ଉଚ୍ଚ ସ୍ଥାନ

ଆପଣଙ୍କ ମୁଖ୍ୟଙ୍କୁ (ଅର୍ଥାତ୍‍ ଯିଏ ଆପଣଙ୍କ ଉପରେ ବା ଉପର ସ୍ତରରେ ଅଛନ୍ତି) ସର୍ବଦା ଉଚ୍ଚ ସ୍ଥାନରେ ରହିବାର ସୁଯୋଗ ଦିଅନ୍ତୁ । ତାଙ୍କୁ ଖୁସି କିମ୍ବା ପ୍ରଭାବିତ କରିବା ପାଇଁ ଆପଣଙ୍କ ଦକ୍ଷତାର ଆଦୌ ପ୍ରଦର୍ଶନ କରନ୍ତୁ ନାହିଁ । ଏପରି ମଧ୍ୟ ପନ୍ଥା ଅବଲମ୍ବନ କରନ୍ତୁ ନାହିଁ, ଯେଉଁଥିରେ ସେ ଭୟ ପାଇବେ କିମ୍ବା ନିଜକୁ ଅସୁରକ୍ଷିତ ମନେ କରିବେ । ସବୁ କ୍ଷେତ୍ରରେ ଆପଣଙ୍କ ମୁଖ୍ୟମାନଙ୍କୁ ପ୍ରତିଭାଦୀପ୍ତ ବୋଲି ସୂଚେଇ ଦିଅନ୍ତୁ । ତା’ପରେ ଦେଖିବେ ଦିନେ ଆପଣ ମଧ୍ୟ ଶକ୍ତି ପ୍ରଦର୍ଶନ କ୍ଷେତ୍ରରେ ଶୀର୍ଷରେ ଅଛନ୍ତି । ପ୍ରତ୍ୟେକ ବ୍ୟକ୍ତିର କିଛି ପରିମାଣରେ ଅସୁରକ୍ଷିତ ଭାବନା ଅଛି ଯେତେବେଳେ ଦୁନିଆରେ ଆପଣ ଦକ୍ଷତା ପ୍ରଦର୍ଶନ କରନ୍ତି, ସେତେବେଳେ ଅନେକ ବାଧାବିଘ୍ନ, ଅସହାୟତା ଏବଂ ଈର୍ଷା ତଥା ଅସୂୟାଭାବକୁ ମଧ୍ୟ ଆପଣ ମନ ମଧ୍ୟରେ ସ୍ଥାନ ଦିଅନ୍ତି । ଏହା ସାଧାରଣତଃ ସମସ୍ତଙ୍କଠାରୁ ଆଶା କରାଯାଏ । ଅନ୍ୟମାନଙ୍କର ଭାବନା ବା ଚିନ୍ତାଧାରାକୁ ଭିତ୍ତିକରି ଆପଣ ଜୀବନ ବିତେଇ ପାରିବେ ନାହିଁ । ଆପଣଙ୍କଠାରୁ ଯେଉଁମାନେ ଉପର ସ୍ତରରେ ଅଛନ୍ତି, ସେମାନଙ୍କ ପାଇଁ ଆପଣଙ୍କୁ ଭିନ୍ନ ପନ୍ଥା ଅବଲମ୍ବନ କରିବାକୁ ପଡ଼ିବ । ଶକ୍ତି ପ୍ରଦର୍ଶନର କଥା ଯେତେବେଳେ ମନକୁ ଆସେ, ନିଜ ଉପରିସ୍ଥ ବ୍ୟକ୍ତିଙ୍କୁ ଟପିଯାଇ ନିଜର ଦକ୍ଷତା ପ୍ରଦର୍ଶନ କରିବା ଏକ ଭୁଲ୍‍ ପଦକ୍ଷେପ । ଆପଣ ଏଭଳି ଏକ ଭୁଲ୍‍ ଧାରଣା ମନକୁ ଆଣିବା ଉଚିତ୍‍ ନୁହେଁ ଯେ ଚତୁର୍ଦ୍ଦଶ ଲୁଇଙ୍କ ସମୟଠାରୁ ଏବେକାର ସମୟ ସମ୍ପୂର୍ଣ୍ଣ ଭାବେ ଭିନ୍ନ । ସମାଜରେ ସେତେବେଳେ ଯେଉଁମାନେ ଉନ୍ନତ ଜୀବନଯାପନ କରୁଥିଲେ, ସେମାନେ ହେଲେ ରାଜା ଏବଂ ରାଣୀ । ଏମାନେ ସବୁ କ୍ଷେତ୍ରରେ ନିଜକୁ ସୁରକ୍ଷିତ ମନେ କରୁଥିଲେ । ନିଜ ଚାରିପଟେ ସେମାନଙ୍କୁ ଯେଉଁମାନେ ବେଡ଼ି ରହୁଥିଲେ, ସେମାନେ ତାଙ୍କଠାରୁ ବୁଦ୍ଧି, ଗୁଣ ଏବଂ ସୌନ୍ଦର୍ଯ୍ୟରେ ନିମ୍ନସ୍ତରରେ ଥିଲେ ।

Leave a Reply

Your email address will not be published. Required fields are marked *