୨୦୦୦ ଟଙ୍କା ନୋଟ ପ୍ରଚଳନ ପାଇଁ କିଏ ସରକାରଙ୍କୁ ପରାମର୍ଶ ଦେଇଥିଲେ ?

ଭୁବନେଶ୍ୱର:ପ୍ରଦେଶ କଂଗ୍ରେସ ଦ୍ୱାରା ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ଶନିବାର ଦିନ ସାମ୍ବାଦିକମାନଙ୍କୁ ସମ୍ବୋଦ୍ଧିତ କରି ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ୨୦୧୬ ନଭେମ୍ବର ମାସ ୮ ତାରିଖରେ ଯେଉଁ ନୋଟବନ୍ଦି ଘୋଷଣା କରାଯାଇଥିଲା ତାହା କାହାର ସ୍ୱାର୍ଥକୁ ପୂରଣ କରିବାପାଇଁ କରାଯାଇଥିଲା ତାହା ଆଜି ଦେଶବାସୀଙ୍କ ସ୍ପଷ୍ଟ ହୋଇଯାଇଛି । ଶୁକ୍ରବାର ଦିନ ଆରବିଆଇ ୨୦୦୦ ଟଙ୍କା ନୋଟକୁ ଫେରାଇ ନେବାପାଇଁ ଘୋଷଣା କରିଛନ୍ତି । ବିମୁଦ୍ରିକକରଣ ସମୟରେ ଭାରତବର୍ଷର ପ୍ରଧାନମନ୍ତ୍ରୀ ସେତବେଳର ପ୍ରଚଳିତ ୫ଶହ ଟଙ୍କିଆ ଏବଂ ହଜାର ଟଙ୍କିଆ ନୋଟକୁ ଅଚଳ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଏହି ବଡ଼ ବଡ଼ ନୋଟ ଯୋଗୁଁ କଳାଧନ ସଂଚୟ, ଆତଙ୍କବାଦ କାର୍ଯ୍ୟକଳାପ, ନକ୍ସଲବାଦୀ, ସୀମାପାର ଆତଙ୍କବାଦ ଓ ଜାଲିନୋଟ କାରବାର ବହୁ ପରିମାଣରେ ବୃଦ୍ଧି ପାଇବା ଯୋଗୁଁ ଏହା ଭାରତର ଅର୍ଥନୀତିକୁ ବହୁ ପରିମାଣରେ ଦୁର୍ବଳ କରିଦେଉଛି । କିନ୍ତୁ ଦୁର୍ଭାଗ୍ୟର କଥା ବିମୁଦ୍ରିକରଣର କିଛି ଦିନ ପରେ ସରକାର ପୁନଃ ୫୦୦ ଟଙ୍କା ଓ ୧୦୦୦ ଟଙ୍କା ପରିବର୍ତେ ୨୦୦୦ ଟଙ୍କିଆ ନୋଟ ପ୍ରଚଳନ କଲେ । କଂଗ୍ରେସ ଦଳ ଏବଂ କଂଗ୍ରେସର ବରିଷ୍ଠ ନେତୃବର୍ଗ ସେତେବେଳେ ୧୦୦୦ ଟଙ୍କା ନୋଟ ଯଦି କଳାଧନ ଠୁଳ କରିବା କଳାଧନ ସଂଚୟ, ଆତଙ୍କବାଦ କାର୍ଯ୍ୟକଳାପ, ନକ୍ସଲବାଦୀ, ସୀମାପାର ଆତଙ୍କବାଦ ଓ ଜାଲିନୋଟ କାରବାର କରିବାରେ ସହାୟକ ହେଉଛି ତାହାହେଲେ ଏହାକୁ ବନ୍ଦ କରି କାହିଁକି ୨୦୦୦ ଟଙ୍କିଆ ନୋଟ ପ୍ରଚଳନ କରାଯାଉଛି । ଏହାର ବୌଧିକତା କଣ ? ଏହାଦ୍ୱାରା କିଭଳି ଭାବରେ ପୂର୍ବ କାରଣ ଗୁଡିକକୁ କମାଯାଇ ପାରିବ । ୨୦୦୦ ଟଙ୍କା ନୋଟ ପ୍ରଚଳନ ପାଇଁ କିଏ ସରକାରଙ୍କୁ ପରାମର୍ଶ ଦେଇଥିଲେ । ସ୍ମରଣଥାଉକି ୨୦୧୬ ମସିହା ନଭେମ୍ବର ମାସରେ ସମୁଦାୟ ୧୭.୪ ଲକ୍ଷ କୋଟି ଟଙ୍କାର ନଗଦ ରାଶି କାରବାର ହେଉଥିଲା ତନ୍ମମଧ୍ୟରୁ କେବଳ ୫ ଶହ ଟଙ୍କା ଓ ୧୦୦୦ ଟଙ୍କିଆ ନୋଟର ରାଶିର ପରିମାଣ ୧୫.୪୧ ଲକ୍ଷ କୋଟି ଟଙ୍କା ଥିଲା । ବିମୁଦ୍ରିକରଣ ପରେ ପାଖାପାଖି ୯୯.୩୦ ପ୍ରତିଶତ ୫ଶହ ଟଙ୍କା ୧୦୦୦ ଟଙ୍କା ନୋଟ ବ୍ୟାଙ୍କମାନଙ୍କୁ ଫେରି ଆସିଥିଲା ଯାହାର ମୂଲ୍ୟ ଥିଲା ୧୫.୩୧ ଲକ୍ଷ କୋଟି ଟଙ୍କା । କିନ୍ତୁ ଆଜି ୨୦୨୩ ମେ ମାସ ସୁଦ୍ଧା ୩୭ ଲକ୍ଷ କୋଟି ଟଙ୍କାର ନଗଦ ରାଶି କାରବାର ହେଉଛି । ଏହା ଦ୍ୱାରା ନଗଦ ରାଶିର ପ୍ରଚଳନ ପାଖାପଖି ୨ ଗୁଣାରୁ ଅଧିକ ବଢ଼ିଯାଇଛି । ତେଣୁ ଏହାଦ୍ୱାରା କ୍ୟାସଲେସ ଇକୋନୋମି ପରିବର୍ତେ କ୍ୟାସ ମୋର ଇକୋନୋମି ହୋଇଯାଇଛି । ସେହିଭଳି ଭାବରେ ଆତଙ୍କବାଦ କାର୍ଯ୍ୟକଳାପ ଦେଶରେ ବହୁଗୁଣାରେ ବୃଦ୍ଧି ପାଇଛି । ଜାଲି ନୋଟ କାରବାର ଏବଂ ଦରିଆପାରୀ ଆତଙ୍କବାଦ କାର୍ଯ୍ୟକଳାପ ମଧ୍ୟ ବହୁ ପରିମାଣରେ ବୃଦ୍ଧି ପାଇଛି । ତେଣୁ ଶୁକ୍ରବାର ଦିନ ଯେଉଁ ୨୦୦୦ ଟଙ୍କିଆ ନୋଟକୁ ଫେରସ୍ତ ନେବାପାଇଁ ନିଷ୍ପତି ନିଆଯାଇଛି ଏହା କାହିଁକି ଏତେ ବିଳମ୍ବରେ ନିଆଗଲା ଏବଂ ୪ଟି ରାଜ୍ୟର ନିର୍ବାଚନ ଆଉ କିଛିମାସ ବାକିଥିବା ବେଳେ ଏଭଳି ନିଷ୍ପତି ନେବା ଆଉ କିଛି ନ୍ୟସ୍ତ ସ୍ୱାର୍ଥକୁ ପୂରଣ କରିବାପାଇଁ କି ? ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ଅର୍ଥମନ୍ତ୍ରୀ ଏପରିକି ବିଜେପି ଦଳର ବହୁ ସାଂଗଠନିକ କାର୍ଯ୍ୟକର୍ତା କହିଥିଲେ ୨୦୦୦ ଟଙ୍କିଆ ନୋଟରେ ନାନୋ ଚିପ୍ ଲାଗିଛି । ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ କେହି କଳାଧନ ମହଜୁଦକାରୀ ଏହି ୨୦୦୦ ଟଙ୍କା ନୋଟକୁ ଠୁଳକଲେ ତାକୁ ଶୀଘ୍ର ଠାବ କରିହେବ । ତେଣୁ ପ୍ରଦେଶ କଂଗ୍ରେସର ପ୍ରଶ୍ନ ଯଦି ଏହି ନୋଟକୁ ଠାବ କରିହେବ ତାହାହେଲେ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ଏହାକୁ ପୂର୍ନବାର ବଜାରରୁ ଫେରାଇ ନିଆଯାଉଛି । ୨୦୦୦ ଟଙ୍କିଆ ନୋଟ ଛାପିବା ପାଇଁ ସେତେବେଳେ କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ପୁଣି ସେହି ନୋଟକୁ ଫେରାଇ ନେବା ଏବଂ ତାର ରକ୍ଷଣାବେକ୍ଷଣ ଓ ସେ ନୋଟକୁ ନଷ୍ଟକରିବାରେ ମଧ୍ୟ ବହୁ କୋଟି ଟଙ୍କା ଖର୍ଚ୍ଚ ହେବ । ତେଣୁ ଏସବୁ ଖୋଦ୍ ପ୍ରଧାନମନ୍ତ୍ରୀଙ୍କର ଅହଂଭାବ, ଆତ୍ମଗର୍ବ ଓ ଅର୍ଥନୀତିକୁ ପରିଚାଳନା କରିବା ପାଇଁ ଉପଯୁକ୍ତ ଜ୍ଞାନ ନଥିବା ହେତୁ ଏଭଳି ପରିସ୍ଥିତି ଉପୁଜିଛି । ଏହା ପ୍ରଧାନମନ୍ତ୍ରୀଙ୍କର ତୁଗଲକି ଶାସନର ଦୃଷ୍ଟାନ୍ତ ବୋଲି ଶ୍ରୀ ପ୍ରଶାନ୍ତ କୁମାର ଶତପଥି ସାମ୍ବାଦିକମାନଙ୍କୁ କହିଥିଲେ । ସେ କହିଥିଲେ ଯେ ବିମୁଦ୍ରୀକରଣ ଯୋଗୁଁ ପାଖାପାଖି ୨ କୋଟି ଲୋକ ଏବଂ ଲକ୍ଷ ଲକ୍ଷ ଅଣୁ, କ୍ଷ୍ୟୁଦ୍ର, ମଧ୍ୟମ ବର୍ଗ ଶିଳ୍ପ ସଂପୂର୍ଣ୍ଣ ଭାବରେ ଠପ ହୋଇଯାଇଛି ତଦ୍ୱାରା ଭାରତର ଅର୍ଥନୀତି ବିକାଶର ଧାରା ଆଜି ପର୍ଯ୍ୟନ୍ତ ନିମ୍ନଗାମୀ ହେଉଛି । ୨୦୦୦ ଟଙ୍କା ନୋଟ ଛାପିବା ଏ ସରକାରଙ୍କର ବୌଧିକ ଶୂନ୍ୟତାର ଏକ ସ୍ପଷ୍ଟ ପ୍ରମାଣ । ତେଣୁ ଖୋଦ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଆଗରେରେ ଆଜି ପ୍ରକାଶ କରନ୍ତୁ ଏଭଳି ଉପଦେଶ କେଉଁମାନେ ଦେଇଥିଲେ । ଏବେ ୨୦୦୦ ଟଙ୍କିଆ ନୋଟ ପାଖାପାଖି ୩.୬୨ ଲକ୍ଷ କୋଟି ଟଙ୍କା ଅର୍ଥନୀତିରେ ପ୍ରଚଳନ ହେଉଛି, ଯାହାକି ପାଖାପାଖି ୨୦୧୭ ମସିହାର ପ୍ରଚଳିତ ୨୦୦୦ ଟଙ୍କିଆ ନୋଟର ଅଧା ଏବେ ପ୍ରଚଳିତ ହେଉଛି । କିନ୍ତୁ ଏହାର ପ୍ରଭାବ ନିଶ୍ଚିତରୂପେ ଭାରତ ବର୍ଷର ଅଣୁ, କ୍ଷ୍ୟୁଦ୍ର ଓ ମଧ୍ୟମ ବର୍ଗ ଶିଳ୍ପ ଉପରେ ପଡ଼ିବ । ଯଦ୍ୱାରାକି ଏହା ଜିଡିପିକୁ କିଛି ମାତ୍ରାରେ ପ୍ରଭାବିତ କରିବ । ପୁଣି ଲୋକମାନେ ହନ୍ତସନ୍ତ ହେବେ । ୨୦୦୦ ଟଙ୍କିଆ ନୋଟ ଫେରାଇବା ପାଇଁ ବ୍ୟାଙ୍କକୁ ଦୌଡ଼ିବେ । ପ୍ରଧାନମନ୍ତ୍ରୀ ଦେଶ ପ୍ରଥମ କହୁଥିଲା ବେଳେ ଦେଶର ଜନସାଧାରଣଙ୍କ ସ୍ୱାର୍ଥକୁ ସବୁବେଳେ ଦଳିଦେବା ଏହା ତାଙ୍କର ଦୌମୁହାଁ ନୀତିକୁ ପ୍ରକାଶ କରୁଛି ବୋଲି କହିଛନ୍ତି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମିଡିଆ ସଂଯୋଜକ ଦୀପକ କୁମାର ମହାପାତ୍ର ଧନ୍ୟବାଦ ଦେଇଥିଲେ ।

5 thoughts on “୨୦୦୦ ଟଙ୍କା ନୋଟ ପ୍ରଚଳନ ପାଇଁ କିଏ ସରକାରଙ୍କୁ ପରାମର୍ଶ ଦେଇଥିଲେ ?”

  1. Vor dem Spiel können sich die Gäste im Restaurant
    Le Jardin kulinarisch verwöhnen lassen. In einer der schönsten Landschaften von Süd-Limburg, und zwar in Valkenburg auf der Spitze
    des Caubergs liegt das Holland Casino Valkenburg. Bei Roulette, das im Niederländischen denselben Namen trägt, sind Begriffe wie “Rood” (rot), “Zwart” (schwarz), “Even” (gerade) und “Oneven” (ungerade) besonders wichtig.

    Neben einer umfangreichen und exklusiven Spirituosen-Auswahl werden auch zahlreiche Speisen serviert.
    Die Automaten können schon für Cent-Beträge, auf Wunsch auch bargeldlos, gespielt werden und halten als besonderen Nervenkitzel diverse Jackpot-Chancen parat.
    Zur Auswahl stehen neben zahlreichen Slots auch elektronisches Roulette,
    Blackjack, Bingo oder Video Poker sowie ein modernes Multi-Roulette mit 42 Touchscreens.
    Abgerundet wird das umfassende Glücksspielangebot durch über
    350 Spielautomaten.
    Diese werden auch als Einsatz an anderen Spielautomaten akzeptiert oder
    an der Kasse als Bargeld ausgezahlt. Gewinne werden dank der Integration eines Cashless-Ticket-Systems nicht
    in Münzen ausgezahlt, sondern in Form eines Tickets.
    Der Mindesteinsatz an den Spielautomaten bewegt sich abhängig vom Terminal zwischen 1 Cent bis 2 Euro.
    In der sogenannten „Jack Corner“ gibt es
    auf über 640 Quadratmeter rund 120 Automaten. Bad Neuenahr in Rheinland-Pfalz ist nicht nur
    ein beliebter Kurort, sondern zugleich Heimat eines traumhaft schönen Casinos!

    References:
    https://online-spielhallen.de/casino-of-gold-promo-code-ihr-schlussel-zu-exklusiven-vorteilen/

  2. Casino.guru is an independent source of information about online casinos and online casino games,
    not controlled by any gambling operator. Online casinos give bonuses to both new and existing
    players in order to gain new customers and encourage them to play.
    This makes it a great option for most players who are looking for an online casino that creates a fair environment for their customers.

    Customers can play different types of roulette, poker, blackjack, baccarat and other gambling games for money.
    RocketPlay Casino Australia – Real money & crypto payments for slots & casino games.
    An initiative we launched with the goal to create a global self-exclusion system, which will allow vulnerable players to block their access to all online gambling opportunities.
    Our RocketPlay casino app delivers instant access to
    favorite games, whether you prefer Android or iOS gaming, and is fully compatible
    with Android devices. This real money casino approach allows you to start playing with a minimal
    investment. Every aspect of our service acknowledges the distinct needs of players, from banking preferences to game
    selection, ensuring a localized experience that feels familiar and
    comfortable.

    References:
    https://blackcoin.co/bizzo-casino-australia-review/

  3. Instead, they give access to free casino games. So what features does the best Australian online casino possess?
    Let’s start with our experts’ choice of the top AU casino sites to play at legally.
    Some casinos only have mobile browser websites, while others
    added an app that you can download in the app store for free.

    Skrill and Neteller are particularly popular among online casino players for their instant transactions.
    These bonuses are appealing as players can retain their winnings
    from a no deposit bonus, though a deposit might be required before cashing
    out. No deposit-free spins allow players to try games without making a deposit, while regular free
    spins usually come in welcome packages. Live dealer games combine the convenience of online play with the thrill of a physical casino, providing an engaging social interaction.
    Usually, the best AUD-friendly online casinos do not charge transaction fees.
    The best Aussie online casinos accept AUD for transactions and wagers.
    So, Australian online casinos providing 24/7 customer support get additional points
    when we rate them. With online casinos being accessible around the
    clock, we expect their customer support agents to be at our disposal anytime, day or night.
    To determine whether an online casino offers bonuses and promotions
    worth your while, we look at the terms and conditions.

    References:
    https://blackcoin.co/betmgm-your-ultimate-online-casino-experience/

Leave a Reply

Your email address will not be published. Required fields are marked *