ଭୁବନେଶ୍ୱର : ଜନପ୍ରିୟ ଓବିସି ନେତା ତଥା ଉଜ୍ଜୟିନୀ ଦକ୍ଷିଣ ବିଧାନସଭାରୁ ନିର୍ବାଚିତ ଡ. ମୋହନ ଯାଦବ ମଧ୍ୟପ୍ରଦେଶ ଭାରତୀୟ ଜନତା ପାର୍ଟି ବିଧାୟକ ଦଳ ନେତା ଭାବେ ଚୟନ ହୋଇଛନ୍ତି । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଶ୍ରୀ ଯାଦବଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି । ୨୦୧୩ରେ ଶ୍ରୀ ଯାଦବ ପ୍ରଥମ ବିଧାୟକ ହୋଇଥିଲେ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସରକାରରେ ଶ୍ରୀ ଯାଦବ ଉଚ୍ଚ ଶିକ୍ଷାମନ୍ତ୍ରୀ ଥିଲେ । ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ କୁଶଳ ମାର୍ଗଦର୍ଶନ ଏବଂ ଶ୍ରୀ ଯାଦବଙ୍କ ନେତୃତ୍ୱରେ ମଧ୍ୟପ୍ରଦେଶ ରାଜ୍ୟରେ ନୂତନ ମାନକ ସ୍ଥାପିତ ହେବ ବୋଲି ଶ୍ରୀ ସାମଲ ଦୃଢ଼ ଆଶା ବ୍ୟକ୍ତ କରିଛନ୍ତି । ଶ୍ରୀ ଯାଦବ ମଧ୍ୟପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ହେବେ ।