରୁଆ ଚାଉଳ କରିବେ ରାଜ୍ୟସରକାର ନିଷ୍ପତି ନିଅନ୍ତୁ । ଚାଷୀ ଧାନ ବିକେ, ଅରୁଆ ଉଷୁନା ବୁଝେ ନାହିଁ । ଉଷୁନା ଚାଉଳ ତିଆରି କଲେ ମିଲର ମାନଙ୍କୁ ଅଧିକ ଫାଇଦା ହେଉଥିବାରୁ ଉଭୟ ମିଲର ଏବଂ ରାଜ୍ୟ ସରକାର ଉଷୁନା ଚାଉଳ ପାଇଁ କହୁଛନ୍ତି । ସେହି ରାଜନୀତିରେ ନିରୀହ ଚାଷୀ ପେଷି ହେଉଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।  ଓଡିଶାର ଚାଷୀଙ୍କୁ ଭ୍ରମିତ କରିବା ପାଇଁ ରାଜ୍ୟ ସରକାର ନୂଆ କୁମ୍ଭୀର କାନ୍ଦଣା ଆରମ୍ଭ କରିଛନ୍ତି । କେନ୍ଦ୍ର ସରକାର ଉଷୁନା ଚାଉଳ ନନେଲେ ଚାଷୀଙ୍କ ଉପରେ ବୋଝ ପଡିବ । କିନ୍ତୁ ବାସ୍ତବରେ ରାଜ୍ୟ ସରକାର ଚାଷୀଙ୍କ ପାଇଁ ନୁହେଁ ବରଂ ମିଲରଙ୍କ ପାଇଁ ବେଶୀ ଚିନ୍ତା କରୁଛନ୍ତି । ଚାଷୀଙ୍କ ଠାରୁ ଧାନ ରାଜ୍ୟ ସରକାର ଉଠାଇବା କଥା ଏବଂ ଏହି ଧାନକୁ ମିଲରକୁ ଦେଇ ଉଷୁନା କିମ୍ବା ଅରୁଆ କରିବା କଥା । ସେହି ଚାଉଳକୁ ରାଜ୍ୟ ସରକାର ଏଫସିଆଇକୁ ଦେବେ ନହେଲେ ନିଜ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ରଖିପାରିବେ । କେନ୍ଦ୍ର ସରକାର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ୫୦ ପ୍ରତିଶତ ଉଷୁନା ଚାଉଳ ସହ ଅଧିକରୁ ଅଧିକ ଅରୁଆ ଚାଉଳ କିଣାଯାଉ । ଉଭୟ ଏଫସିଆଇ ଏବଂ ରାଜ୍ୟ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଉଷୁନା ଚାଉଳ ଅଛି । ଅଧିକ ଉଷୁନା ଚାଉଳ ସଂଗ୍ରହ କଲେ ତାହା ନଷ୍ଟ ହୋଇଯିବ ବୋଲି ଏଫସିଆଇ ଜଣାଇଛି । ଅନ୍ୟ ରାଜ୍ୟମାନଙ୍କରେ ଅରୁଆ ଚାଉଳ ଲୋକ ଖାଆନ୍ତି । ରାଜ୍ୟ ସରକାର ମିଲର ମାନଙ୍କୁ ଅରୁଆ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ଏବଂ ଯେତେ ଅରୁଆ ଚାଉଳ ଦେବେ କେନ୍ଦ୍ର କିଣିବାକୁ ପ୍ରସ୍ତୁତ ଅଛି ବୋଲି ଏଫସିଆଇ ଚିଠିରେ ଉଲ୍ଲେଖ ରହିଛି । କିନ୍ତୁ ବିଜେଡି ବିଧାୟକମାନେ ପ୍ରେସମିଟରେ ଏହି କଥାକୁ ଲୁଚାଇ ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି ବୋଲି ଡ.ସାମନ୍ତସିଂହାର ଅଭିଯୋଗ କରିଛନ୍ତି । ଓଡିଶାର ଲକ୍ଷ ଲକ୍ଷ ଚାଷୀ ଧାନ ଧରି ରାଜରାସ୍ତାରେ ବସିଛନ୍ତି । ଏହା ସତ୍ୱେ ରାଜ୍ୟ ସରକାର ସେମାନଙ୍କ ଧାନକୁ କିଣୁ ନାହାଁନ୍ତି । କେନ୍ଦ୍ରସରକାର ଧାନ ମଣ୍ଡିଗୁଡିକରେ ଭିତିଭୂମି, ପାନୀୟ ଜଳ, ଧାନ ଅଖା, ସୁତୁଲି ଏବଂ ଯିବା ଆସିବା ଖର୍ଚ୍ଚ ପାଇଁ ପର୍ଯ୍ୟାପ୍ତ ଅର୍ଥ ଦେଉଥିବାବେଳେ ବିଭିନ୍ନ ଆରଏମସି, ପ୍ୟାକ୍ସ, ଲ୍ୟାମ୍ପସ ପାଖରେ କୋଟି କୋଟି ଟଙ୍କା ପଡିରହିଛି । ଏହି ଅର୍ଥ କାହିଁକି ଖର୍ଚ୍ଚ କରାଯାଉନାହିଁ ରାଜ୍ୟ ସରକାର ଓଡିଶାବାସୀଙ୍କ ଆଗରେ ସ୍ପଷ୍ଟ କରନ୍ତୁ ବୋଲି ଡ.ସାମନ୍ତସିଂହାର ଦାବି କରିଛନ୍ତି । ଏହି ଅବସରରେ କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ଉପସ୍ଥିତ ଥିଲେ ।

  • Share this:ପୁରୀ: ଶ୍ରୀମନ୍ଦିରର ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଶ୍ରୀମନ୍ଦିର ପ୍ରଶାସନକୁ ବ୍ୟକ୍ତିଗତ ଭାବରେ ନିଜ ଦରମାରୁ ୧ ଲକ୍ଷ ଟଙ୍କା ସହଯୋଗ ରାଶି ପ୍ରଦାନ କରିଛନ୍ତି । ଏହି ଅବସରରେ ସମଗ୍ର ହିନ୍ଦୁ ସମାଜ ବିଶେଷ...
  • Share this:ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ସମୁଦାୟ ୩,୩୭,୧୯୧ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୩,୩୪, ୫୧୯ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି ।  ୧୯୧୬ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି । ସକ୍ରିୟ ଥିବା...
  • Share this:ଭୁବନେଶ୍ୱର: ମାନବୀୟ ବେଦନାକୁ ସମ୍ବେଦନାରେ ପରିଣତ କରେ ସାହିତ୍ୟ । କ୍ରନ୍ଦନକୁ ବନ୍ଦନରେ ରୂପାନ୍ତରିତ କରେ ସାହିତ୍ୟ । ସାହିତ୍ୟିକ ହେଉଛି ବାସ୍ତବରେ ନିଷ୍କାମ କର୍ମଯୋଗୀ । କୌଣସି ପ୍ରତ୍ୟାଶା ନରଖି ସେ ସମାଜର ହିତସାଧନ କରୁଥାଏ ବୋଲି...
  • Share this:ଭୁବନେଶ୍ୱର : ନୂତନ ଭାବେ ଦାୟୀତ୍ୱ ଗ୍ରହଣ କରିଥିବା ରାଷ୍ଟ୍ରୀୟ ଅନୁସୁଚିତ ଜନଜାତି ଆୟୋଗ ସଦସ୍ୟ ତଥା ପୂର୍ବତନ ସାଂସଦଶ୍ରୀ ଅନନ୍ତ ନାୟକଙ୍କ ପ୍ରଥମ ଓଡିଶା ଗସ୍ତ ଅବସରରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ପୁଷ୍ପଗୁଚ୍ଛ ଦେଇ...
  • Share this:ପୁରୀ: ଶ୍ରୀକ୍ଷେତ୍ର ପୁରୀର ସର୍ବାଙ୍ଗୀନ ବିକାଶ ତଥା ଲୋକଙ୍କ ଜୀବନଜୀବିକାରେ ପରିବର୍ତନ ଓ ରୋଜଗାର ବଢ଼ାଇବା ପାଇଁ ମୋଦି ସରକାର ପୁରୀ ପାଇଁ ୧୭୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ବୋଲି ପୁରୀ ଠାରେ ଗେଲ ଗ୍ୟାସ ଲିମିଟେଡ୍...

RELATED BY