ୟୁଏଇର ପ୍ରମୁଖ ତୈଳ, ଗ୍ୟାସ ଓ ପେଟ୍ରୋଲିୟମ ଏବଂ ଇସ୍ପାତ୍ କମ୍ପାନୀଙ୍କ ସହ ବୈଠକ

ଭାରତରେ ଇସ୍ପାତ କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ପାଇଁ ୟୁଏଇର ପ୍ରତିନିଧିମାନଙ୍କୁ ନିମନ୍ତ୍ରଣ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁଏଇର ରାଷ୍ଟ୍ରପତି ଏଚ୍ଇ ଶିଖ୍ ଖଲିଫା ବିନ୍ ଜାୟଦ୍ ଅଲ୍ ନାହ୍ୟାନଙ୍କ ନେତୃତ୍ୱରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ଭାରତ ଏବଂ ୟୁଏଇ ମିଶି ଅନେକ ଐତିହାସିକ ମାଇଲଖୁଣ୍ଟକୁ ପୂରଣ କରିଛନ୍ତି ।

ଉଭୟେ ଏହି ବନ୍ଧୁତ୍ୱକୁ ଆଗକୁ ନେବା ସହ ପରସ୍ପର ସହଯୋଗୀ ହୋଇ ଉକ୍ତ କାର୍ଯ୍ୟକୁ ପ୍ରାଥମିକତା ଦେଇ କାମ କରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପାଞ୍ଚ ଦିନିଆ ବିଦେଶ ଗସ୍ତରେ ଥିବା ଶ୍ରୀ ପ୍ରଧାନ ସୋମବାର ୟୁଏଇର ପ୍ରମୁଖ ତୈଳ ଓ ଗ୍ୟାସ ଏବଂ ପେଟ୍ରୋଲିୟମ କମ୍ପାନୀର ମୁଖ୍ୟଙ୍କୁ ସାକ୍ଷାତ କରିବା ସହ ସେଠାକାର ଇସ୍ପାତ ଶିଳ୍ପର ଅଧିକାରୀମାନଙ୍କ ସହ ବୈଠକ କରିବା ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

ୟୁଏଇର ପ୍ରମୁଖ ତୈଳ ଓ ଗ୍ୟାସ ଏବଂ ପେଟ୍ରୋଲିୟମ କମ୍ପାନୀର ମୁଖ୍ୟଙ୍କୁ ସାକ୍ଷାତ୍ କରିବା ଅବସରରେ ଉଭୟଙ୍କ ମଧ୍ୟରେ ଉର୍ଜା କ୍ଷେତ୍ରରେ ଭାରତ ଏବଂ ୟୁଏଇ ମଧ୍ୟରେ ଦ୍ୱିପାକ୍ଷିକ ବ୍ୟବସାୟିକ ସହଯୋଗ ଏବଂ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ଏହାବ୍ୟତୀତ ଦୁଇ ଦେଶ ମଧ୍ୟରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ସହ ୟୁଏଇରେ ଭାରତ ନିଜର ଉପସ୍ଥିତିକୁ ଆହୁରି ଅଧିକ ଦୃଢ କରିବା ପାଇଁ ଆଲୋଚନା ହୋଇଥିଲା ।

ଏହି ଅବସରରେ ଦୁବାଇ ଠାରେ ୟୁଏଇର ଇସ୍ପାତ ଶିଳ୍ପର ପ୍ରତିନିଧିମାନଙ୍କ ସହ ମଧ୍ୟ ଶ୍ରୀ ପ୍ରଧାନଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଥିଲା ।

ବୈଠକରେ ଇସ୍ପାତ କ୍ଷେତ୍ରରେ ଭାରତ ଓ ୟୁଏଇ ମଧ୍ୟରେ ବ୍ୟବସାୟିକ କ୍ଷମତାକୁ ସଫଳ କରିବା ଦିଗରେ ଚର୍ଚ୍ଚା ହୋଇଥିଲା । ଶ୍ରୀ ପ୍ରଧାନ ଭାରତରେ ଇସ୍ପାତ କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ପାଇଁ ୟୁଏଇର ପ୍ରତିନିଧିମାନଙ୍କୁ ନିମନ୍ତ୍ରଣ କରିଥିଲେ ।

Categories
INTERNATIONAL
Newsroll

RELATED BY

  • ଭାରତର ଗ୍ୟାସ ଭିତିଭୂମି କାମରେ କତାରର ପୁଞ୍ଜିନିବେଶ ନେଇ ଆଲୋଚନା

    ଭୁବନେଶ୍ୱର: ବିଭିନ୍ନ କ୍ଷେତ୍ର ବିଶେଷ ଭାବରେ ହାଇଡ୍ରୋକାର୍ବନ କ୍ଷେତ୍ରରେ ଭାରତ ଓ କତାର ମଧ୍ୟରେ ପାରସ୍ପରିକ ସହଯୋଗକୁ ମଜବୁତ୍ କରିବା ପାଇଁ କତାରର ପ୍ରଧାନମନ୍ତ୍ରୀ ସମ୍ମତି ଜଣାଇବା ଫଳରେ ଏବେ ଭାରତ ଓ କତାର ମଧ୍ୟରେ ହାଇଡ୍ରୋକାର୍ବନ ସମ୍ପର୍କ ଆହୁରି...
  • ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତର ଚତୁର୍ଥ ଦିନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ଆବୁଧାବି/ଭୁବନେଶ୍ୱର : ପାଞ୍ଚ ଦିନିଆ ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଆବୁଧାବି ସ୍ଥିତ ଭାରତୀୟ ତୈଳ ମନ୍ତ୍ରାଳୟର ରାଷ୍ଟ୍ରାୟତ ଉଦ୍ୟୋଗ କମ୍ପାନୀ ଇଞ୍ଜିନିୟର ଇଣ୍ଡିଆ ଲିମିଟେଡ୍ (ଇଆଇଏଲ୍)କୁ ପରିଦର୍ଶନ କରିବା ସହ ବିଭିନ୍ନ ବୈଦେଶିକ...
  • ଭାରତ ଉର୍ଜା ନ୍ୟାୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛି – ଧର୍ମେନ୍ଦ୍ର ପ୍ରଧାନ

    ଆବୁଧାବୀ/ଭୁବନେଶ୍ୱର : ଭାରତରେ ଉର୍ଜା ନ୍ୟାୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବୋଚ୍ଚ ପ୍ରଧାନ୍ୟ ଦେଉଛନ୍ତି ବୋଲି ସୋମବାର ଆବୁଧାବୀରେ ଅନ୍ତର୍ଜାତୀୟ ଶକ୍ତି ଫୋରମର ୮ତମ ଏସୀୟ ଶକ୍ତି ମନ୍ତ୍ରୀସ୍ତରୀୟ ଗୋଲଟେବୁଲ ବୈଠକରେ ଯୋଗ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...
  • ସାଉଦିଆରବରେ ଧର୍ମେନ୍ଦ୍ର ପ୍ରଧାନ

    ସାଉଦିଆରବ/ନୂଆଦିଲ୍ଲୀ: ପାଞ୍ଚଦନିଆ ବିଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ସାଉଦିଆରବର ଜିଦ୍ହା ଠାରେ ସେଠାକାର ଶକ୍ତି ମନ୍ତ୍ରୀ ଏଚ୍ଆର୍ଏଚ୍ ପ୍ରିନ୍ସ ଅବଦୁଲ ଅଜୀଜ ସଲମାନଙ୍କୁ ସାକ୍ଷାତ୍ କରିଛନ୍ତି । ଏହି ଅବସରରେ ସାଉଦି ମନ୍ତ୍ରୀ ହାଇଡ୍ରୋକାର୍ବନ ରପ୍ତାନୀ...