ଭୁବନେଶ୍ୱର : ଏହି କିଛି ଦିନ ତଳେ ଭାରତୀୟ ଜନତାପାର୍ଟିର ଜାତୀୟ ସଭାପତି ଶ୍ରୀ ଜେପି ନଡ୍ଡା ଓଡ଼ିଶାକୁ ଆସିଥିଲେ । ତାଙ୍କର ଏହି ଗସ୍ତ ଓଡ଼ିଶାର ଜନସାଧାରଣଙ୍କ ବିକାଶ ବା ରାଜ୍ୟର ସାମଗ୍ରିକ ବିକାଶ ପାଇଁ କୌଣସି ସ୍ୱତନ୍ତ୍ର ଖସଡ଼ା ନେଇ ଆସିନଥିଲେ । ସେ ନିଜ ଦଳର ଦୁର୍ବଳ କର୍ମୀ ଓ ନେତାମାନଙ୍କ ମନରେ ପ୍ରାଣ ସଂଚାର କରିବାପାଇଁ ଆସିଥିଲେ । ଦଳ ଭିତରେ ଥିବା ଗୋଷ୍ଠି କନ୍ଦଳକୁ ଦୂର କରିବାପାଇଁ ତାଙ୍କର ଏ ଗସ୍ତ ବୋଲି ସ୍ପଷ୍ଟ ପ୍ରମାଣିତ ହେଉଛି । ଶ୍ରୀ ନଡ୍ଡାଙ୍କ କଂଗ୍ରେସ ଦଳ ପ୍ରତି ଅଶାଳୀନ ମୁର୍ଖ ମନ୍ତବ୍ୟକୁ ଅତି କଡ଼ା ଭାଷାରେ ସମାଲୋଚନା କରି କହିଛନ୍ତି ଯେ ପଣ୍ଡିତ ଶ୍ରୀ ନଡ୍ଡାଙ୍କ ଗଭୀର ପାଣ୍ଡିତ୍ୱକୁ ଆଧାର କରି ଦୟାକରି ସେ ରାଜ୍ୟର କ୍ଷତି ପାଇଁ ଓ ଦେଶର କ୍ଷତି ପାଇଁ ୧୮ ଟି ପ୍ରଶ୍ନର ଉତର ରଖିବାକୁ ପ୍ରଦେଶ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଞ୍ଚାନନ କାନୁନଗୋ ଶନିବାର ଦିନ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରଶ୍ନ ଉତ୍ଥାପନ କରିଛନ୍ତି । ରାଜ୍ୟ ପରିପ୍ରେକ୍ଷୀରେ ତାଙ୍କର ପ୍ରଥମ ପ୍ରଶ୍ନ ହେଲା ରାଜ୍ୟ ସ୍ୱାର୍ଥ ବିରୋଧରେ ଯାଇ କଂଗ୍ରେସ ସମୟରୁ ଚାଲୁଥିବା କେତେ ଗୋଟି ଯୋଜନାକୁ କେନ୍ଦ୍ର ବିଜେପି ସରକାର ବନ୍ଦ କରିଛି ଏବଂ କାହିଁକି ? କଂଗ୍ରେସ ସରକାର ସମୟରେ କେନ୍ଦ୍ର ଓ ରାଜ୍ୟ ଯୋଜନାର ଅଂଶ ୯୦:୧୦ ପ୍ରତିଶତ ଏବଂ ଗୃହ ଯୋଜନାରେ ୭୫:୨୫ ଥିଲା ବେଳେ ୨୦୧୪ ମସିହା ପାଖରୁ ଏହାକୁ ୬୦:୪୦ କରିଦିଆଯାଇଛି । ଏହାଦ୍ୱାରା ରାଜ୍ୟ ଉପରେ ଯେଉଁ ଆର୍ଥିିକ ବୋଝ ପଡ଼ୁଛି ତଦ୍ୱାରା ରାଜ୍ୟ ବହୁଯୋଜନା କାର୍ଯ୍ୟକାରୀ କରିପାରୁ ନାହିଁ । ୨୦୧୪ ମସିହା ପୂର୍ବରୁ କଂଗ୍ରେସ ସରକାର ସମୟରେ ୬୩.୫ % ବଜେଟ୍ର ଅନୁଦାନ ରାଜ୍ୟମାନଙ୍କୁ ଦିଆଯାଉଥିଲା । ଏବେ ତାହାର ପରିମାଣ କମି ୫୪.୭୫ କୁ ପହଞ୍ଚିଲାଣି । ଦେଶରେ ବିଭିନ୍ନ ରାଜ୍ୟରେ ସିବିଆଇ ଓ ଇଡି ଚଢ଼ାଉ କେତେ ରାଜନେତାଙ୍କ ଉପରେ କରିଛି ଆଉ ଏ ରାଜ୍ୟରେ କେତେ ଥର କରିଛି ? କାହା ଉପରେ କେତେ ଥର କରିଛି ? ଚିଟଫଣ୍ଡ, ଖଣିଦୁର୍ନୀତି ଓ ବ୍ଲାକରୋଜ ବୁଡ଼ିଯିବା ଘଟଣାର ତଦନ୍ତର ଗତି କୁଆଡ଼େ ? ଇଡି, ସିବିଆଇ ଏ ରାଜ୍ୟକୁ ଟୁରିଜିମ ପାଇଁ ଆସନ୍ତି । କିନ୍ତୁ ଓଡ଼ିଶାର ଜନସାଧାରଣଙ୍କୁ ନ୍ୟାୟ ଦେବାପାଇଁ ନୁହେଁ । ବିଜେପି ସରକାର ବୋଧହୁଏ ପ୍ରମାଣିତ କରୁଛି ଓଡ଼ିଶା ସରକାର ସବୁ ଠିକ୍ଠାକ ଚାଲିଛି ଏଠି କିଛି ଦୁର୍ନୀତି ହୋଇନାହିଁ ବା ହେଉ ନାହିଁ କି ? ଏ ରାଜ୍ୟ ସରକାର କ’ଣ ପୂର୍ଣ୍ଣ ଦୁର୍ନୀତିମୁକ୍ତ କି ? ଯଦି ନୁହେଁ ତାହାଲେ ଗିରଫ ସଂଖ୍ୟା କେତେ ? ଯଦି ଏ ରାଜ୍ୟରେ ଆଉଟସୋସିଂ ଦ୍ୱାରା ଶାସନ ଚାଲିଛି ବୋଲି କୁହାଯାଉଛି ତାହାଲେ ଯେଉଁ ସର୍ବଭାରତୀୟ ସେବା ଅଧିକାରୀମାନେ କେନ୍ଦ୍ର ବିଜେପି ଓ ଓଡ଼ିଶା ବିଜେଡ଼ି ସରକାର ମଧ୍ୟରେ ମଧ୍ୟସ୍ଥି ସାଜିଛନ୍ତି ସେମାନଙ୍କ ନାମ ପ୍ରକାଶ କରିବେ କି ? ଏ ପର୍ଯ୍ୟନ୍ତ ଯେଉଁ ସର୍ବଭାରତୀୟ ପ୍ରଶାସନିକ ଅଧିକାରୀମାନେ ନିଜ ଚାକିରୀ ଆଇନର ସର୍ତାବଳୀକୁ ମାନୁ ନାହାନ୍ତି ତାଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ କାରମିକ ମନ୍ତ୍ରଣାଳୟ କି ପଦକ୍ଷେପ ନେଇଛି ? ନା କେବଳ ଉଭୟ ଦଳର ବ୍ୟବସାୟ ବୃଦ୍ଧି ପାଇଁ ସେମାନଙ୍କୁ ବ୍ୟବହାର କରାଯାଉଛି । ମୋଦି ଓ ସାହା ସରଙ୍କାର ଜନବିରୋଧି ନୀତି ଓ ନିଷ୍ପତି ସତ୍ୱେ କାହଁକି ରାଜ୍ୟ ସରକାର କେନ୍ଦ୍ର ବିଜେପି ସରକାରର ସମସ୍ତ ଅପକର୍ମକୁ ସମର୍ଥନ ଦେଉଛନ୍ତି ଏଥିରେ କ’ଣ ସ୍ୱାର୍ଥ ରହିଛି କେନ୍ଦ୍ର ସରକାରର, ରାଜ୍ୟ ସରକାରଙ୍କୁ ସମସ୍ତ ଦୁର୍ନତୀ ସତ୍ୱେ କେତେଥର ପୁରସ୍କୃତ କରିଛନ୍ତି । ରାଜ୍ୟରେ ବିଶ୍ୱସ୍ତରୀୟ ବ୍ୟବସ୍ଥା କରିବାପାଇଁ କେତେଥର ଘୋଷଣା କରାଗଲାଣି ? ଓ ୯ ବର୍ଷ ଭିତରେ ଏ ସମସ୍ତ ଯୋଜନା ରୂପାୟନ ହୋଇନାହିଁ କାହିଁକି? ରାଜ୍ୟର ଖଣି ଖାଦାନ ଲୁଟରେ ରାଜ୍ୟ ସରକାରଙ୍କୁ କି କି ସାହାଯ୍ୟ କେନ୍ଦ୍ର ଦେଇଛି । ସେହିଭଳି ଭାବରେ ଭାରତବର୍ଷରେ ଗତ ୧୦ ବର୍ଷ ଭିତରେ ଅର୍ଥନୈତିକ ଅଭିବୃଦ୍ଧିର ଉପସ୍ଥାପନ କରିବେକି ? ଗତ ୯ବର୍ଷ ଭିତରେ ଦେଶ ଉପରେ ଏତେ ଋଣଚାପ କାହିଁକି ବଢ଼ୁଛି ? ଭାରତ ସ୍ୱାଧୀନତା ଠାରୁ ଆରମ୍ଭ କରି ୨୦୧୪ ମସିହା ପର୍ଯ୍ୟନ୍ତ ଭାରତ ସରକାରଙ୍କର ସମୁଦାୟ ଋଣ ୫୫.୮୭ ଲକ୍ଷ କୋଟି ଥିବା ବେଳେ ଏହି ୯ବର୍ଷ ଭିରେ ଋଣ ପରିମାଣ ୧୫୫.୩୧ କୋଟିକୁ ପହଞ୍ଚିଛି ଅର୍ଥାତ ଋଣ ତିନିଗୁଣା ବୃଦ୍ଧି ପାଇଛି । ୫ ଟ୍ରିଲିୟନ ଅର୍ଥନୀତିର ଯେଉଁ ସ୍ୱପ୍ନ ଦେଖାଯାଇଥିଲା ତାହା କାହିଁକି ଶୁଭୁ ନାହିଁ କି ଦେଖାଯାଉ ନାହିଁ । ମିଛ ବଖାଣିବା, ମିଛକୁ ବାଣ୍ଟିବା ଏ ଦଳର ନେତାମାନଙ୍କର ଏକମାତ୍ର କାମ । ଅତ୍ୟାବଶକୀୟ ସାମଗ୍ରୀ ଦରବୃଦ୍ଧିକୁ ରୋକାଯାଇ ପାରିଲାନାହିଁ । ପେଟ୍ରୋଲ, ଡିଜେଲ, ଗ୍ୟାସ, ଡାଲି ଓ ଖାଇବା ତେଲର ଦର କେଉଁଠି । ମଧ୍ୟମବର୍ଗ ଆୟକାରୀଙ୍କ ସଂଖ୍ୟା ଏତେ ପରିମାଣରେ କମିବାରେ କାରଣ କ’ଣ । ଭାରତବର୍ଷରେ ରେଳ ଦୁର୍ଘଟଣା ପୂର୍ବ ଅପେକ୍ଷା ୪ଗୁଣ ବୃଦ୍ଧି ପାଇବା କ’ଣ ସୂଚାଉଛି । ଦେଶର ଚାଷ ଓ ଚାଷୀର ଅଧୋଗତି ଏହି ୯ ବର୍ଷରେ ଅତ୍ୟନ୍ତ ନିଚସ୍ତରକୁ ଚାଲିଯାଇଛି କାହିଁକି ? ଏହାର ଉତର ନିଶ୍ଚୟ ବିଜେପି ଦଳର ନେତୃବର୍ଗ ରଖିବେ ବୋଲି । ପ୍ରଦେଶ କଂଗ୍ରେସର ବରିଷ୍ଠ ଉପସଭାପତି ଡ. ଦେବାଶିଷ ପଟ୍ଟନାୟକ କହିଲେ ଯେ ରୋମ ଜଳୁଥିବା ବେଳେ ମୀର ବଂଶୀବାଦନ କରୁଥିଲେ । ଠିକ୍ ସେହିଭଳି ଭାବରେ ଆଜକୁ ମାସକାଳ ମଣିପୁର ଜଳୁଛି ୧୦୦ ରୁ ଅଧିକ ଲୋକ ମୃତ୍ୟୁବରଣ କଲେଣି କିନ୍ତୁ ପ୍ରଧାନମନ୍ତ୍ରୀ ଏ ଘଟଣାର ଆଶୁ ସମାଧାନ ପାଇଁ କୌଣସି ଠୋସ ପଦକ୍ଷେପ ନ ନେବା ଚିନ୍ତାଜନକ । ଏପରିକି ସର୍ବଦଳୀୟ ବୈଠକ ନଡାକିବା, ରାଜନୈତିକ ଦଳର ନେତୃବୃନ୍ଦମାନଙ୍କୁ ମଣିପୁର ଯିବାକୁ ନଦେବା ସ୍ପଷ୍ଟ ଭାବରେ ସୂଚାଉଛି ପ୍ରଧାନମନ୍ତ୍ରୀ ଓ ତାଙ୍କ ଦଳର ଗଣତନ୍ତ୍ର ପ୍ରୀତି ଓ ଅଙ୍ଗୀକାର ବଦ୍ଧତା । ଆମେରିକା ଗ୍ରସ୍ତରେ ପ୍ରଧାନମନ୍ତ୍ରୀ ଅଛନ୍ତି କିନ୍ତୁ ଆମେରିକାରେ ଥିବା ସାଂସଦମାନେ ପୂର୍ବତନ ରାଷ୍ଟ୍ରପତି ବାରକା ଓବମା ଭାରତବର୍ଷରେ ଚାଲିଥିବା ସଂଖ୍ୟାଲଘୁ ସମାଜ ଉପରେ ଆକ୍ରମଣ ଧର୍ମୀୟ ଭିର୍ତିରେ ସମାଜକୁ ବାଣ୍ଟିବା ଓ ବିଦ୍ୱେଷ ସୃଷ୍ଟି କରିବାକୁ ନେଇ ଚିଠି ଲେଖିଲେଣି । ଭାରତବର୍ଷର ବିବିଧିତା ଭିତରେ ଯେଉଁ ଭଲ ପାଇବା ଥିଲା ତାକୁ ଆଜି ଏ ସରକାର ନଷ୍ଟଭ୍ରଷ୍ଟ କରିଦେଲାଣି । ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି କହିଥିଲେ ଯେ ୨୦୨୨ ମସିହା ସୁଦ୍ଧା କୃଷକମାନଙ୍କୁ ଆୟ ଦ୍ୱିଗୁଣିତ ହୋଇଯିବା କଥା କିନ୍ତୁ ଭାରତବର୍ଷର କୃଷକମାନଙ୍କର ଆୟ ସର୍ବନିମ୍ନ ସ୍ତରକୁ ଚାଲିଗଲାଣି । ଏପରିକି ବିଗତ ୧୨ ବର୍ଷ ଭିତରେ ଓଡ଼ିଶାର କୃଷକଙ୍କର ଆୟ ଏକଟଙ୍କା ମଧ୍ୟ ବୃଦ୍ଧି ଘଟିନାହିଁ । ଜଣେ କୃଷକର ଦୈନିକ ଆୟ ଏ ରାଜ୍ୟରେ ମାତ୍ର ୨୭ ଟଙ୍କା । ମୁଦ୍ରାସ୍ପିତି ରୋକିବାତ ଦୁରେ ଥାଉ ଅର୍ଥନୀତିକୁ ଏ ସରକାର ରସାତଳଗାମୀ କରିଦେଇ ସାରିଛନ୍ତି । ପ୍ରତିବର୍ଷ ୨ କୋଟି ଚାକିରୀ ଦେବାପାଇଁ ଅତି ଜୋରରେ ଭାରତବର୍ଷର ଯୁବକ ଯୁବତୀମାନଙ୍କୁ ପ୍ରତିଶୃତି ଖୋଦ ପ୍ରଧାନମନ୍ତ୍ରୀ ଦେଇଥିଲେ । ସେହି ହିସାବକୁ ନେଲେ ପାଖାପାଖି ୧୯ କୋଟି ଯୁବକ ଯୁବତୀ ରୋଜଗାର ପାଇବା କଥା ଏବଂ ଓଡ଼ିଶାରେ ୨୦ ଲକ୍ଷ ଯୁବକ ଯୁବତୀ ପାଇବା କଥା କିନ୍ତୁ ଫଳ ଓଲଟା । ବେରୋଜଗାରୀ ସ୍ତର ୪୫ ବର୍ଷର ରେକର୍ଡକୁ ଅତିକ୍ରାନ୍ତ କରିସାରିଛି । ରେଲୱେ ବିଭାଗର ୩ଲକ୍ଷ ୧୨ ହଜାର ପଦବୀ ବର୍ଷ ବର୍ଷ ଧରି ଫାଙ୍କା ପଡ଼ିଛି ପୂରଣ ହେଉନାହିଁ । କେନ୍ଦ୍ର ସରକାରଙ୍କ ରାଷ୍ଟ୍ରାୟତ ଉଦ୍ୟେଗରେ ୨୦୧୪ ମସିହାରେ ଯେତେ ସଂଖ୍ୟକ କର୍ମଚାରୀ ଥିଲେ ୨୦୨୩ ମସିହା ବେଳକୁ ୨ଲକ୍ଷ ୭୫ ହଜାର ନିଯୁକ୍ତି କମିଗଲାଣି । ବିଶେଷ କରି ବିଏସ୍ଏନଏଲ, ଏମଟିଏନଏଲ, ଷ୍ଟିଲ୍ ଅଥରଟି ଅଫ ଇଣ୍ଡିଆରେ ଏ ପରିସ୍ଥିତି ଅତ୍ୟନ୍ତ ଉତ୍କଟ । କେନ୍ଦ୍ର ବିଜେପି ସରକାର ସ୍ଥ୍ରାୟୀ ନିଯୁକ୍ତି ଦେବା ପରିବର୍ତେ ଠିକ କର୍ମଚାରୀ ନିଯୁକ୍ତିର ପରିମାଣ ବୃଦ୍ଧି ଘଟାଇଛନ୍ତି । ଏହା ତାଙ୍କର ଶିକ୍ଷିତ ଯୁବକ ଯୁବତୀଙ୍କ ପ୍ରତି ଉପହାସ କି ନୁହେଁ ? ବିଦେଶରୁ କଳାଧନ ଫେରାଇ ଆଣିବା କଳାଧନର ପରିସମାପ୍ତି କରିବାପାଇଁ ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଜ୍ଞା କରିଥିଲେ । କିନ୍ତୁ ସୁଇସ୍ ବ୍ୟାଙ୍କର ତଥ୍ୟ ଅନୁସାରେ ୨୦୧୪ ମସିହା ସୁଦ୍ଧା ଯେତିକି ଟଙ୍କା ତାଙ୍କ ପାଖରେ ଗଛିତଥିଲା ୨୦୨୩ ମସିହା ମେ ମାସ ବେଳକୁ ଗଚ୍ଛିତ ରାଶିର ପରିମାଣ ୪ ଗୁଣାକୁ ବୃଦ୍ଧି ପାଇଛି । ଏହା କ’ଣ ସୂଚାଉଛି କଳାଧନ କିପରି ବୃଦ୍ଧି ଘଟୁଛି ? ୨୦୧୪ ମସିହାର ଆଜି ପର୍ଯ୍ୟନ୍ତ ଅନାଦେୟ ଋଣ ପରିମାଣ ୧୦.୯୭ ଲକ୍ଷ କୋଟି ଟଙ୍କା ପହଞ୍ଚିଲାଣି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ୨୦୧୮ ରୁ ୨୩ ଭିତରେ ୫ଲକ୍ଷ ୯୨ ହଜାର କୋଟି ଟଙ୍କା ଅନାଦେୟ ଋଣ ପରିମାଣ ବୃଦ୍ଧି ଘଟିଛି । ଏପରିକି ଉଇଲଫୁଲ ଡିଫଲଟର ମାନଙ୍କୁ ପୁଣି ବ୍ୟାଙ୍କରୁ ଋଣ ନେଇ ଠକିବା ପାଇଁ ଆରବିଆଇ ଉପରେ ଚାପ ପକାଇ ସଂଶୋଧିତ ନିୟମ କାହିଁକି କରାଯାଇଛି ବୋଲି ସେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ ।