ପ୍ରଦେଶ କଂଗ୍ରେସ ପକ୍ଷରୁ ଗଠିତ ହେଲା ରାଜ୍ୟସ୍ତରୀୟ ବନ୍ୟା ରିଲିଫ କମିଟି

ଭୁବନେଶ୍ୱର:ସଂପ୍ରତି ରାଜ୍ୟରେ ବନ୍ୟା ପରିସ୍ଥିତି ଉଗ୍ରରୂପ ଧାରଣ କରିଛି । ବହୁ ସ୍ଥାନରେ ନଦୀମାନଙ୍କରେ ଘାଇ ସୃଷ୍ଟି ହେବା ଫଳରେ ହଜାର ହଜାର ଜନସାଧାରଣ, ଗୃହପାଳିତ ପଶୁ ବିପନ୍ନ ଅବସ୍ଥାରେ ଥିବାବେଳେ ହଜାର ହଜାର ଏକର ଚାଷଜମି, ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି । ଏହି ସ୍ଥିତିରେ ବନ୍ୟା ଦୁର୍ଗତ ଜନସାଧାରଣଙ୍କୁ ସାହାଯ୍ୟ କରିବାପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏକ “ରାଜ୍ୟସ୍ତରୀୟ ବନ୍ୟା ରିଲିଫ କମିଟି” ଗଠନ କରାଯାଇଛି । ଏହି କମିଟିରେ ପୂର୍ବତନ ମନ୍ତ୍ରୀ ଶ୍ରୀ ପଞ୍ଚାନନକାନୁନ ଅଧ୍ୟକ୍ଷ ରହିଥିବା ବେଳେ ପୂର୍ବତନ ବିଧାୟକ, ଡ. ଲଲାଟେନ୍ଦୁ ମହାପାତ୍ର, ଶ୍ରୀ ଚିନ୍ମୟ ପ୍ରସାଦ ବେଉରା, ବରିଷ୍ଠ କଂଗ୍ରେସ ନେତା ଶ୍ରୀ ବିଭୁତି ମିଶ୍ର, ଶ୍ରୀ ସନତ ଦାସ, ଶ୍ରୀ ଅମୀୟ କୁମାର ପଟ୍ଟନାୟକ, (ଅଧ୍ୟକ୍ଷ, ପିସିସି କିଷାନ କଂଗ୍ରେସ), ବିଧାୟକ ପ୍ରାର୍ଥୀ ଶ୍ରୀ ସନ୍ତୋଷ ନନ୍ଦ ଓ ଶ୍ରୀ ମନୋଜ ସାହୁ ସଦସ୍ୟ ରହିଛନ୍ତି । ଏହି କମିଟି ଜିଲ୍ଲା କଂଗ୍ରେସ ସଭାପତି ମାନଙ୍କ ସହିତ ଯୋଗାଯୋଗ କରି ଏଭଳି ବନ୍ୟା ପରିସ୍ଥିତି ସମୟରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଯେଉଁ ସବୁ ସହାୟତା ବନ୍ୟା ପ୍ରପିଡ଼ିତଙ୍କୁ ଯୋଗାଇ ଦିଆଯିବ ସେ ସଂପର୍କରେ ସମନ୍ୱୟ ରକ୍ଷାକରି ରିଲିଫ ସାମଗ୍ରୀର ସୁଚାରୁ ବଣ୍ଟନ ଦାୟିତ୍ୱର ତଦାରଖ କରିବେ ବୋଲି ପିସିସି ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *