ମୁଖ୍ୟ ଶାସନ ସଚିବଙ୍କ ସହିତ ସୌଜନ୍ୟ ମୂଳକ ସାକ୍ଷାତ ଆଲୋଚନା ।

ଭୁବନେଶ୍ୱର: ହାଇଦ୍ରାବାଦସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର କନସୁଲ ଜେନେରାଲ ଜେନିଫର ଲାର୍ସନଙ୍କ ସହ ରାଜନୈତିକ ଓ ଅର୍ଥନୈତିକ ମୁଖ୍ୟ ଫ୍ରାଙ୍କ ତଲ୍ଲୁକା, ଶିବ ପ୍ରସାଦ ତ୍ରିପାଠୀ ଏବଂ ଶ୍ରୀମଳୀ କାରି  ଲୋକସେବା ଭବନ ଠାରେ ଓଡ଼ିଶା ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ସହିତ ସୌଜନ୍ୟ ମୂଳକ ସାକ୍ଷାତ ଆଲୋଚନା କରିଛନ୍ତି ।

ରାଜ୍ୟ ସୈନିକ  ବୋର୍ଡର ସଂପାଦକ କମ୍ରେଡ୍ ଘନଶ୍ୟାମ ଓଝାଙ୍କ ସମେତ  ବୋର୍ଡର ଅନ୍ୟ ସଦସ୍ୟମାନେ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ସହିତ  ଲୋକସେବା ଭବନ ଠାରେ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି । ସଶସ୍ତ୍ର ବାହିନୀ  ପତାକା ଦିବସ ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ବୋର୍ଡର ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।