ଆରମ୍ଭ ହେଲା ବଡ଼ଧରଣର ହ୍ୟାଣ୍ଡଲୁମ୍ ଏବଂ ହ୍ୟାଣ୍ଡିକ୍ରାଫ୍ଟ ଏକ୍ସପୋ – ୨୦୨୩

ଭୁବନେଶ୍ଵର : ପ୍ରଦର୍ଶନୀ ପଡ଼ିଆ ଠାରେ ବଡ଼ଧରଣର ହ୍ୟାଣ୍ଡଲୁମ୍ ଏବଂ ହ୍ୟାଣ୍ଡିକ୍ରାଫ୍ଟ ଏକ୍ସପୋ ଶନିବାର ଦିନ ଉଦଘାଟନ ହୋଇଛି । ଏହି ଏକ୍ସପୋ ରେ ଜାମ୍ମୁ କାଶ୍ମୀର, ପଞ୍ଜାବ, ହରିୟାନା, ରାଜସ୍ଥାନ, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ଆସାମ, ବିହାର, ଗୁଜୁରାଟ, ମଧ୍ୟପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ,ତେଲେଙ୍ଗନା, କର୍ଣ୍ଣାଟକ, ତାମିଲନାଡୁ ଏବଂ ପଡ଼ୁଚେରୀ ରାଜ୍ୟର ବସ୍ତ୍ର ଏବଂ ହାତ ତିଆରି ଜିନିଷି ବିକ୍ରେତା ଭାଗ ନେଇଛନ୍ତି । ମହିଳା, ପୁରୁଷଙ୍କ ବିଭିନ୍ନ ଡିଜାଇନ୍ ର ଡ୍ରେସ ଏବଂ ଘରର ଆବଶ୍ୟକୀୟ କପଡ଼ା / ବସ୍ତ୍ର ଉପଲବ୍ଧ ହେଉଛି । ଓଡ଼ିଶାର “ବୟନିକା” ମୁଖ୍ୟ ଆକର୍ଷଣ ହୋଇଥିବାବେଳେ ପ୍ରତ୍ୟେକ କିଣାରେ ୨୦ ପ୍ରତିଶତ ରିହାତି ମିଳୁଛି । ବିଭିନ୍ନ ରାଜ୍ୟର ସୁନ୍ଦର ସୁନ୍ଦର ମନ ପସନ୍ଦର ଡିଜାଇନ୍ ଡ୍ରେସ ବିଭିନ୍ନ ଷ୍ଟଲ୍ ରେ ମିଳୁଥିବାରୁ ମହିଳାଙ୍କ ପ୍ରବଳ ଭିଡ଼ ହେଉଥିବା ଦେଖିବାକୁ ମିଳୁଛି । ଏହି ଏକ୍ସପୋ ନଭେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଚାଳିବ । କାମେଧନୁ ଖଦି ଓ ଉଲ୍, ପାନିପଥ ର ସଂପାଦକ ରାଜେନ୍ଦ୍ର ଚୌଧୁରୀ ଏହି ଏକ୍ସପୋକୁ ଉଦ୍ଘାଟନ କରିଛନ୍ତି । ସୂଚନା ଯୋଗ୍ୟ ଯେ ନଗଦ କାରବାର ସହିତ ଡେବିଟ୍ କାର୍ଡ଼ ଏବଂ କ୍ରେଡିଟ୍ କାର୍ଡ଼ର ମଧ୍ୟ ଆପଣ ବସ୍ତ୍ର / ଜିନିଷ କିଣି ପାରିବେ ।