ଭଜନଲାଲ ଶର୍ମାଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ଭୁବନେଶ୍ୱର : ଶ୍ରୀ ଭଜନଲାଲ ଶର୍ମାଙ୍କୁ ରାଜସ୍ଥାନ ଭାରତୀୟ ଜନତା ପାର୍ଟି ବିଧାୟକ ଦଳ ନେତା ଭାବେ ଚୟନ ହୋଇଛନ୍ତି । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଶ୍ରୀ ଶର୍ମାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି । ସାଙ୍ଗାନେର ବିଧାନସଭା କ୍ଷେତ୍ରରୁ ପ୍ରଥମ ଥର ପାଇଁ ବିଧାୟକ ଥିଲେ ଶ୍ରୀ ଭଜନଲାଲ ଶର୍ମା । ପୂର୍ବରୁ ଅନେକ ଦିନ ଧରି ବିଜେପିର ସାଂଗଠନିକ ଦାୟିତ୍ୱରେ ରହିଥିଲେ ଓ ଆରଏସଏସ ସହ ସଂପୃକ୍ତ ମଧ୍ୟ ଥିଲେ । ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ କୁଶଳ ମାର୍ଗଦର୍ଶନ ଏବଂ ଆପଣଙ୍କ ଦୃଢ଼ ନେତୃତ୍ୱରେ ରାଜସ୍ଥାନ ବିକାଶର ଏକ ନୂତନ ଧାରା ସୃଷ୍ଟି ହେବ ଏହା ମୋର ବିଶ୍ୱାସ ବୋଲି ଶ୍ରୀ ସାମଲ ଦୃଢ଼ ଆଶା ବ୍ୟକ୍ତ କରିଛନ୍ତି । ଶ୍ରୀ ଭଜନଲାଲ ଶର୍ମା ରାଜସ୍ଥାନର ନୂତନ ମୁଖ୍ୟମନ୍ତ୍ରୀ ହେବେ ।