ଓଡ଼ିଶାରୁ ତିନୋଟି ରୁଟ୍‌ରେ ବନ୍ଦେ ଭାରତ ଟ୍ରେନ୍‌ ଚଳାଇବାକୁ ଦାବି

ଭୁବନେଶ୍ୱର:ଓଡ଼ିଶାରୁ ତିନୋଟି ରୁଟ୍‌ରେ ‘ବନ୍ଦେ ଭାରତ’ ଟ୍ରେନ୍‌ ଚଳାଇବାକୁ କେନ୍ଦ୍ର ରେଳ ଚଳାଚଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ପତ୍ର ଲେଖିଛନ୍ତି । ବିଗତ ୨୦ ବର୍ଷ ମଧ୍ୟରେ ଓଡ଼ିଶାର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ହେବା ସହ ବିଗତ କିଛି ବର୍ଷ ଧରି ପୁଞ୍ଜିନିବେଶ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଆଗୁଆ ରହିଛି । ଦେଶର ଅର୍ଥନୈତିକ ବ୍ୟବସ୍ଥାରେ ମଧ୍ୟ ଓଡ଼ିଶାର ଯୋଗଦାନ ଉଲ୍ଲେଖନୀୟ ରହିଛି । ଏହି ପରିପ୍ରେକ୍ଷୀରେ ଗମନାଗମନ ଓ ପରିବହନ ବ୍ୟବସ୍ଥାରେ ବ୍ୟାପକ ଉନ୍ନତିକରଣର ଆବଶ୍ୟକତା ରହିଛି । ସଂପ୍ରତି ଦେଶବ୍ୟାପୀ ତ୍ୱରିତ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ‘ବନ୍ଦେ ଭାରତ’ ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଚଳ ଆରମ୍ଭ କରାଯାଇଛି । ରାଜ୍ୟବାସୀଙ୍କ ଦାବି  ପର୍ଯ୍ୟଟକ ଏବଂ ଓଡ଼ିଶାବାସୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁରୀ-ହାଓଡ଼ା, ପୁରୀ-ସମ୍ବଲପୁର-ରାଉରକେଲା ଏବଂ ଭୁବନେଶ୍ୱର-ହାଇଦ୍ରାବାଦ୍‌ ମଧ୍ୟରେ ତିନୋଟି ‘ବନ୍ଦେ ଭାରତ’ ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଇବାକୁ ମନ୍ତ୍ରୀ ଶ୍ରୀମତୀ ସାହୁ କେନ୍ଦ୍ର ରେଳବାଇ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଙ୍କୁ ପତ୍ର ଲେଖିଛନ୍ତି। ଏହା ଦ୍ୱାରା ପଶ୍ଚିମବ ଙ୍ଗ ଯାତ୍ରୀମାନ ଙ୍କ ର ସୁବିଧା ହେବା ସହିତ ପଶ୍ଚିମ ଓଡ଼ିଶାବାସୀଙ୍କର ରାଜଧାନୀ ଭୁବନେଶ୍ୱର ସହିତ ଯୋଗାଯୋଗ ପାଇଁ ସମୟ ବଞ୍ଚିବ ଏବଂ ହାଇଦ୍ରାବାଦରେ ରହୁଥିବା ବହୁସଂଖ୍ୟକ ଓଡ଼ିଶାବାସୀ ଉପକୃତ ହେବେ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି । 

Leave a Reply

Your email address will not be published. Required fields are marked *