ଛେଲିଗଡ଼ ବିସ୍ଥାପିତମାନଙ୍କର ଦାବିକୁ ସରକାର ତୁରନ୍ତ ମାନନ୍ତୁ : ଶ୍ରୀକାନ୍ତ ପାଢ଼ୀ

ବ୍ରହ୍ମପୁର:କେନ୍ଦ୍ର ସରକାରଙ୍କ ଏଆଇବିପି ଯୋଜନାରେ ରାଜ୍ୟର ଜଳ ସମ୍ପଦ ବିଭାଗର ଇନ୍ଦ୍ରାବତୀ, ଲୋୟାର ଇନ୍ଦ୍ରାବତୀ, ଓ ଛେଲିଗଡ ସହ 33 ଟି ପ୍ରକଳ୍ପ ନିମନ୍ତେ 3537 କୋଟି ଟଙ୍କା ମଞ୍ଜୁର କରିଥିଲେ । ସେଥି ମଧ୍ୟରୁ କେବଳ 9ଟି ପ୍ରକଳ୍ପ ସାରିଥିବା ବେଳେ 24ଟି ପ୍ରକଳ୍ପ ଅସଂପୂର୍ଣ୍ଣ ଅବସ୍ଥାରେ ରହିଛି । ଏଥିରେ ଛେଲିଗଡ ପ୍ରକଳ୍ପ ମଧ୍ୟ ଅଛି । ଛେଲିଗଡ ଜଳ ପ୍ରକଳ୍ପ  ଗଜପତି ଜିଲ୍ଲା ରେ ଅଛି । ବର୍ତ୍ତମାନ ଉକ୍ତ ପ୍ରକଳ୍ପର ବ୍ୟୟ ବରାଦ 936.63 କୋଟି ରଖାଯାଇଛି (2022) । ଏହାର ସମ୍ପର୍ଣ୍ଣ ଲମ୍ବା 276 ମିଟର ସହ କେନ୍ଦ୍ର ସ୍ପିଲ୍ଲବେୟ (Spill Way )102 ମିଟର ଲମ୍ବା ଅଛି । ଟର୍ନେଲର 1280 ମିଟର ଲମ୍ବା ଏବଂ ଓସାର 3ମିଟର ଅଟେ । ପ୍ରକଳ୍ପ ର କାମ ଶେଷ ହେଲେ 5201 haପାଣି ଗଛିତ ରହିବ । ପାଣି ଚାଷ ଜମିକୁ 6260 ha ରୁ ଗଞ୍ଜାମ କୁ 5760 ha ଏବଂ ଗଜପତି ଜିଲ୍ଲା କୁ 500 ha ଚାଷ ଜମିକୁ ପାଣି ମିଳିବ । 1.00 lacକୁ ମାକ୍ସ ପିଇବା ପାଣି ବ୍ରହ୍ମପୁର ସହରକୁ ମିଳିବ । 36ମେଗା ୱାଟର ବିଦ୍ୟୁତ 3ଟି ମିନି Hydel Schmes ସିୟା ଲଟି, କାନକଟା, ଏବଂ ଦେକିଲି ଗଜପତି ଜିଲାରୁ ଉତ୍ପାଦନ ହେବ । ଏଥିରେ ଅସଂପୂର୍ଣ୍ଣ  ଡେମ, Reserver, ଏବଂ ଟନେଲ ପାଇଁ 329.782 ha ହେଇଛି ଏବଂ ଏହା ପାଖା ପାଖି 89.22% ବୋଲି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନଗେନ୍ଦ୍ର ନାଥ ମହାରଣା ଋଷିକୂଲ୍ୟା, ବଂଶଧାରା, ନାଗବଳିର କହିଛନ୍ତି  । ଏହି ପ୍ରକଳ୍ପ 18/11/2005 ମସିହାରେ ଆରମ୍ଭ ହୋଇଥିଲା ଏବଂ ଏହା ମାର୍ଚ୍ଚ 2010 ସୁଦ୍ଧା ସମାପ୍ତ ହେବ ବୋଲି ସରକାର ଘୋଷଣା କରିଥିଲେ କିନ୍ତୁ ଦୁଃଖର କଥା ଏହା ଆଜି ପର୍ଯ୍ୟନ୍ତ ଶେଷ ହୋଇ ନାହିଁ  । ଏହା 2025 ସୁଦ୍ଧା ଶେଷ ହେବ ବୋଲି 5ଟି ସଚିବ ଏକ ସପ୍ତାହ ପୂର୍ବରୁ ଘୋଷଣା କରିଛନ୍ତି । କିନ୍ତୁ ଏହା ପ୍ରକୃତରେ କେବେ ଶେଷ ହେବ କେହି ବି କହି ପାରୁନାହାନ୍ତି । ଏଥିରେ ଏଥିରେ ବ୍ୟାପକ ଅନିୟମିତା ହୋଇଛି ବୋଲି ସିଏଜି ତାଙ୍କ ରିପୋର୍ଟରେ କହିଛନ୍ତି, ସେହି ରିପୋର୍ଟ କୁ ନେଇ ଶ୍ରୀକାନ୍ତ ପାଢ଼ୀ ଉଚ୍ଚ ନ୍ୟାୟାଳୟର 2011ରେ ଦ୍ୱାରସ୍ତ ହୋଇଥିଲେ କିନ୍ତୁ ମାନ୍ୟବର କୋର୍ଟଙ୍କ ଶୁଣାଣି କରି FIR ଦେବାକୁ କହିଥିଲେ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଘରୋଇ ବିଭାଗ ଅଭିଯୋଗ ଗ୍ରହଣ କରୁନାହିଁ  ।  ଛେଲିଗଡ ପ୍ରକଳ୍ପ ଶୀଘ୍ର ହେଉ ବୋଲି ଆନ୍ଦୋଳନ କରୁଥିବା ବିଜେପିର ପୂର୍ବତନ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ପାଢ଼ୀ ଛେଲିଗଡ ପ୍ରକଳ୍ପର ବୁଡି ଅଞ୍ଚଳ ଯାଇ ବିଶାଳ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ବୁଡି ଏବଂ ଆଂଶିକ ବୁଡି ଅଞ୍ଚଳର ବିସ୍ଥାପିତମାନଙ୍କ ସହିତ ବୈଠକ ରେ ଯୋଗ ଦେଇ ଆସିଛନ୍ତି  । ବିସ୍ଥାପିତମାନଙ୍କର ଦୁଃଖ ସରକାର ଶୁଣୁନାହାନ୍ତି ଏବଂ ବର୍ତ୍ତମାନ ନୂଆ ନିୟମ ଅନୁଯାଇ ବିସ୍ଥାପିତଙ୍କୁ ପ୍ରାପ୍ୟ ଦିଆଯାଉ ଏବଂ 16 ଟି ଦାବୀ ଉପରେ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ । ସରକାର ତରଫରୁ 350 ପରିବାର ବୁଡି ଅଞ୍ଚଳର ବୋଲି କହୁ ଥିବା ବେଳେ ବିସ୍ଥାପିତ ମାନେ 1000 ରୁ ଅଧିକ ପରିବାର ଅଛନ୍ତି ।  ମୁଖ୍ୟ ଶାସନ ସଚିବ, ଜଳ ସମ୍ପଦ ସଚିବ,5-ଟି ସଚିବ ଆସି ବୁଲି ଗଲେଣି କିନ୍ତୁ ଆମ ସହିତ ଚର୍ଚ୍ଚା କରୁନାହାନ୍ତି ତେଣୁ ଆଗାମୀ ଦିନରେ ବ୍ରହ୍ମପୁରରେ ଏକ ବିରାଟ ଆନ୍ଦୋଳନ କରି ଆରଡିସି ଅଫିସ ଘେରାଉ କରିବା କରିବା ପାଇଁ ପ୍ରସ୍ତୁତି ହେଉଥିବା ସୂଚନା ମିଳିଛି । ବିସ୍ଥାପିତଙ୍କ ଦ୍ଵାରା ଆୟୋଜିତ ସଭାରେ ଶ୍ରୀକାନ୍ତ ପାଢ଼ୀଙ୍କ ସହିତ ଆଦିକନ୍ଦ କାରଜି,ଚୈତନ୍ୟ ସାହୁ, ଚିନ୍ମୟ ରେଡଡି, ନିରଞ୍ଜନ ପାଢ଼ୀ ସହିତ  ବିସ୍ଥାପିତ ହେବାକୁ ଥିବା ଗ୍ରାମବାସୀ ଉପସ୍ଥିତ ଥିଲେ ।  

Leave a Reply

Your email address will not be published. Required fields are marked *