ଭୁବନେଶ୍ୱର:ରାଜନୀତିରେ କଂଗ୍ରେସର ବରିଷ୍ଠ ନେତା ତଥା ଅଖିଳ ଭାରତ କଂଗ୍ରେସ କମିଟିର ପୂର୍ବତନ ସଭାପତି ଶ୍ରୀ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଭାରତ ଯୋଡ଼ କାର୍ଯ୍ୟକ୍ରମର ଅଭୁତପୂର୍ବ ସଫଳତା ତଥା ଜନସମର୍ଥନକୁ ଲକ୍ଷକରି ବିଜେପି ଦଳ ହତୋତ୍ସାହ ହୋଇପଡ଼ିଛି । ଯାହା ଫଳରେ ସାମାନ୍ୟ କଥାକୁ ନେଇ କୋର୍ଟ କଚେରୀ ଜରିଆରେ ରାହୁଲ ଗାନ୍ଧୀଙ୍କ ମୁହଁ ବନ୍ଦ କରିବାପାଇଁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର କରିଛି । ଯାହାଫଳରେ କୋର୍ଟ ୩୦ ଦିନ ମହଲତ ଦେଇଥିବାବେଳେ ବିଜେପି ସରକାରର ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଯେଉଁଭଳି ଭାବରେ ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟ ପଦରୁ ରଦ୍ଦ କରାଗଲା, ଏହା ଅତ୍ୟନ୍ତ ଲଜ୍ଜ୍ୟାଜନକ । ଶ୍ରୀ ରାହୁଲ ଗାନ୍ଧୀଙ୍କୁ ସମର୍ଥନ ଜଣାଇ ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ଏକ ମସାଲ ଶୋଭାଯାତ୍ରା ପ୍ରଦେଶ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ନେତୃତ୍ୱରେ ସେବାଦଳ କର୍ମୀମାନେ କଂଗ୍ରେସ ଭବନଠାରେ ସମ୍ମିଳିତ ହୋଇ ଶୃଙ୍ଖଳାର ସହ କଂଗ୍ରେସ ଭବନଠାରୁ ମାଷ୍ଟରକ୍ୟାଂଟିନ ଛକ ପର୍ଯ୍ୟନ୍ତ ଯାଇଥିଲେ । ଏହି ଅବସରରେ ଡଃ ଜ୍ଞାନେନ୍ଦ୍ର କହିଥିଲେ ଯେ, ଆମେ ଗତ ୯ବର୍ଷ ଧରି ବିଜେପି ସରକାର ଶାସନରେ, ସାଧାରଣ ଜନତା ଯେଉଁ ହନ୍ତସନ୍ତ ହେଉଛନ୍ତି ଏହା ଭାରତ ସ୍ୱାଧୀନତାର ୭୫ ବର୍ଷ ଭିତରେ ଦେଖାଦେଇନଥିଲା । ଦେଶରେ ଏକଛତ୍ରବାଦୀ ପ୍ରଧାନମନ୍ତ୍ରୀ ଗଣତନ୍ତ୍ରର ହତ୍ୟାକରିବା ପାଇଁ ସମସ୍ତ ପ୍ରକାର ଯୋଜନାବଦ୍ଧ ଷଡ଼ଯନ୍ତ୍ର କରୁଛନ୍ତି । ଆଦାନୀ କମ୍ପାନୀଭଳି ବ୍ୟବସାୟୀଙ୍କୁ ସୁହାଇଲା ଭଳି ବ୍ୟାଙ୍କ ଋଣ କରାଇ ଭାରତବର୍ଷର ଅର୍ଥନୀତିକୁ ସଂପୂର୍ଣ୍ଣ ଧ୍ୱଂସ କରିଦେଇଛନ୍ତି । ଏହାର ପ୍ରତିବାଦ କଂଗ୍ରେସ ଦଳ ତରଫରୁ ନିରନ୍ତର ଚାଲିଛି । ଆଗାମୀ ଦିନରେ ମଧ୍ୟ ଚାଲିବ ବୋଲି ସେ କହିଥିଲେ । ଗୁରୁବାର ଦିନର କାର୍ଯ୍ୟକ୍ରମରେ ରାଜ୍ୟ ସେବାଦଳ କର୍ମକର୍ତା ଏବଂ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ବିଧାୟକ ସୁରେଶ କୁମାର ରାଉତରାୟ, ମନୋରଞ୍ଜନ ଦାଶ, ଆଡଭୋକେଟ ମନୋଜ କୁମାର ସାହୁ, ଜ୍ୟୋତିଷ କୁମାର ସାହୁ, ପ୍ରକାଶ ଜେନା, ମହମ୍ମଦ ସାହାଦୁଲ୍ଲା, କୁଳମଣି ସାହୁ, ଖଗେଶ୍ୱର ମଲ୍ଲିକ, ଲିଙ୍ଗରାଜ ସାହୁ, ମିହିର ଆଚାର୍ଯ୍ୟ, ସୁଶାନ୍ତ ତ୍ରିପାଠୀ, ପ୍ରଶନ୍ନ କୁମାର ପାଇକରାୟ, କୈଳାସ ଚନ୍ଦ୍ର ସାହୁ, ପ୍ରକାଶ ନନ୍ଦ, ଅଜିତା କର, ବସନ୍ତ ପଣ୍ଡା, ରଞ୍ଜନ ଭୋଇ, କାର୍ତିକଚନ୍ଦ୍ର ସାମନ୍ତରାୟ, ଦୁର୍ଯ୍ୟୋଧନ ମହାରଣା, ନବକିଶୋର ସାଠୁଆ, ସନାତନ ସେଠୀ, ବିମଳ ଦାସ, ସୁବାଷ ମଲ୍ଲିକ ପ୍ରମୁଖ ବହୁ ସେବାଦଳ କର୍ମୀ ଅଂଶଗ୍ରହଣ କରିଥିଲେ ।