ଭୁବନେଶ୍ୱର:ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ତଥା ପୁରୀ ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ସଭାପତି ଶ୍ରୀ ଅମିୟ କୁମାର ପଟ୍ଟନାୟକ ଅଖିଳ ଭାରତ କଂଗ୍ରେସ କମିଟିର ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ଏଥି ପୂର୍ବରୁ ଶ୍ରୀ ପଟ୍ଟନାୟକ ମଧ୍ୟ ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ଏଆଇସିସିର ନିର୍ବାଚିତ ସଦସ୍ୟ ଥିଲେ । ବିଭିନ୍ନ ସମୟରେ ରାଜ୍ୟର କୃଷକମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅହରହ ସଂଗ୍ରାମ କରିବା ସହ ସମବାୟ କ୍ଷେତ୍ରରେ ଜଣେ ସଫଳ ସମବାୟବିଦ୍ ଭାବରେ ପରିଚିତ । ଛାତ୍ର ଅବସ୍ଥାରୁ ସାଢ଼େ ତିନି ଦଶନ୍ଧି ଧରି ଶ୍ରୀ ପଟ୍ଟନାୟକ କଂଗ୍ରେସ ଦଳର ଜଣେ ଆଗ ଧାଡିର ଦୃଢ଼ ସଂଗଠକ । ତାଙ୍କ ନିଯୁକ୍ତି ଯୋଗୁଁ କିଷାନ କଂଗ୍ରେସର ସମସ୍ତ କର୍ମକର୍ତ୍ତା ଓ ବହୁ ଶୁଭେଚ୍ଛୁ ଅଭିନନ୍ଦନ ଜଣାଇଥିବା ପ୍ରକାଶ ।