ଓଡ଼ିଆ ସିନେମା “ଅଧୁରା ପ୍ରେମ କାହାଣୀ”

ଭୁବନେଶ୍ୱର : ମା ଦୁର୍ଗା ରଜତ ଜ୍ୟୋତି ପ୍ରଡକ୍ସନ ଦ୍ଵାରା ନିର୍ମିତ “ଅଧୁରା ପ୍ରେମ କାହାଣୀ”  ଜୁନ ମାସ ୨୩ ତାରିଖରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବାକୁ ଯାଉଛି । ପ୍ରଯୋଜକ ରଜତ ମହାପାତ୍ର ଓ ଜ୍ୟୋତି କିଶୋର ଦାଶଙ୍କ ମିଳିତ ଉଦ୍ୟମରେ ଚଳଚ୍ଚିତ୍ରଟି ସମ୍ପୁର୍ଣ୍ଣ ହୋଇଛି । ନିର୍ଦ୍ଦେଶକ ନିରଞ୍ଜନ ବାରିକ ଓ ସହ ନିର୍ଦ୍ଦେଶକ ଆଶୁତୋଷ ଦାସ (ବାବୁଦା)ଙ୍କ ପରିଶ୍ରମରେ ଚଳଚ୍ଚିତ୍ରଟି ନିହାତି ସଫଳ ହେବ ବୋଲି ପ୍ରଯୋଜକ ସଂସ୍ଥା ଆଶାବାଦୀ । ଶ୍ରେଷ୍ଠ ଅଭିନେତା, ପାଞ୍ଚ ତାରକା ଚଳଚ୍ଚିତ୍ର ଏବଂ ଓଟିଇଟି ପୁରସ୍କାର ୨୦୨୩ ପାଇଥିବା ଶୁଭାଶିଷ, ଶ୍ରେଷ୍ଠ ଅଭିନେତ୍ରୀ, ବାଣୀଚିତ୍ର ଚଳଚ୍ଚିତ୍ର ପୁରସ୍କାର ୨୦୨୩ ପାଇଥିବା ପୂନମ୍ ମିଶ୍ର ଓ ତରଙ୍ଗ ଚଳଚ୍ଚିତ୍ର ପୁରସ୍କାର ୨୦୨୩ ପାଇଥିବା ସୁର୍ୟମୟୀ ମହାପାତ୍ରଙ୍କ ଅଭିନୟ ଓଡ଼ିଆ ସିନେମା ପ୍ରେମୀ ଦେଖିବାକୁ ପାଇବେ । ରୋମାଣ୍ଟିକ୍, ଦ୍ଵନ୍ଦ ସାଙ୍ଗକୁ ମୌଳିକ କାହାଣୀ ନିର୍ମିତ ଅଧୁରା ପ୍ରେମ କାହାଣୀ ଏକ ପାରିବାରିକ ନାଟକ । ଅଶ୍ରୁମୋଚନ ମହାନ୍ତି, ଶ୍ରୀତମ ଦାସ, ଜୀବନ ପଣ୍ଡା, ପ୍ରଜ୍ଞା ଖଟୁଆ ଏବଂ ଆହୁରି ନାମୀ ଦାମୀ କଳାକାରଙ୍କୁ ଏହି ଚଳଚ୍ଚିତ୍ରରେ ଦେଖିବାକୁ ପାଇବେ । ସିନେମାର ଗୀତ ଗୁଡ଼ିକ ଓଡ଼ିଆ ସିନେମା ଜଗତର ସୁନାମଧନ୍ୟ ଗାୟକ/ଗାୟିକା ଅସୀମା ପଣ୍ଡା, ହ୍ୟୁମାନ ସାଗର, ଅର୍ପିତା ଚୌଧୁରୀ, ଆର୍. ଅଙ୍କିତା, କୁଲଦୀପ, ଅରବିନ୍ଦ ଓ ଶିଶିର କୁମାର ଦାଶ ଗାଇଛନ୍ତି । ସଙ୍ଗୀତ ନିର୍ଦେଶକ ଶ୍ରୀ ବୈଦ୍ୟନାଥ ଦାଶ ଓ କାହାଣୀ ଲେଖିଛନ୍ତି ନାମୀଦାମୀ କାହାଣୀକାର ଶ୍ରୀ ପ୍ରିୟବ୍ରତ ପଣ୍ଡା ।

Leave a Reply

Your email address will not be published. Required fields are marked *