ବାହାନଗା ରେଳ ଦୁର୍ଘଟଣା ସ୍ଥଳ ପରିଦର୍ଶନ କଲେ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ଶୁକ୍ରବାର ଦିନ ହୋଇଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ସ୍ଥଳ ଶନିବାର ଦିନ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଓ ଓଡ଼ିଶା ପ୍ରଭାରୀ ଡ. ଏ ଚେଲା କୁମାର ପରିଦର୍ଶନ କରିଛନ୍ତି । ସେମାନଙ୍କ ସହ ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ,ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ବିଧାୟକ ସୁରେଶ କୁମାର ରାଉତରାୟ, ବିଧାୟକ ତାରା ପ୍ରସାଦ ବାହିନୀପତି, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହରା, ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ, ବାଲେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ସଂଜିବ ଗିରି ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିଥିଲେ ଓ ବାଲେଶ୍ୱର ଡାକ୍ତରଖାନା, ସୋର ଡାକ୍ତରଖାନା ପରିଦର୍ଶନ କରି ଚିକିତ୍ସିତ ହେଉଥିବା ଯାତ୍ରୀମାନଙ୍କୁ ଭେଟିଥିଲେ ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । ପିସିସି ପକ୍ଷରୁ ମୃତ୍ୟୁବରଣ କରିଥିବା ଯାତ୍ରୀମାନଙ୍କ ପ୍ରତି ଗଭୀର ଶୋକପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଥିଲେ । ଏହି ଦୁଃଖଦ ଘଟଣା ଘଟିବା ପରେ ବାଲେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ତ୍ୱରୀତ ସାହାଯ୍ୟ କାର୍ଯ୍ୟ କରାଯାଇଥିଲା ସେଥିପାଇଁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ବାଲେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ସଭାପତି ଓ ସ୍ଥାନୀୟ କର୍ମକର୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମଧୁସ୍ମିତା ସେଠୀ, ବିଶ୍ୱଜିତ ଦାଶ, ବନ୍ଦିତା ପରିଡ଼ା, ୟାସିର ନୱାଜ, ପିସିସି ସାଧାରଣ ସଂପାଦକ ମାନସ ରଞ୍ଜନ ଆଚାର୍ଯ୍ୟ, ଚିନ୍ମୟ ସୁନ୍ଦର ଦାସ, ଶ୍ରୀନିବାସ ରାଉତରାୟ, ତରୁଣ ମିଶ୍ର, ଦୀପକ ମହାପାତ୍ର, ମନୋଜ ରାଉତ, ସୁବ୍ରତ ମହାପାତ୍ର, ନଳିନୀ ମହାନ୍ତି, ଅଶୋକ ଦାସ, ପଦ୍ମାକର ଗୁରୁ, ଦୁର୍ଯ୍ୟୋଧନ ବେହେରା, ନିରୋଜ ଦାସ, ରଞ୍ଜିତ ପାତ୍ର, ଜ୍ଞାନ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ପତି, ନରୋତମ ନାୟକ, ପ୍ରଭାତ ପ୍ରତାପ ସିଂ ପ୍ରମୁଖ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *