ପଣ୍ଡିତ ଜବାହରଲାଲ ନେହେରୁଙ୍କର ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର:ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କର ଶ୍ରାଦ୍ଧ ଦିବସ ଶନିବାର ଦିନ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ସମେତ ବହୁ କଂଗ୍ରେସ ନେତୃବୃନ୍ଦ ମାଷ୍ଟରକ୍ୟାଂଟିନ ଛକ ନେହେରୁ ପାର୍କରେ ଥିବା ପଣ୍ଡିତ ନେହେରୁଙ୍କର ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ କଂଗ୍ରେସ ଭବନ ପରିସରରେ ଥିବା ନେହେରୁଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି ଅବସରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସ୍ୱର୍ଗତ ନେହେରୁ ଭାରତର ସ୍ୱାଧୀନତା ଆନ୍ଦୋଳନରେ ନିଜକୁ ଉତ୍ସର୍ଗ କରିଦେଇଥିଲେ । ପଣ୍ଡିତ ନେହେରୁ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ଦାୟୀତ୍ୱ ନେଇ ଭାରତ କିପରି ଏକ ସ୍ୱାବଲମ୍ବି ରାଷ୍ଟ୍ର ହୋଇପାରିବ ସେ ଦିଗରେ ସେ ବହୁପଦକ୍ଷେପ ଗ୍ରହଣ କରିଥିଲେ ।  ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ପୂର୍ବତନ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ, ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, କଂଗ୍ରେସ କର୍ମକର୍ତା ସର୍ବଶ୍ରୀ ଶିବାନନ୍ଦ ରାୟ, ଡ. ଲଲାଟେନ୍ଦୁ ମହାପାତ୍ର, ଚିତରଞ୍ଜନ ଷଡ଼ଙ୍ଗୀ, କିଶୋର ଜେନା, ଚିନ୍ମୟ ସୁନ୍ଦର ଦାସ, ମନୋରଞ୍ଜନ ଦାଶ, ରଜନୀ ମହାନ୍ତି, ମାନସ ଆଚାର୍ଯ୍ୟ, ପ୍ରକାଶ ମିଶ୍ର, ଶ୍ରୀନିବାସ ରାଉତରାୟ, ତରୁଣ ମିଶ୍ର, ରବିନ୍ଦ୍ର ମହାପାତ୍ର, ମୋତିଲାଲ ଦାଶ, ଲିଙ୍ଗରାଜ ସାହୁ, ଜ୍ୟୋତିଷ ସାହୁ, ପ୍ରଭାତ ପ୍ରତାପ ସିଂ, ଶିଳ୍ପିଶ୍ରୀ ହରିଚନ୍ଦନ, ମଧୁସ୍ମିତା ପରିଡ଼ା, ଶ୍ରୀୟାସ୍ମିତା ପଣ୍ଡା, ସତ୍ୟବ୍ରତ ନାୟକ, ଜୟକୃଷ୍ଣ ସୁବୁଦ୍ଧି, ଦେବେନ୍ଦ୍ର ମହାନ୍ତି, ଦୁଷ୍ମନ୍ତ ମେହେର, ସୁଧାଂଶୁ ମହାନ୍ତି, ପ୍ରଶନ୍ନ ନାୟକ, କୁଳମଣି ସାହୁ, ଖଗେଶ୍ୱର ମଲ୍ଲିକ, ବିନୋଦ ପାଣି, ସଂଜୀବ ମହାନ୍ତି, ସଂଜୟ ମିଶ୍ର, ଲାଲ ମେହେର ପ୍ରମୁଖ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *