ତାଳଚେର ସାର କାରଖାନାରେ ୟୁରିଆ ଉତ୍ପାଦନ ପାଇଁ ସ୍ୱତନ୍ତ୍ର ସବସିଡ଼ି ପଲିସିକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ

Share this:

ନୂଆଦିଲ୍ଲୀ/ଭୁବନେଶ୍ୱର:ଆତ୍ମନିର୍ଭର ଭାରତ ପୂରଣ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ତାଳଚେର ସାର କାରଖାନା(ଟିଏଫଏଲ)ରେ କୋଲ ଗ୍ୟାସିଫିକେସନ ମାଧ୍ୟମରେ ୟୁରିଆ ଉତ୍ପାଦନ କରିବା ପାଇଁ ସ୍ୱତନ୍ତ୍ର ସବସିଡ଼ି ପଲିସିକୁ ଅନୁମୋଦନ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଏହି ଐତିହାସିକ ନିଷ୍ପତି ଆମର ଘରୋଇ ୟୁରିଆ କ୍ଷେତ୍ରରେ ବୈଶ୍ୱିକ ପ୍ରତିଯୋଗିତାକୁ ଅଧିକ ପ୍ରୋତ୍ସାହନ ଦେବା ସହ ପରିବେଶ ସହଯୋଗୀ ସ୍ୱଦେଶୀ ୟୁରିଆ ଉତ୍ପାଦନକୁ ଗତି ଦେବ ଏବଂ ବାର୍ଷିକ ୧୨.୭ ଲକ୍ଷ ମେଟ୍ରିକ୍ ଟନ୍ (ଏଲଏମଟି) ୟୁରିଆ ଆମଦାନୀକୁ ହ୍ରାସ କରିବ । ଆଜିର ଏହି ନିଷ୍ପତି ଚାଷୀ ଭାଇ ମାନଙ୍କ ପାଇଁ ସାରର ଉପଲବ୍ଧିକୁ ବୃଦ୍ଧି କରିବାରେ ଗେମ-ଚେଞ୍ଜର ହେବ ସହିତ ପୂର୍ବ ଭାରତରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଓଡ଼ିଶା ସମେତ ଝାଡ଼ଖଣ୍ଡ ଓ ବିହାର ଭଳି ରାଜ୍ୟ ମାନଙ୍କରେ ସାମାଜିକ-ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବ ।

  • Share this:Bhubaneswar: Chief Minister Shri Naveen Patnaik Friday released a Collection of Poems ‘Beyond Here and Other Poems’. Written by senior bureaucrat Shri Bishnupada Sethi, ‘Beyond Here and Other...
  • Share this:ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ ଆହୁରି ୨୫ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ...
  • Share this:ଭୁବନେଶ୍ୱର:୨୦୨୦ ମସିହାରୁ  ବର୍ତ୍ତମାନ ସୁଦ୍ଧା ସମୁଦାୟ ୮,୩୭, ୨୨୬ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୭,୬୪, ୬୭୩ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି ।  ୩୧୬୭ ଜଣ କୋଭିଡ୍‌-୧୯ ରୋଗୀଙ୍କର  ମୃତ୍ୟୁ ହୋଇଛି...
  • Share this:ନୂଆଦିଲ୍ଲୀ/ଭୁବନେଶ୍ୱର:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଭିଡ଼ିଓ କନଫରେନ୍ସିଂ ଜରିଆରେ ଛତିଶଗଡ଼ରେ ସେଲର ଭିଲାଇ ଇସ୍ପାତ୍ କାରଖାନା ପରିସରରେ ଅକ୍ସିଜେନ୍ ସଂଯୁକ୍ତ ୧୧୪ ବେଡ୍ ବିଶିଷ୍ଟ ଜୁମ୍ବୋ କୋଭିଡ୍ କେୟାର ସେଣ୍ଟରର ଲୋକାର୍ପଣ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ...
  • Share this:ଭୁବନେଶ୍ୱର : ଗୁରୁବାର ଦିନ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବ  ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ବ୍ୟବସାୟ ଓ କାର୍ଯ୍ୟକାରିତା ସମ୍ବନ୍ଧୀୟ ଏକ ସମୀକ୍ଷା ବୈଠକ ଭର୍ଚୁଆଲ୍‌...

RELATED BY