କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ନାମ ବିହୀନ ଚିଠି ଏକ ହାସ୍ୟାସ୍ପଦ ବିଷୟ

ଭୁବନେଶ୍ୱର:ଗତ ୨୬ ତାରିଖରେ କେନ୍ଦ୍ରର କେନ୍ଦ୍ର ର DoPT ବିଭାଗ ପକ୍ଷରୁ ଓଡ଼ିଶାର ମୂଖ୍ୟ ଶାସନ ସଚିବଙ୍କ ପାଖକୁ ଯେଉଁ ଚିଠି ଆସିଛି ତାହା ଏକ ଗୁରୁତ୍ଵ ହୀନ ଚିଠି ବୋଲି କଂଗ୍ରେସ କହିଛି । ଏମିତି ଚିଠି କେନ୍ଦ୍ର ସରକାରଙ୍କ ଅଫିସର କେମିତି ଲେଖି ପାରିଲେ ବୋଲି କଂଗ୍ରେସ ଆଶ୍ଚର୍ଯ୍ୟ ପ୍ରକଟ କରିଛି । ଏହି ଚିଠି ରେ କେଉଁ ଆଇଏଏସ ଅଫିସର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ତାଙ୍କର ନାମ ଉଲ୍ଲେଖ କରାଯାଇ ନାହିଁ । କି ଭଳି ଏବଂ କେଉଁ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆ ଯିବ ଓ କେତେଦିନ ଭିତରେ କାର୍ଯ୍ୟାନୁଷ୍ଠାନ ନିଆଯିବ ସେ ବିଷୟରେ କୌଣସି ଉଲ୍ଲେଖ ନାହିଁ । ଏହା ଏକ ବିଚିତ୍ର ପ୍ରକାରର ଚିଠି ବୋଲି କହିବା ସହିତ ଏଭଳି ଚିଠି ର କୌଣସି ଗୁରୁତ୍ଵ ନାହିଁ ବୋଲି କଂଗ୍ରେସ ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସ ସାମ୍ବାଦିକମାନଙ୍କୁ କହିଛନ୍ତି । ଶ୍ରୀ ଦାସ ସମ୍ବିଧାନର ଧାରା ୩୦୯, ୩୧୯ ଓ ୩୨୦ ରେ ସର୍ବ ଭାରତୀୟ ପ୍ରଶାସନିକ ସେବା ବିଷୟରେ ବିଶଦ ଉଲ୍ଲେଖ କରାଯାଇଛି ଏବଂ ତାର ନିୟମ କାନୁନ୍ କେଉଁ କେଉଁ କାରଣରୁ ଉଲ୍ଲଙ୍ଘନ ହୁଏ ଏବଂ ସେ କ୍ଷେତ୍ରରେ କିଭଳି କାର୍ଯ୍ୟାନୁଷ୍ଠାନ ନିଆଯିବ, ସେସବୁ ବିଷୟରେ ବର୍ଣ୍ଣନା କରାଯାଇଛି । ଏ ଚିଠି ରେ ସେ ବିଷୟରେ କୌଣସି ଉଲ୍ଲେଖ ନାହିଁ । ପୁନଶ୍ଚ କେନ୍ଦ୍ର ସରକାରଙ୍କ ମଧ୍ୟ ନିଜସ୍ଵ ଗୁଇନ୍ଦା ସଂସ୍ଥା ରହିଛି । ତା ମାଧ୍ୟମରେ ମଧ୍ୟ କେନ୍ଦ୍ର ସରକାର ଯେ କୌଣସି ସର୍ବଭାରତୀୟ ସେବା ଅଧିକାରୀଙ୍କ ବିଷୟରେ ତଥ୍ୟ ସଂଗ୍ରହ କରି ପାରିବେ ଏବଂ ସେ ତାଙ୍କର ଚାକିରୀ ର ନିୟମ କାନୁନ୍କୁ ଉଲ୍ଲଂଘନ କରୁଛନ୍ତି କି ନାହିଁ ତାହା ଜାଣି ପାରିବେ। ସେକଥା ନକରି କେନ୍ଦ୍ର ସରକାର ଅଭିଯୋଗକୁ ଆଖି ଠାର ମାରିଲା ଭଳି ଗୋଟିଏ ବାକ୍ୟର ଚିଠି ଟିକୁ ଲେଖିବା ପଛରେ ଅଭିଯୋଗର ଗୁରୁତ୍ଵ କୁ ହାଲୁକା କରିବାର ପ୍ରୟାସ କରିଛନ୍ତି ବୋଲି ଶ୍ରୀ ଦାସ ଅଭିଯୋଗ କରିଛନ୍ତି । ଏଭଳି ଗୁରୁତ୍ଵ ବିହୀନ ଚିଠି କୁ ନେଇ ବିଜେପି ନେତା ମାନେ ଯେଉଁ ତୁମ୍ଭି ତୋଫାନ କରୁଛନ୍ତି ତାହା ମଧ୍ୟ ବେଶ ହାସ୍ୟାସ୍ପଦ । ବାସ୍ତବରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ବିଜେଡି କୁ ଅସନ୍ତୁଷ୍ଟ କରିବାକୁ ଚାହେଁ ନାହିଁ । କେବଳ ଲୋକ ଦେଖାଣିଆ ଭାବରେ ସେମାନଙ୍କ ବିରୋଧ ସୀମିତ । ସେଥିରେ ଆନ୍ତରିକତା କମ, ସଠତା ବେଶୀ ବୋଲି ଶ୍ରୀ ଦାସ କଟାକ୍ଷ କରିଛନ୍ତି । ଅପର ପକ୍ଷରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ପ୍ରତି କେହି କୁଠାରଘାତ କଲେ କଂଗ୍ରେସ ତାହାର ପ୍ରତିବାଦ କରିବ ବୋଲି ଶ୍ରୀ ଦାସ କହିଛନ୍ତି ।

Leave a Reply

Your email address will not be published. Required fields are marked *