କର ଫାଉଣ୍ଡେସନ୍‌ର ୩ୟ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର:ସାମାଜିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ “କର ଫାଉଣ୍ଡେସନ୍‌’ ର ତୃତୀୟ ପ୍ରତିଷ୍ଠା ଦିବସ ଭୁବନେଶ୍ୱରସ୍ଥିତ ସ୍ଥାନୀୟ ବୁଦ୍ଧ ମନ୍ଦିର ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କିଛି ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର ବାର୍ଷିକ କାର୍ଯ୍ୟକ୍ରମର ଏକ ଫଟୋଚିତ୍ର ପ୍ରଦର୍ଶନ କରାଯିବା ସହ ବାର୍ଷିକ ବିବରଣୀ ପ୍ରଦାନ କରାଯାଇଥିଲା । ଏଥିରେ ଅତିଥି ରୂପେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର  ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା,କର ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ତଥା ଭର୍ସାଟାଇଲ୍ ଅଭିନେତା ଶ୍ରୀଯୁକ୍ତ ଚନ୍ଦନ କର, ଯୁବ ସାମାଜିକ କର୍ମୀ ମୀର ଅହମ୍ମଦ ଅଲ୍ଲୀ, ଚଳଚ୍ଚିତ୍ର ପ୍ରଯୋଜକ ପ୍ରଦୀପ କୁମାର ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନିତ ବ୍ୟକ୍ତିମାନେ ହେଲେ  ସାମ୍ବାଦିକ ଦୁର୍ଗାଶିଷ, ସାଇବର ଏକ୍ସପର୍ଟ ପ୍ରଶାନ୍ତ ସାହୁ, ଅଭିନେତା ଆର୍‌ଜେ କେପି, ସାମ୍ବାଦିକ ଅବିନାଶ ଷଡ଼ଙ୍ଗୀ, ଅଭିନେତା କାଳୀଚରଣ ଆଚାର୍ଯ୍ୟ, ମାନବାଧିକାର କର୍ମୀ ଡଃ ସୁନୀତା ମହାନ୍ତି, ସାମ୍ବାଦିକ ଗୁରୁପାଦ ନାଥ, ସଂଗ୍ରାମୀ ଯୁବଛାତ୍ର ସଂଗଠନର ରାଜ୍ୟ ସହ-ସଂଯୋଜକ ମାନସ ରଞ୍ଜନ ସାହୁ, ସମାଜସେବୀ ପ୍ରଜ୍ଞାସ୍ମିତା ଦାସ, ସେଣ୍ଟର୍ ଫର୍‌ ଭଲ୍ୟୁଣ୍ଟାରି ସର୍ଭିସ୍‌, ଖୋର୍ଦ୍ଧା ପାଇକ ଟ୍ରଷ୍ଟ, ନୟାଗଡ଼ ହେଲପିଙ୍ଗ୍ ହ୍ୟାଣ୍ଡ, ସମାଜସେବୀ ବିନୋଦ କୁମାର ରାଉତ, ଶିକ୍ଷୟିତ୍ରୀ ଭାଗ୍ୟଶ୍ରୀ ମହାନ୍ତି ।  ସଭା ପରିଚାଳନା କରିଥିଲେ ନିରୋଜ କୁମାର, ସିଲୁ ସାହୁ ଓ ଅନ୍ନପୂର୍ଣ୍ଣା ଦାସ ,ରଜନୀକାନ୍ତ ନାୟକ, ଶେଖ ଗୁଲଜାର ହୁସେନ୍‌, ଶ୍ରୀରାମ ରାୟ ଏବଂ ପ୍ରିୟଙ୍କା  ।

Leave a Reply

Your email address will not be published. Required fields are marked *