ବିଷଲ୍ୟକରଣୀ ଏକ ଲତା ଜାତୀୟ ଉଦ୍ଭିଦ । ଏହା ଭୂମି ଉପରେ ମାଡ଼ିଥାଏ । ଏହି ଲତାକୁ ଅଳ୍ପେ ବହୁତେ ସମସ୍ତେ ଜାଣନ୍ତି । ବିଷଲ୍ୟକରଣୀ ପତ୍ର ତୀବ୍ର ଗନ୍ଧ ଯୁକ୍ତ । ପତ୍ରକୁ ମକଚିଲେ ଉଗ୍ର ସୁଗନ୍ଧ ବାହାରିଥାଏ । ଫୁଲ ମୁଣ୍ଡକ ଆକାରର ଓ ଫଳ ପଞ୍ଚକୋଣୀୟ ହୋଇଥାଏ ।
କଟା ଘା’: ବିଷଲ୍ୟକରଣୀ ପତ୍ରକ ମକଚି କଟା ଘା’ ଉପରେ ଲଗାଇ ପଟି ବାନ୍ଧିଲେ ରକ୍ତସ୍ରାବ ସଙ୍ଗେ ସଙ୍ଗେ ବନ୍ଦ ହୋଇଯାଏ । ବିନ୍ଧା ଓ ଦରଜ: ବିଷଲ୍ୟକରଣୀ ପତ୍ରକୁ ସୋରିଷ ତେଲରେ ଭାଜି ଦରଜ ଓ ବିନ୍ଧୁଥିବା ଜାଗାରେ ରଖି ପଟି ବାନ୍ଧିଲେ ଠିକ୍ ହୋଇଥାଏ । ବ୍ରଣ: ବିଷଲ୍ୟକରଣୀ ପତ୍ରକୁ ବାଟି ବ୍ରଣ ଉପରେ ଲଗାଇଲେ ବ୍ରଣ ଭଲ ହୋଇଯାଏ । ଝାଡ଼ା ରୋଗ: ବିଷଲ୍ୟକରଣୀ ପତ୍ର ରସ ୨ ଚାମଚ ମାତ୍ରାରେ ସେବନ କଲେ ଝାଡ଼ା ବନ୍ଦ ହୋଇଯାଏ । ଅର୍ଶ ରୋଗ: ବିଷଲ୍ୟକରଣୀ ପତ୍ରକୁ ବାଟି ଅର୍ଶରେ ଲଗାଇଲେ ଓ ୧୦-୨୦ ଗ୍ରାମ ଦିନରେ ସେବନ କଲେ ଅର୍ଶ ଭଲ ହୋଇଯାଇଥାଏ । ଜ୍ୱର: ବିଷଲ୍ୟକରଣୀ ପତ୍ର ୨୦ ଗ୍ରାମକୁ ୨୦୦ ଗ୍ରାମ ପାଣିରେ ସିଝାଇ ସେହି ପାଣି ଛାଣି ଦିନରେ ୨-୩ ଥର ଗରମ ଗରମ ଚା’ ଭଳି ପିଇଲେ ଜ୍ୱର ଭଲ ହୋଇଯାଏ । ମ୍ୟାଲେରିଆ ଜ୍ୱର: ବିଷଲ୍ୟକରଣୀ ପାତ୍ର ୨୦ ଗ୍ରାମକୁ ୪୦୦ ଗ୍ରାମ ପାଣିରେ ସିଝାଇ ପାଣି ଚାରି ଭାଗରୁ ଭାଗେ ରହିଲେ ୫-୧୦ ଗ୍ରାମ ମାତ୍ରାରେ ସକାଳ ଓ ସନ୍ଧ୍ୟାରେ ପିଇଲେ ମ୍ୟାଲେରିଆ ଜ୍ୱର ଠିକ୍ ହୋଇଥାଏ । କୀଟ ଦଂଶ: ବିଷଲ୍ୟକରଣୀ ପତ୍ରକୁ ବାଟି କୀଟ ଦଂଶ ସ୍ଥାନରେ ଲେପ ଦେଲେ ବିନ୍ଧା ଓ ଜ୍ୱଳନ ଠିକ୍ ହୋଇଥାଏ । ପୌଷ୍ଟିକତା: ବିଷଲ୍ୟକରଣୀ ରସ ୧ ଚାମଚ ମାତ୍ରାରେ ସେବନ କଲେ ବଳ ବୃଦ୍ଧି ହୋଇଥାଏ । ରକ୍ତ ସ୍ରାବ: ବିଷଲ୍ୟକରରୀ ପତ୍ର ରସ ୧୦-୨୦ ଗ୍ରାମ ମାତ୍ରାରେ ସେବନ କଲେ ରକ୍ତ ସ୍ରାବ ବନ୍ଦ ହୁଏ ।