ଆମ ସମସ୍ତଙ୍କ ଜୀବନରୁ ଅନ୍ଧକାର ଦୂର କରି ଜ୍ଞାନ, ପ୍ରଗତି ଏବଂ ସମୃଦ୍ଧିର ନୂତନ ଆଲୋକ ପ୍ରଦାନ କରୁ : ମନମୋହନ ସାମଲ
ଜଗତଜନନୀ ମାଆ କାଳୀଙ୍କ କୃପାରୁ ରାଜ୍ୟର ପ୍ରତ୍ୟେକ ପରିବାରରେ ସୁଖ, ଶାନ୍ତି, ସମୃଦ୍ଧି ଏବଂ ପ୍ରଚୁର ଆନନ୍ଦ ଭରିଯାଉ
ଭୁବନେଶ୍ୱର : ପବିତ୍ର ଦୀପାବଳି ଏବଂ କାଳୀପୂଜା ଉପଲକ୍ଷେ ସମସ୍ତ ଓଡ଼ିଶାବାସୀଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ହାର୍ଦ୍ଦିକ ଶୁଭେଚ୍ଛା, ଅଭିନନ୍ଦନ ଜଣାଇଛନ୍ତି । ଆଲୋକର ମହାପର୍ବ ଦୀପାବଳି ଆମ ସମସ୍ତଙ୍କ ଜୀବନରୁ ଅନ୍ଧକାର ଦୂର କରି ଜ୍ଞାନ, ପ୍ରଗତି ଏବଂ ସମୃଦ୍ଧିର ନୂତନ ଆଲୋକ ପ୍ରଦାନ କରୁ । ଜଗତଜନନୀ ମାଆ କାଳୀଙ୍କ କୃପାରୁ ରାଜ୍ୟର ପ୍ରତ୍ୟେକ ପରିବାରରେ ସୁଖ, ଶାନ୍ତି, ସମୃଦ୍ଧି ଏବଂ ପ୍ରଚୁର ଆନନ୍ଦ ଭରିଯାଉ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କାମନା କରିଛନ୍ତି । ବିକଶିତ ଓଡ଼ିଶା ଗଠନର ସଂକଳ୍ପକୁ ନେଇ ଆଗକୁ ବଢ଼ୁଥିବା ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ଜୀବନରେ ଏହି ପର୍ବ ଉତ୍ସାହ ଓ ଶକ୍ତି ସଞ୍ଚାର କରୁ । ନିରାପଦ ଏବଂ ସତର୍କତାର ସହ ଦୀପାବଳୀ ପର୍ବ ପାଳନ କରିବାକୁ ନିବେଦନ ।