ଓଡ଼ିଶା ପାଇଁ ରେଳବାଇ କ୍ଷେତ୍ରରେ ୫୯୯୩ କୋଟି ଟଙ୍କା ପ୍ରଦାନ କରାଯାଇଛି

କେନ୍ଦ୍ର ବଜେଟ ୨୦୧୯-୨୦ରେ

ମୋଦୀ ୨.୦ ସରକାରଙ୍କ ଦ୍ୱିତୀୟ ପର୍ଯ୍ୟାୟର ୧୦୦ ଦିନ ପୂର୍ତି ଅବସରରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପତ୍ର ସୂଚନା କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜାହାଜ ଚଳାଚଳ (ସ୍ୱାଧୀନ ଦାୟିତ୍ୱ) ଏବଂ ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭିୟା ଉଦବୋଧନ ଦେଇ ସରକାରଙ୍କ ୧୦୦ ଦିନର ସଫଳତା ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ସମ୍ପର୍କିତ ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି ।

ଏହି ଅବସରରେ ଶ୍ରୀ ମାଣ୍ଡଭିୟା ମୋଦୀ ସରକାରଙ୍କ ୧୦୦ ଦିନର ଦୃଢ଼ ପଦକ୍ଷେପ ଏବଂ ନିଷ୍ପତି ସମ୍ବନ୍ଧୀୟ ଉଲ୍ଲେଖ ରହିଥିବା “ଜନ ସଂଯୋଗ ପୁସ୍ତିକା”ର ଉନ୍ମୋଚନ କରିଥିଲେ ।

ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ଶ୍ରୀ ମାଣ୍ଡଭିୟା ସରକାରଙ୍କ ଦ୍ୱାରା ୧୦୦ ଦିନର ଶାସନରେ ଗ୍ରହଣ କରାଯାଇଥିବା ଐତିହାସିକ ପଦକ୍ଷେପ ଏବଂ ଯୁଗାନ୍ତକାରୀ ନିଷ୍ପତି ସମ୍ବନ୍ଧରେ ପ୍ରକାଶ କରିଥିଲେ ।

ଓଡ଼ିଶା ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଗ୍ରହଣ କରିଥିବା ନିଷ୍ପତି ସମ୍ବନ୍ଧରେ ମନ୍ତ୍ରୀ କହିଲେ ଯେ, “ଫନି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଓଡ଼ିଶାକୁ ସର୍ବାଧିକ ସହାୟତା ସ୍ୱରୂପ ୪,୬୭୮.୨୨ କୋଟି ଟଙ୍କାର ମଞ୍ଜୁରି ପ୍ରଦାନ କରାଯାଇଛି ।

ଫନି ଓଡ଼ିଶାକୁ ଛୁଇଁବା ପୂର୍ବରୁ ୩୪୦ କୋଟି ଟଙ୍କାର ଅଗ୍ରୀମ ସହାୟତା ପ୍ରଦାନ କରାଯାଇଥିଲା ।

ପରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି ବାତ୍ୟା ବିଧ୍ୱସିତ ଅଂଚଳ ପରିଦର୍ଶନ କରିବା ପରେ ତୁରନ୍ତ ୧୦୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରିଥିଲେ ।

ପରେ ୩୩୩୮.୨୨ କୋଟି ଟଙ୍କାର ଅତିରିକ୍ତ ସହାୟତା ପ୍ରଦାନ କରାଯାଇଥିଲା ।

କମ୍ପେନସେଟୋରି ଆଫୋରଷ୍ଟେସନ ଫଣ୍ଡ ମ୍ୟାନେଜମେଂଟ ଆଣ୍ଡ ପ୍ଲାନିଂ ଅଥୋରିଟି (ସିଏଏମପିଏ ଅନୁଦାନ) ଅନ୍ତର୍ଗତ ଓଡ଼ିଶାକୁ ୫୯୩୩.୯୮ କୋଟି ଟଙ୍କାର ସର୍ବକାଳୀନ ସର୍ବାଧିକ ଅନୁଦାନ ରାଶି ପ୍ରଦାନ କରାଯାଇଛି ।

କେନ୍ଦ୍ର ବଜେଟ ୨୦୧୯-୨୦ରେ ଓଡ଼ିଶା ପାଇଁ ରେଳବାଇ କ୍ଷେତ୍ରରେ ୫୯୯୩ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ମନ୍ତ୍ରୀ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ସମ୍ବନ୍ଧରେ ଗୁରୁତ୍ୱାରୋପ କରିଥିଲେ ।

ଏଥିରେ ସାମିଲ ରହିଛି ଜମ୍ମୁ-କାଶ୍ମୀର ଓ ଲଦାଖ ଅଧିବାସୀଙ୍କ ଉନ୍ନତି ପାଇଁ ଧାରା ୩୭୦ ଓ ୩୫ (କ)ର ଉଚ୍ଛେଦ, ସୀମାରେ କାର୍ଯ୍ୟ କରୁଥିବା ସୁରକ୍ଷା କର୍ମୀମାନଙ୍କ ପାଇଁ ଶତକଡ଼ା ୩ ପ୍ରତିଶତ ସଂରକ୍ଷଣ ସୁବିଧା, ରାଜକୋଷକୁ ସମୃଦ୍ଧ କରିବା ପାଇଁ ଅର୍ଥନୈତିକ ସଂସ୍କାର, ତିନି ତଲାକର ଉଚ୍ଛେଦ, ଛୋଟ ପିଲାମାନଙ୍କୁ ଯୌନଶୋଷଣ କରୁଥିବା ବ୍ୟକ୍ତିଙ୍କୁ ମୃତ୍ୟୁ ଦଣ୍ଡ, ସଂସଦ ଅଧିବେଶନର କାର୍ଯ୍ୟକ୍ଷମତା ବୃଦ୍ଧି, ଭିତିଭୂମି ଓ ସାମାଜିକ କ୍ଷେତ୍ରରେ ନିବେଶ ବୃଦ୍ଧି, ବ୍ୟବସାୟୀକ ସୁଗମତା ପାଇଁ, ଜିଏସଟି ଓ ଆୟକର ଦାଖଲ ପ୍ରକ୍ରିୟାରେ ସରଳତା ଓ ସ୍ୱଚ୍ଛତା, ଜଳଶକ୍ତି ଅଭିଯାନ, ସମସ୍ତ ଗୃହକୁ ବିଜୁଳୀ ଯୋଜନା, ଗ୍ୟାସ ସଂଯୋଗ ପାଇଁ ଉଜ୍ଜ୍ୱଳା ଯୋଜନା, ଆୟୁଷ୍ମାନ ଭାରତ, ଜନ ଔଷଧି କେନ୍ଦ୍ର, ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ଏବଂ ଛୋଟ ବିକ୍ରେତା ମାନଙ୍କ ପାଇଁ ସାମାଜିକ ସୁରକ୍ଷା, କୃଷକମାନଙ୍କୁ ଆର୍ଥିକ ସହାୟତା, ଆଇନ କ୍ଷେତ୍ରରେ ସଂସ୍କାର, ପ୍ରତିରକ୍ଷା କ୍ଷେତ୍ରର ସଶକ୍ତିକରଣ ଏବଂ ତଫସିଲ ଭୁକ୍ତ ଜନଜାତିଙ୍କ ସଶକ୍ତିକରଣ ।

“ସରକାର ତାଙ୍କ ପ୍ରତିଜ୍ଞା ପୂରଣ କରିଛନ୍ତି ।

ଆମ ନିର୍ବାଚନୀ ଇସ୍ତାହାରରେ ଯେଉଁ ସବୁ ପ୍ରତିଶ୍ରୁତି ଦିଆଯାଇଥିଲା ମୋଦୀ ୨.୦ ସରକାରଙ୍କ ପ୍ରଥମ ୧୦୦ ଦିନରେ ଏହା ସବୁ ପୂରଣ କରାଯାଇଛି ।

ଦେଶର ପ୍ରତ୍ୟେକ କୃଷକଙ୍କ ବ୍ୟାଙ୍କ ଖାତାରେ ୬୦୦୦ ଟଙ୍କା ଲେଖାଏଁ ଜମା କରିବା ଲାଗି ଆମେ ନିଷ୍ପତି ନେଇଛୁ ।

କାର୍ଯ୍ୟରୁ ଅବସର ନେଇଥିବା ପ୍ରତ୍ୟେକ କୃଷକଙ୍କ ଲାଗି ମାସିକ ୩୦୦୦ ଟଙ୍କା ପେନସନ ପ୍ରଦାନ କରାଯିବାର ନିଷ୍ପତି ନିଆଯାଇଛି ।

ସରକାର ମଧ୍ୟ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ଏବଂ ଛୋଟ ବ୍ୟବସାୟୀଙ୍କ ଲାଗି ପେନସନ ସୁବିଧା କରିଛନ୍ତି ।

ସମାଜର ଗରିବ କୃଷକ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବ୍ୟକ୍ତିମାନଙ୍କର ଜୀବନଧାରଣରେ ସରଳତା ଆଣିବା ଲାଗି ଏହି ସରକାର ସଂକଳ୍ପବଦ୍ଧ ।

ସୁବିଧାରେ ଏବଂ ଶସ୍ତାରେ ଔଷଧ ପ୍ରଦାନ କରିବା ଲାଗି ଦେଶବ୍ୟାପୀ ୫୫୦୦ ଜନ ଔଷଧୀ କେନ୍ଦ୍ର ଖୋଲାଯାଇଛି ।

ଖୁବ ଶୀଘ୍ର ଆଉ ୩୦୦ଟି ନୂତନ କେନ୍ଦ୍ର ଖୋଲାଯିବା ଲାଗି ବ୍ୟବସ୍ଥା କରାଯାଉଛି,” ବୋଲି ଶ୍ରୀ ମାଣ୍ଡଭିୟା କହିଛନ୍ତି ।

ଅର୍ଥନୈତିକ ମନ୍ଥରତା ସମ୍ବନ୍ଧୀୟ ଏକ ପ୍ରଶ୍ନର ଉତର ଦେଇ ଶ୍ରୀ ମାଣ୍ଡଭିୟା କହିଥିଲେ ଯେ, “ଏହି ମନ୍ଥରତା କ୍ଷଣସ୍ଥାୟୀ ।

ବର୍ତମାନ ସମଗ୍ର ବିଶ୍ୱରେ ଅର୍ଥନୈତିକ ଅସ୍ଥିରତା ଜାରି ରହିଛି ।

ମାତ୍ର ଭାରତ ଉପରେ ଏହାର ପ୍ରଭାବ ଖୁବ କମ ପଡିଛି ।

ଭାରତୀୟ ଅର୍ଥନୀତିର ଭିତିଭୂମି ସୁଦୃଢ଼ ।

ମୁଁ ଆଶା ପ୍ରକାଶ କରୁଛି କି ଚଳିତ ବର୍ଷ ଶେଷ ବେଳକୁ ଭାରତୀୟ ଅର୍ଥନୀତିରେ ସୁଧାର ଆସିବ ।

ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାୟକ, ବିରୋଧୀ ଦଳର ଉପନେତା ବିଷ୍ଣୁଚରଣ ସେଠୀ, ବିରୋଧୀ ଦଳର ମୁଖ୍ୟ ସଚେତକ ଶ୍ରୀ ମୋହନ ଚନ୍ଦ୍ର ମାଝି, ଭୁବନେଶ୍ୱର ଲୋକସଭା ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ, ରାଜ୍ୟସଭା ସାଂସଦ ଶ୍ରୀ ଅଶ୍ୱିନୀ ବୈଷ୍ଣବ, ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଆଂଚଳିତ ଜନସମ୍ପର୍କ କାର୍ଯ୍ୟାଳୟର ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ସରକାରଙ୍କ ୧୦୦ ଦିନର ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ ।

ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱରର ଗଣଯୋଗାଯୋଗ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ଚୌଧୁରୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ଉପନିର୍ଦ୍ଦେଶକ ଶ୍ରୀ ସୀତାନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Categories
STATE
Newsroll

RELATED BY

  • “କାଳିଆ” ସହାୟତା ରାଶି ଫେରସ୍ତ ପାଇଁ ଆକାଉଣ୍ଟ ନମ୍ବର,୯୦୦୦ ନାବାଳକ/ନାବାଳିକା ସହାୟତା ପାଇଛନ୍ତି

    ଭୁବନେଶ୍ଵର: ୨୦୧୮ ମସିହା ଡିସେମ୍ବର ମାସରେ ‘କାଳିଆ’ ଯୋଜନା ଆରମ୍ଭ ହେବା ପରେ ୨୦୧୯ ମେ ମାସ ସୁଦ୍ଧା ୩୬ ଲକ୍ଷ ୩୪ ହଜାର ୭୧୦ କ୍ଷୁଦ୍ର ନାମମାତ୍ର/ ପ୍ରକୃତ ଚାଷୀ (ଭାଗଚାଷୀ)ଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ...
  • ବିଜେଡିର କର୍ମୀମାନଙ୍କୁ କ୍ଷତିପୁରଣ, ପକ୍କା ଘର, ବୋଟ, ମାଛ ଧରା ଡଙ୍ଗା ମିଳୁଛି

    ଭୁବନେଶ୍ୱର : ସାମୁଦ୍ରିକ ବାତ୍ୟା ଫନିରେ କ୍ଷତିଗ୍ରସ୍ତ ହୋଇଥିବା ଚିଲିକାର ବୋଟ ମାଲିକ, ପୁରୀ ଓ ଚିଲିକା ଅଂଚଳର ମସ୍ତ୍ର‌୍ୟଜିବି ମାନଙ୍କୁ ଗତକାଲି ରାଜ୍ୟ ସରକାରଙ୍କ ତରଫରୁ ସହାୟତା ଦିଆଗଲା । ଏଥିରେ କେନ୍ଦ୍ର ସରକାରଙ୍କ ସଂସ୍ଥା ହୁଡକୋର ସିଏସଆର...
  • ଅନୁଭବ ପଟ୍ଟନାୟକ ଦାୟିତ୍ୱ ଗ୍ରହଣ କଲେ

    ଭୁବନେଶ୍ୱର: ଇଲେକ୍‌ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଭାଗର ଉପଦେଷ୍ଟା ଭାବେ ଶ୍ରୀ ଅନୁଭବ ପଟ୍ଟନାୟକ ଆଜି ପୂର୍ବାହ୍ନରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଭାଗୀୟ ସଚିବ ଶ୍ରୀ ମନୋଜ କୁମାର ମିଶ୍ର ଉପଦେଷ୍ଟା ଶ୍ରୀ ପଟ୍ଟନାୟକଙ୍କୁ ବିଭାଗ ପକ୍ଷରୁ ସ୍ୱାଗତ...
  • ରାଜ୍ୟ ଗୃହନିର୍ମାଣ ଅଧିନସ୍ଥ ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ଖୋଲାସ୍ଥାନ, ଜନସାଧାରଣଙ୍କ ହିତ ସାଧନ ଉଦ୍ଦେଶ୍ୟରେ

    ଭୁବନେଶ୍ୱର : ରାଜ୍ୟ ଗୃହନିର୍ମାଣ ସଂସ୍ଥା ଅଧିନରେ ରାଜ୍ୟରେ ଥିବା ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ଖୋଲା ଜାଗା, ଅବ୍ୟବହୃତ ସ୍ଥାନ ତଥା ପ୍ରକଳ୍ପ ଗୁଡ଼ିକ ତରଫରୁ ପ୍ରଦାନ କରାଯାଇଥିବା ସର୍ବସାଧାରଣଙ୍କ ହିତ ସାଧନ ଉଦ୍ଦେଶ୍ୟରେ ଦିଆଯାଇଥିବା ସ୍ଥାନ ଗୁଡ଼ିକୁ ଚିହ୍ନଟ...