ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା

ଭୁବନେଶ୍ୱର : ଉତ୍କଳ ୟୁନିଭର୍ସିଟିର କୁଳପତି ପ୍ରଫସର ସବିତା ଆଚାର୍ଯ୍ୟ ଶନିବାର ଦିନ ଲୋକସେବା ଭବନ ଠାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । ରାଜ୍ୟର ଏହା ସର୍ବ ପୁରାତନ ଏବଂ ଦେଶର ୧୭ ତମ ପୁରାତନ ୟୁନିଭର୍ସିଟି । ଏହା ଏକ ଶିକ୍ଷାଦାନ-ତଥା -ଅନୁବନ୍ଧିତ ବିଶ୍ୱବିଦ୍ୟାଳୟ । ରାଜ୍ୟର ବିଶ୍ୱବିଦ୍ୟାଳୟ ମାନଙ୍କର ମା’ ଭାବରେ ଜଣାଶୁଣା ଉତ୍କଳ ବିଶ୍ୱବିଦ୍ୟାଳୟର ଏକ ଭିନ୍ନ ଇତିହାସ ରହିଛି । ଆଧୁନିକ ଓଡିଶାର ବିକାଶରେ ଏହାର ଅବଦାନ ଅତୁଳନୀୟ । ବିଶ୍ୱବିଦ୍ୟାଳୟକୁ ଅନେକ ପ୍ରତିଷ୍ଠିତ ଯଶସ୍ବୀ ଶିକ୍ଷାବିତ୍ ମାନେ ସେବା ପ୍ରଦାନ କରିଛନ୍ତି । ଏକାଡେମିକ୍ ଏବଂ ଅନୁସନ୍ଧାନରେ ଏହାର ଉଲ୍ଲେଖନୀୟ ସଫଳତା ବିଶ୍ୱବିଦ୍ୟାଳୟକୁ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବାରେ ସାହାଯ୍ୟ କରିଛି । ସାକ୍ଷାତ ଆଲୋଚନା କାଳରେ ଏହି ବିଶ୍ଵବିଦ୍ୟାଳୟର ବିକାଶ ତଥା ଗୌରବ ବଜାୟ ରଖିବା ନେଇ ଆଲୋଚନା ହୋଇଥିବା ପ୍ରକାଶ ।

Leave a Reply

Your email address will not be published. Required fields are marked *