ମାର୍ଚ୍ଚ ୧୩ ରେ କଂଗ୍ରେସର ରାଜ ଭବନ ଚାଲ ଅଭିଯାନ

ଭୁବନେଶ୍ୱର:ଅଖିଳ ଭାରତ କଂଗ୍ରେସ କମିଟିର ଆହ୍ୱାନକ୍ରମେ ହିଣ୍ଡେନବର୍ଗ ରିପୋର୍ଟ ଓ ମୋଦି-ଆଦାନୀ ଅସାଧୁମେଣ୍ଟ ଯୋଗୁଁ ଏଲଆଇସି, ଏସବିଆଇ ଏବଂ ଭାରତ ବର୍ଷର ଅନ୍ୟ ଜାତୀୟକରଣ ବ୍ୟାଙ୍କ ମାନଙ୍କର ହଜାର ହଜାର କୋଟି ଟଙ୍କା କ୍ଷତି ଘଟିଲାଣି । ଭାରତ ବର୍ଷର ଜାତୀୟ ସଂପତି ଆଜି ମୋଦି ସରକାରକୁ ଟେକି ଦେବାରେ ଲାଗିଛନ୍ତି । ଏହି ପ୍ରସଙ୍ଗରେ ଆସନ୍ତା ୧୩ ତାରିଖ ଦିନ ରାଜଭବନ ଚାଲ ଅଭିଯାନ କାର୍ଯ୍ୟକ୍ରମକୁ ସଫଳ କରିବାକୁ ବ୍ୟାପକ ପ୍ରସ୍ତୁତି ଚାଲୁଛି । ପ୍ରଦେଶ କଂଗ୍ରେସ କମିଟିର ସମସ୍ତ ନେତୃବୃନ୍ଦ, ସାଂସଦ, ବିଧାୟକ, ପୂର୍ବତନ ସାଂସଦ ଓ ବିଧାୟକ, ପିସିସି ସଦସ୍ୟଙ୍କ ସମେତ ଜିଲ୍ଲା ଓ ବ୍ଲକ ସଭାପତିଙ୍କ ନେତୃତ୍ୱରେ ନିର୍ବାଚିତ ଜନପ୍ରତିନିଧି ଓ କର୍ମକର୍ତାମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସଫଳ କରିବାକୁ ପିସିସି ସଭାପତି ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *