ଝାରସୁଗୁଡା : ଝାରସୁଗୁଡ଼ା ବିଟିଏମ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଏକ ପ୍ରମୁଖ ମିଶ୍ରଣ ପର୍ବ ରବିବାର ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ କୋଲାବିରା ବ୍ଲକର ୩୦ ରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଝାରସୁଗୁଡା ବ୍ଲକ ପତ୍ରାପାଲି ଗ୍ରାମପଞ୍ଚାୟତ ର ଅମିତ ନାଗ ଏବଂ ଧୀରେନ୍ଦ୍ର ପଧାନଙ୍କ ନେତୃତ୍ୱରେ ଏହି ଦଳବଦଳ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଉପସ୍ଥିତିରେ ନୂତନ କର୍ମୀମାନଙ୍କୁ ଦଳକୁ ସ୍ୱାଗତ କରାଯାଇଥିଲା । ଏହି ସମାରୋହରେ ବିଜେପି ନେତା ହେମରଞ୍ଜନ ସିଂ, ଶଙ୍କର ଦେଓ ଏବଂ ଜୟପ୍ରକାଶ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଦଳରେ ଯୋଗଦାନ କରିଥିବା କର୍ମୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶପ୍ରେମ, ବିକାଶମୂଳକ ନୀତି ଏବଂ ଭାରତକୁ ଶୀର୍ଷ ସ୍ତରରେ ପହଞ୍ଚାଇବାର ପ୍ରୟାସ ଦ୍ୱାରା ଅନୁପ୍ରାଣିତ ହୋଇଥିବା ପ୍ରକାଶ କରିଛନ୍ତି । ଏହାସହ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ନିଷ୍କପଟ ଜନସେବା ଏବଂ ଦୃଢ଼ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ସେମାନେ ଏହି ନିଷ୍ପତ୍ତି ନେଇଛନ୍ତି । ବିଧାୟକ ଶ୍ରୀ ତ୍ରିପାଠୀ ନୂତନ ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ମିଶ୍ରଣ ଦ୍ୱାରା କୋଲାବିରା ଅଞ୍ଚଳରେ ଦଳୀୟ ସଂଗଠନ ଆହୁରି ମଜବୁତ ହେବ ଏବଂ କର୍ମୀଙ୍କ ମଧ୍ୟରେ ନୂତନ ଉତ୍ସାହ ଭରିବ ବୋଲି ଆଶାପ୍ରକଟ କରିଛନ୍ତି ।