ଭୁବନେଶ୍ୱର, ୧୭ ନଭେମ୍ବର ୨୦୨୩ : ମୁଖ୍ୟ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ନେତୃତ୍ୱରେ ଆଜି ଅନୁଷ୍ଠିତ ହୋଇଯାଇଛି ୧୨୪ ତମ ସିଙ୍ଗିଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ । ୧୩୯୭.୧୮ କୋଟି ଟଙ୍କା ମୂଲ୍ୟର ୮ ଟି ନୂତନ ପ୍ରକଳ୍ପ ଉପରେ ଆଜି ମୋହର ବାଜିଛି । ଯାହା ପୁଞ୍ଜି ନିବେଶ କ୍ଷେତ୍ରରେ ଏକ ବଡ ସଫଳତା । ମୁଖ୍ୟତଃ ପ୍ଲାଷ୍ଟିକ୍, ବୈଷୟିକ ଟେକ୍ସଟାଇଲ୍ ଏବଂ ଆଲୁମିନିୟମ୍ , ଇସ୍ପାତ, ଆଇଟି , ଆଗ୍ରୋ ଇଣ୍ଡଷ୍ଟ୍ରି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପାଇଁ ରାଜ୍ୟ ସରକାର ଅଗ୍ରାଧିକାର ଦେଇଛନ୍ତି । ପ୍ଲାଷ୍ଟିକ୍ କ୍ଷେତ୍ରରେ, ସିଣ୍ଟେକ୍ସ ବିପିଏଲ୍ ଲିମିଟେଡ୍, ସମ୍ବଲପୁରରେ ବାର୍ଷିକ ୩୭୫୨୦ ମାଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ସିପିଭିସି, ୟୁପିଭିସି, ଏସ୍ ଡବ୍ଲୁ ଆର୍,ଆଗ୍ରି ପାଇପ୍, ପିଭିସି ଫିଟିଙ୍ଗ୍ ଏବଂ ପ୍ଲାଷ୍ଟିକ୍ ଟ୍ୟାଙ୍କ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ ୪୭୯.୪୭ କୋଟି ଟଙ୍କାର ବିନିଯୋଗ ପାଇଁ ବାଟ ଫିଟିଛି । ଏ ପ୍ରକଳ୍ପ ମାଧ୍ୟମରେ ୧୦୦୦ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ସୁଯୋଗ ମଧ୍ୟ ରହିଛି । ଆହୁରି ମଧ୍ୟ, ଏଚ୍ ଆଇ ଏଲ୍ ଇଣ୍ଡିଆ ପିଭିସି ଏବଂ ସିପିଭିସି ପାଇପ୍ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ ୨୫୦ କୋଟି ଟଙ୍କା ବିନିଯୋଗ କରିବ, ଯାହା ଦ୍ୱାରା ୨୭୫ଜଣଙ୍କ ପାଇଁ ରୋଜଗାର ସୃଷ୍ଟି ହେବ ।
ପ୍ଲାଷ୍ଟିକ୍ ପାତ୍ର, ଲେନୋ ବ୍ୟାଗ୍, ପିପି ବୁଣା ବ୍ୟାଗ୍, ପିପି ବୁଣା କପଡା ଏବଂ କରଗେଜ୍ ବକ୍ସ ଉତ୍ପାଦନ ପାଇଁ ମେଗା ଫ୍ଲେକ୍ସ ପ୍ଲାଷ୍ଟିକ୍ ଲିମିଟେଡ୍ ଖୋର୍ଦ୍ଧାରେ ବାର୍ଷିକ ୯,୬୦୦ ମାଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ୟୁନିଟ୍ ପ୍ରତିଷ୍ଠା କରିବ । ୬୨.୩୮କୋଟିର ବିନିଯୋଗ ସହିତ, ଏହି ଉଦ୍ୟୋଗ ୩୮୨ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଇସ୍ପାତ ଡାଉନ୍ ଷ୍ଟ୍ରିମ୍ କ୍ଷେତ୍ରରେ ସାନ୍ଧୁ ଟ୍ୟୁବ୍ ପ୍ରାଇଭେଟ ଲିମିଟେଡ୍ ଏବଂ କାଇ ଷ୍ଟିଲ୍ ପ୍ରାଇଭେଟ ଲିମିଟେଡ୍ ଯାଜପୁର ଏବଂ ସୁନ୍ଦରଗଡରେ ପ୍ରାୟ ୧୮୮.୯୮ କୋଟି ଟଙ୍କା ବିନିଯୋଗ କରିଛନ୍ତି । ଏହି ବିନିଯୋଗ ମାଧ୍ୟମରେ ରାଜ୍ୟରେ ୪୦୩ରୁ ଉର୍ଦ୍ଧ ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ହିଣ୍ଡଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ , ଆଲୁମିନିୟମ୍ କ୍ଷେତ୍ରରେ ୨୪୧.୦୫ କୋଟି ବିନିଯୋଗ କରି ସମ୍ବଲପୁରରେ ଏକ ୱାଇଟ୍ ଫ୍ୟୁଜ୍ ଆଲୁମିନା ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରିବ । ଏହି ପ୍ରକଳ୍ପ ମାଧ୍ୟମରେ ୨୧୦ ଜଣ ବ୍ୟକ୍ତିଙ୍କ ପାଇଁ ଚାକିରି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ଆଇଟି କ୍ଷେତ୍ରରେ ଅନୁଜ ଅଟୋଗ୍ରାଫ୍ ବିଜନେସ୍ ପାର୍କ ଖୋର୍ଦ୍ଧାରେ ୧୦୫.୩ କୋଟି ଟଙ୍କା ବିନିଯୋଗ କରି ଆଇଟି ପାର୍କ ପ୍ରତିଷ୍ଠା କରୁଛି ଏଥିରେ ୩୦୦ ନୂତନ ନିଯୁକ୍ତି ସମ୍ଭାବନା ରହିଛି । ଆଗ୍ରୋ-ଇଣ୍ଡଷ୍ଟ୍ରି କ୍ଷେତ୍ରରେ ଜିଜିଏଲ୍ ଚାଲେଟ୍ ପ୍ରାଇଭେଟ୍ ଲିମିଟେଡ୍ , କୋରାପୁଟରେ ୭୦ କୋଟି ଟଙ୍କାର ପୁଞ୍ଜିନିବେଶ କରୁଛି । ବାର୍ଷିକ ୨,୫୦,୦୦,୦୦୦ ସ୍କୋୟାର ମିଟରର ଭେନେର,ବାର୍ଷିକ ୫,୦୦,୦୦୦ ସ୍କୋୟାର ମିଟରର ପ୍ଲାଇ ବୋର୍ଡ ଏବଂ ପାର୍ଟିକିଲ୍ ବୋର୍ଡ ( ଏବଂ ବାର୍ଷିକ ୧୦ ମେଟ୍ରିକ୍ ଟନ୍ ବାୟୋମାସ୍ ପେଲେଟ୍ ଉତ୍ପାଦନର କ୍ଷମତା ରଖିବ । ଏହି ପ୍ରକଳ୍ପ ମାଧ୍ୟମରେ ୨୯୦ ଜଣଙ୍କୁ ନିଯୁକ୍ତି ସୁଯୋଗ ରହିଛି । ପ୍ଲାଷ୍ଟିକ୍ ଠାରୁ ଆରମ୍ଭ କରି ଏଗ୍ରୋ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରଗୁଡିକରେ ନିବେଶ , ଓଡିଶାର ଶିଳ୍ପ ବିକାଶ ସହ ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ କରିବା ପାଇଁ ନିଆଯାଉଥିବା ଗୁରୁତ୍ୱ ପୂର୍ଣ୍ଣ ପଦକ୍ଷେପ ପ୍ରଶଂସନୀୟ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ଦୂରଦର୍ଶିତାର ପ୍ରମାଣ ସ୍ୱରୁପ ଓଡିଶା ଏବେ ନିବେଶର ସାରା ଦେଶରେ ପ୍ରଥମ ପସନ୍ଦ ଅଟେ । ସ୍ଥାୟୀ ସରକାର, ଅନୁକୂଳ ପରିବେଶ, ସହଜ ଉପଲବ୍ଧ କଞ୍ଚାମାଲ ଇତ୍ୟାଦି ଓଡିଶାକୁ ଶିଳ୍ପ ସମୃଦ୍ଧ ତଥା ଏକ ରୋଜଗାର କ୍ଷମ ଶକ୍ତି କେନ୍ଦ୍ରରେ ପରିଣତ କରୁଛି । ଯାହା କେବଳ ସମ୍ଭବ ହୋଇ ପାରୁଛି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନ ପାଇଁ । ଯେଉଁଥି ପାଇଁ ସାରା ବିଶ୍ୱରୁ ଓଡିଶା ପ୍ରତି ନିବେଶକ ମାନେ ଅକୃଷ୍ଟ ହେଉଛନ୍ତି । ଯେଉଁ ମାନେ ଓଡ଼ିଶାର ବିକାଶରେ ସହଯୋଗ କରିବେ ।