‘ପ୍ରେମିକାର ସାନ ଭଉଣୀ’ ଓ ‘ଛୋଟ ଛୋଟ ଜୀବନ’ ଉନ୍ମୋଚିତ

କଥାକାର ଅମରେଶ ବିଶ୍ୱାଳଙ୍କ ଦୁଇଟି ଗଳ୍ପ ସଂକଳନ

Share this:

ଭୁବନେଶ୍ୱର: ବହିଟିଏ ବରଂ ଥାକରେ ରହୁ, କିନ୍ତୁ ଏହା ଛପା ଜାରିରହୁ । ଡିଜିଟାଲ ବିପ୍ଳବ ବହିର ପ୍ରଚାର ପ୍ରସାରରେ ସହାୟକ ହୋଇପାରେ, କିନ୍ତୁ ଛପା ବହିଟିଏ ପଢ଼ିବାର ମଜ୍ଜା ତାହା ଦେଇପାରିବ ନାହିଁ । ସେହିପରି କାହାଣୀଟିଏ ହିଁ ମଣିଷ ଜୀବନର ଛୋଟ ଛୋଟ ଅନୁଭବକୁ ଧରି ରଖିବାରେ ସଫଳ ହୋଇଥାଏ ବୋଲି ଶନିବାର ଦିନ ସଂଧ୍ୟାରେ ୟୁନିଟ-୪ ସ୍ଥିତ ଜାତୀୟ ଅଭିଲେଖାଗାର ସଭାଗୃହରେ ବିଶିଷ୍ଟ ଗାଳ୍ପିକ ଓ ଔପନ୍ୟାସିକ ଅମରେଶ ବିଶ୍ୱାଳଙ୍କ ଦୁଇଟି ଗଳ୍ପ ପୁସ୍ତକ “ପ୍ରେମିକାର ସାନଭଉଣୀ ” ଓ ‘ଛୋଟ ଛୋଟ ଜୀବନ’ର ପାଠକାର୍ପଣ ସମାରୋହରେ ଯୋଗଦେଇ ବିଶିଷ୍ଟ ବକ୍ତାମାନେ ଏପରି ମନ୍ତବ୍ୟ ଦେଇଛନ୍ତି । ପୂର୍ବତଟ ରେଳପଥର ବରିଷ୍ଠ ଜନ ସଂପର୍କ ଅଧିକାରୀ ତଥା ବିଶିଷ୍ଟ କବି ଓ ଲେଖକ ନିରାକାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପାଠକାର୍ପଣ ଉତ୍ସବରେ ପୂର୍ବତନ ଅର୍ଥ ମନ୍ତ୍ରୀ, ସ୍ତମ୍ଭକାର ତଥା ସୁଲେଖକ ପଞ୍ଚାନନ କାନୁନଗୋ ପୁସ୍ତକ ଦୁଇଟି ଉପରେ ଆଲୋକପାତ କରି କହିଲେ “ବହିଟିଏ ସବୁବେଳେ ବର୍ତ୍ତମାନର ଘଟଣାକ୍ରମକୁ ଧରିରଖେ, ଯାହା ପରବର୍ତ୍ତୀ ସମୟରେ ଇତିହାସ ହୋଇଯାଏ । ତେଣୁ ଅଧିକରୁ ଅଧିକ ଗପ ବର୍ତ୍ତମାନ ସମୟର ଘଟଣାକୁ ନେଇ ଲେଖାଯାଉ ଓ ବହି ସବୁ ଛପାଯାଉ ଏବଂ ଥାକରେ ରଖାଯାଉ ଯାହା ସମୟର ଆବଶ୍ୟକତା ଅନୁସାରେ ତାହାର ଉପଯୋଗ ନିଶ୍ଚିତ ହେବ ।’ ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ୱନାମଧନ୍ୟ କଥାକାର, ଔପନ୍ୟାସିକ ତଥା ‘କଥା’ର ସଂପାଦକ ଡକ୍ଟର ଗୌରହରି ଦାସ ସାଂପ୍ରତିକ ପରିସ୍ଥିତିରେ ଗଳ୍ପ ଲେଖକର ଭୂମିକା ଓ ଅମରେଶ ବିଶ୍ୱାଳଙ୍କ ଗଳ୍ପ ଧାରା ଉପରେ ତୁଳନାତ୍ମକ ବିଶ୍ଳେଷଣ କରି କହିଲେ “ଅମରେଶଙ୍କ ଗପରେ ଚମକ ଥାଉ ନଥାଉ କିନ୍ତୁ ଭାବପ୍ରବଣତା ଓ ଚଟୁଳପଣ ପାଠକକୁ ଖୁବ୍ ପ୍ରଭାବିତ କରିବ । ପ୍ରେମ ଓ ସୂକ୍ଷ୍ମ ଚେତନାକୁ ନେଇ ଅମରେଶଙ୍କ ଗଳ୍ପଗୁଡିକ ସମୃଦ୍ଧ ହୋଇପାରିଛି । ଛୋଟ ଛୋଟ ଅନୁଭବକୁ ନେଇ ଏତେ ଚମତ୍କାର ଗଳ୍ପ ସୃଷ୍ଟି କରାଯାଇପାରିବ ତାହା ଅମରେଶଙ୍କ ଠାରୁ ଶିଖାଯାଇପାରେ । ଅତି ସୁକ୍ଷ୍ମ ଦୃଷ୍ଟିକୋଣ ହିଁ ତାଙ୍କର ମୁଖ୍ୟ ପୁଞ୍ଜି ।’ ଡକ୍ଟର ଦାସ ଆହୁରି କହିଲେ “କେବଳମାତ୍ର ଚମକ ସୃଷ୍ଟି କରିବାକୁ ଗଳ୍ପ ଲେଖାଯିବା କଥା ଠିକ୍ ନୁହେଁ ବରଂ ମଣିଷ ର ଚେତନାକୁ ସମୃଦ୍ଧ କରିବା ସହ ପୁରୁଣା ବ୍ୟବସ୍ଥାକୁ ଭାଙ୍ଗି ଏକ ନୂଆ ବ୍ୟବସ୍ଥାର କଥା କହିବା ଜଣେ ଲେଖକର ଆବଶ୍ୟକତା ରହିଛି ।’ ସେହିପରି ବିଶିଷ୍ଟ କଥାକାର, କବି ଓ ଔପନ୍ୟାସିକ ଡକ୍ଟର ଅଜୟ ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ “ବହିର ଭାଗ୍ୟ ସବୁବେଳେ ଥାକରେ । ଥାକରେ ରହି ହିଁ ଏହା ଜଣେ ପାଠକର ଜୀବନର ମୁଖ୍ୟ ସାଥୀ ହୋଇଥାଏ । ଜୀବନରେ ଯେତେବେଳେ ଆମେ ଏକୁଟିଆ ହୋଇଯାଆନ୍ତି, ସେତେବେଳେ ଏହି ବହି ହିଁ ଆମକୁ ସଙ୍ଗ ଦେଇଥାଏ । ଅମରେଶଙ୍କ ଗଳ୍ପଗୁଡିକର କଥନଶୈଳୀ ଏତେ ଚମତ୍କାର ଯେ, ତାହା ଥରେ ଆରମ୍ଭ କଲେ ନସାରି ରହିହୁଏନି ।’ ବିଶିଷ୍ଟ କଥାକାର, ଔପନ୍ୟାସିକ ଓ ଭାରତୀୟ ରେଳପଥ ଟ୍ରାଫିକ ସେବାର ଅବସରପ୍ରାପ୍ତ ପ୍ରମୂଖ ଅଧିକାରୀ କୃପାସାଗର ସାହୁ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ କହିଲେ, “ଯୁବ ଲେଖକମାନେ ଖୁବ୍ ଶକ୍ତିଶାଳୀ ଗପ ଲେଖିପାରୁଛନ୍ତି । ଛୋଟ ଛୋଟ ଅନୁଭୂତିରୁ କେମିତି ଚମତ୍କାର ଗଳ୍ପ କରିହୁଏ ସେହି ବିଷୟରେ ସେ ବର୍ଣ୍ଣନା କରିଥିଲେ ଓ ଅମରେଶଙ୍କ ଭ୍ରମଣ କହାଣୀ ବି ଖୁବ୍ ଚମତ୍କାର ।” ଜାତୀୟ ଅଭିଲେଖାଗାର ର ଅଧିକାରୀ ଏସ୍‌.ଏନ୍‌. ମିଶ୍ର କହିଥିଲେ, “କଳ୍ପନା ମଧ୍ୟ ଏକ ବିଜ୍ଞାନ । ତେଣୁ ସାହିତ୍ୟ କେବେ ମଧ୍ୟ ବିଜ୍ଞାନଠାରୁ ଅଲଗା ହୋଇ ନ ଥାଏ ।’ ଅନ୍ୟମାନଙ୍କ ମଧ୍ୟରେ ବହିର ପ୍ରଚ୍ଛଦ ଆଙ୍କିଥିବା କବି, କଥାକାର ତଥା ବିଶିଷ୍ଟ ଚିତ୍ରକର ଡକ୍ଟର ରମାକାନ୍ତ ସାମନ୍ତରାୟ ଓ ପାଠକ ଭାବରେ ବିଡିଏର ଅଧ୍ୟକ୍ଷ ହରିଶ ଚନ୍ଦ୍ର ନାୟକ ପୁସ୍ତକ ଉପରେ ଆଲୋଚନା କରିଥିବାବେଳେ ସମାଜସେବୀ ମଧୁଲିତା ପରିଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ଧନ୍ୟବାଦ ଦେଇଥିଲେ କବି ତଥା ସମ୍ଭକାର ପବିତ୍ର ମୋହନ କର । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗଳ୍ପ ସଂକଳନ ‘ପ୍ରେମିକାର ସାନ ଭଉଣୀ’ର ପ୍ରକାଶକ ପଶ୍ଚିମା ପ୍ରକାଶନୀ ହୋଇଥିବା ବେଳେ ‘ଛୋଟ ଛୋଟ ଜୀବନ’ର ପ୍ରକାଶକ ହେଉଛନ୍ତି ଆମେରିକାର ପ୍ରକାଶନୀ ସଂସ୍ଥା ‘ବ୍ଲାକ୍ ଇଗଲ୍ ବୁକ୍ସ’ ।

RELATED BY

  • ଓଡ଼ିଆ ସାହିତ୍ୟର ଆଧୁନିକୀକରଣ ହେବା ଦରକାର : ଧର୍ମେନ୍ଦ୍ର ପ୍ରଧାନ

    Share this:କଟକ : ଓଡ଼ିଆ ଜାତିର ସାହିତ୍ୟିକ କୃତିକୁ ଲମ୍ବା ସମୟ ଧରି ସଂରକ୍ଷଣ କରିବା ସହ ଓଡିଆ ସାହିତ୍ୟକୁ ଆଧୁନିକୀକରଣ ଭାବେ ଉପସ୍ଥାପିତ କରିପାରିଲେ ହିଁ ଓଡ଼ିଆ ଜାତି ଏବଂ ସାହିତ୍ୟ ସମୃଦ୍ଧ ହୋଇପାରିବ ବୋଲି ସୋମବାର ମାସିକ...
  • ବରିଷ୍ଠ ପ୍ରଶାସିକା ତଥା ସୁଲେଖିକା ଶୁଭା ଶର୍ମାଙ୍କ ନୂତନ ଉପନ୍ୟାସ ଉନ୍ମୋଚିତ

    Share this:ଭୁବନେଶ୍ୱର: ବରିଷ୍ଠ ପ୍ରଶାସିକା ତଥା ସୁଲେଖିକା ଶୁଭା ଶର୍ମାଙ୍କ ନୂତନ ଉପନ୍ୟାସ ‘ଦି ଆୱାସ୍ଥିସ୍‌ ଅଫ୍‌ ଆମ୍‌ନଗ୍ରି’ ଉନ୍ମୋଚିତ ହୋଇଯାଇଛି । ଗୁରୁବାର ଦିନ ଭୁବନେଶ୍ୱରଠାରେ ଆୟୋଜିତ ଅନ୍‌ଲାଇନ୍‌ ଉତ୍ସବରେ ଜ୍ଞାନପୀଠ ଓ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଲେଖିକା ଡ....
  • ‘ଶ୍ରେଷ୍ଠ ଷାଠିଏ’ ଉନ୍ମୋଚିତ

    Share this: ଭୁବନେଶ୍ୱର:ବିଶିଷ୍ଟ ଗାଳ୍ପିକ ତଥା ପ୍ରଶାସକ ଶ୍ରୀ ବିଜୟ ନାୟକଙ୍କ ଦ୍ୱାରା ଲିଖିତ ଗଳ୍ପଗୁଡ଼ିକୁ ନେଇ ପ୍ରସ୍ତୁତ ଗଳ୍ପ ସଂକଳନ ‘ଶ୍ରେଷ୍ଠ ଷାଠିଏ’ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଗାଳ୍ପିକ ଶ୍ରୀ ନାୟକ...
  • କବିତା ସଂକଳନ “ବିମ୍ବସ୍ନାନ”

    Share this: ଭୁବନେଶ୍ବର: ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କବି ରକ୍ଷକ ନାୟକଙ୍କ ସଦ୍ୟତମ କବିତା ସଂକଳନ “ବିମ୍ବସ୍ନାନ”କୁ ଉନ୍ମୋଚନ କରିଛନ୍ତି । ରାଜ୍ୟପାଳଙ୍କ ପାଖରେ ପ୍ରକାଶକ ବନୋଜ ତ୍ରିପାଠୀ ଓ କବି ତଥା ରାଜ୍ୟପାଳଙ୍କ ପିଆରଓ ରକ୍ଷକ...