ସରକାରୀ ବାସଗୃହ(କ୍ୱାର୍ଟର୍ସ) ଆବଣ୍ଟନ ସୁବିଧା ଜନକ ପାଇଁ  କ୍ୱାର୍ଟର ମ୍ୟାନେଜମେଣ୍ଟ ସିଷ୍ଟମ ୨.୦, ଡିସେମ୍ବର ୧୫ରୁ କାର୍ଯ୍ୟକ୍ଷମ ହେବ ।

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦୨୩ ଡିସେମ୍ବର ୬ ତାରିଖରେ ଲୋକସେବା ଭବନର କନଭେନସନ ସେଣ୍ଟରରେ କ୍ୱାର୍ଟର ମ୍ୟାନେଜମେଣ୍ଟ ସିଷ୍ଟମ ୨.୦ (QMS 2.0) ର ଶୁଭାରମ୍ଭ କରିଥିଲେ । କ୍ୟୁଏମ୍ଏସ୍ ୨.୦କୁ ଉଦ୍ ଘାଟନ କରିବା ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିବା ସହିତ ଏହି ଆପ୍ଲିକେସନ  କର୍ମଚାରୀମାନଙ୍କୁ କ୍ୱାର୍ଟର ଆବଣ୍ଟନ କ୍ଷେତ୍ରରେ ସେମାନଙ୍କର ଅସୁବିଧାକୁ ଦୂର କରିବା ପାଇଁ ଡିଜାଇନ୍ କରାଯାଇଥିବା ପ୍ରକାଶ କରିଥିଲେ । ରାଜ୍ୟ ସରକାରଙ୍କ “୫-ଟି” ଉପକ୍ରମ ଆଧାରରେ ଭୁବନେଶ୍ୱର ଓ କଟକରେ ଥିବା  ଟାଇପ୍-୧ରୁ ଟାଇପ୍-୬ ବର୍ଗକୁ ଅନ୍ତର୍ଭୁକ୍ତ କରି ଜିଏ ପୁଲ୍ କ୍ୱାର୍ଟର୍ସଗୁଡିକର  ଅନଲାଇନ୍ ଆବେଦନ,ଆବଣ୍ଟନ ଓ ପରିଚାଳନା ପାଇଁ ଏଚ୍ଆରଏମ୍ଏସ୍ ପ୍ଲାଟଫର୍ମରେ ଥିବା ଇ-କ୍ୱାର୍ଟର୍ସ ଦରଖାସ୍ତ ବ୍ୟବସ୍ଥାକୁ କ୍ୱାର୍ଟର ମ୍ୟାନେଜମେଣ୍ଟ ସିଷ୍ଟମ-୨.୦ (କ୍ୟୁଏମ୍ଏସ୍ ୨.୦)କୁ ଉପଯୁକ୍ତ ଭାବେ ବିକଶିତ  କରାଯାଇଛି । ଆବେଦନ, ଆବଣ୍ଟନ, ଛୁଟି ଏବଂ ଅନଲାଇନ୍ ପ୍ଲାଟଫର୍ମରେ ଏନଓସି/ଏନଡିସି ଜାରି କରିବା ଠାରୁ ଆରମ୍ଭ କରି କ୍ୱାର୍ଟର ମ୍ୟାନେଜମେଣ୍ଟ ସହ ଜଡିତ ସମସ୍ତ କାର୍ଯ୍ୟକଳାପକୁ ଏହି ନୂଆ ଆପ୍ଲିକେସନରେ ସୁବିଧାରେ ପରିଚାଳିତ ହେବ । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅଧୀନରେ “ସିଏମଜିଆଇ” ଦ୍ୱାରା ନୂତନ ଭାବେ  ବିକଶିତ କ୍ୟୁଏମଏସ -୨.୦ ମଡ୍ୟୁଲ ଆଗାମୀ ଡିସେମ୍ବର ୧୫ ତାରିଖରୁ ଏଚଆରଏମଏସ ପ୍ଲାଟଫର୍ମ ତଥା https://qms.hrmsodisha.gov.in ୟୁଆରଏଲରେ କାର୍ଯ୍ୟକ୍ଷମ ହେବ । କ୍ୟୁଏମଏସ ୨.୦ ଅନୁସାରେ ଏକ କ୍ୱାର୍ଟର  ପାଇଁ ଆବେଦନ କରିବା ନିମନ୍ତେ  ଜିଏ ଇଷ୍ଟେଟ୍ ର ସୁବିଧା କେନ୍ଦ୍ରରେ ସରକାରୀ କର୍ମଚାରୀଙ୍କୁ  ବ୍ୟକ୍ତିଗତ ଭାବେ ଯେପରି  ଆସିବାକୁ ପଡିବ ନାହିଁ, ତାହାକୁ ଦୃଷ୍ଟି ଦିଆଯାଇ ତଦନୁସାରେ ଡିଜାଇନ୍ ପ୍ରସ୍ତୁତ କରାଯାଇଛି । ଏହା ସାହାଯ୍ୟରେ  ସମ୍ପୂର୍ଣ୍ଣ ଭାବରେ ଇଲେକ୍ଟ୍ରୋନିକ୍ ବ୍ୟବସ୍ଥା  ମାଧ୍ୟମରେ ନୋ ଡ୍ୟୁଜ୍ ( କୈଣସି ଦେୟ ବକେୟା ନଥିବା ) ପ୍ରମାଣପତ୍ର  ସଂଗ୍ରହ କରାଯାଇପାରିବ । ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବ୍ୟକ୍ତିଗତ ଭାବେ ଜିଏ ସୁବିଧା କେନ୍ଦ୍ରକୁ ଯାଇ ଏକ କ୍ୱାର୍ଟର  ପାଇଁ ଆବେଦନ କରିବାକୁ ପଡୁଥିଲା କିମ୍ବା କ୍ୱାର୍ଟର ଛାଡିବା ସମୟରେ ନୋ ଡ୍ୟୁ ସାର୍ଟିଫିକେଟ୍ ହାସଲ କରିବାରେ  ସମୟ ସାପେକ୍ଷ ମାନୁଆଲ ପ୍ରକ୍ରିୟା ଦେଇ ଯିବାକୁ ପଡୁଥିଲା । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା କ୍ୟୁଏମଏସ ୨.୦ ବ୍ୟବସ୍ଥା ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଏକ ଅସୁବିଧାମୁକ୍ତ ଅନୁଭୂତି ସୁନିଶ୍ଚିତ କରିବା ପାଇଁ ଏହି ପ୍ରକ୍ରିୟାରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି । କ୍ୟୁଏମଏସ ୨.୦  ପ୍ଲାଟଫର୍ମ ସରକାରୀ କର୍ମଚାରୀଙ୍କୁ ଅନଲାଇନରେ କ୍ୱାର୍ଟର୍ସ  ଆବେଦନ କରିବାକୁ ଅନୁମତି ଦେଇଥାଏ, ଯାହା କାର୍ଯ୍ୟାଳୟକୁ ଏକାଧିକ ଥର ପରିଦର୍ଶନ ଏବଂ ଲମ୍ବା ଅପେକ୍ଷା ସମୟର ଆବଶ୍ୟକତାକୁ ଦୂର କରିଥାଏ । ଭୁବନେଶ୍ୱର ଓ କଟକରେ ଥିବା ବିଭିନ୍ନ ଟ୍ରେଜେରୀ ଜରିଆରେ ଦରମା ପାଉଥିବା ସମସ୍ତ ଯୋଗ୍ୟ ନିୟମିତ ସରକାରୀ କର୍ମଚାରୀଙ୍କ କ୍ୱାର୍ଟର୍ସ ପାଇଁ ଆବେଦନ କରିବାକୁ ଥିବା ଆକାଉଣ୍ଟକୁ ଅଟୋ ଆକ୍ଟିଭେଟ୍ କରାଯିବ । ଭୁବନେଶ୍ୱର ଓ କଟକରେ ଜିଏ ପୁଲ୍ କ୍ୱାର୍ଟର୍ସ ନିମନ୍ତେ  ଆବେଦନ ପାଇଁ କୌଣସି ହାର୍ଡକପିର ଆବଶ୍ୟକତା ପଡ଼ିବ ନାହିଁ । ଏହି ପ୍ରକ୍ରିୟାକୁ ସହଜ କରିବା, ସମୟ ହ୍ରାସ କରିବା ଏବଂ ବ୍ୟକ୍ତିଗତ ଭାବେ ଉପସ୍ଥିତିର ଆବଶ୍ୟକତା ନଥାଇ କ୍ୱାର୍ଟର ପରିଚାଳନାକୁ ବ୍ୟବସ୍ଥାକୁ  ସୁଗମ କରିବା ପାଇଁ  ପୂର୍ବରୁ ଥିବା କାର୍ଯ୍ୟ ବ୍ୟବସ୍ଥାରେ ପରିବର୍ତ୍ତନ ସହିତ ନୂତନ ପ୍ରକ୍ରିୟା  କାର୍ଯ୍ୟକାରୀ କରାଯିବ । ସରକାରୀ କର୍ମଚାରୀମାନେ କ୍ୟୁଏମଏସ ୨.୦  ଆପ୍ଲିକେସନ୍ ଉଭୟ ଏଚଆରଏମସ୍  ପ୍ଲାଟଫର୍ମ (URL: https://apps.hrmsodisha.gov.in/) ଏବଂ URL https://qms.hrmsodisha.gov.in ରେ ସେମାନଙ୍କର ଥିବା ବର୍ତ୍ତମାନର ଆବଶ୍ୟକ ପ୍ରମାଣପତ୍ର ବ୍ୟବହାର କରି ଏହାର ଉପଯୋଗ କରିପାରିବେ । HRMS  ନଥିବା ଉପଭୋକ୍ତାମାନେ କେବଳ https://qms.hrmsodisha.gov.in URL ମାଧ୍ୟମରେ କ୍ୟୁଏମଏସ ୨.୦  ବ୍ୟବହାର କରିପାରିବେ ଏବଂ ସେମାନଙ୍କୁ ସିଷ୍ଟମ ଆକସେସ୍ କରିବା ପାଇଁ ଏକକାଳୀନ ପଞ୍ଜୀକରଣ କରିବାକୁ ପଡିବ । ଭୁବନେଶ୍ୱର ଓ କଟକସ୍ଥିତ ଟ୍ରେଜେରୀ ଜରିଆରେ ଦରମା ନେଉଥିବା ସମସ୍ତ ସରକାରୀ କର୍ମଚାରୀ କ୍ୟୁଏମ୍ଏସ୍ ୨.୦ ରେ ନିଜ ପସନ୍ଦର କ୍ୱାର୍ଟର ଚୟନ କରିବାକୁ ଯୋଗ୍ୟ ବିବେଚିତ ହେବେ, ଯାହା ପ୍ରତି ମାସ ୧ରୁ ୯ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ । ଅର୍ଥାତ୍ ଆବଣ୍ଟନ ପାଇଁ ଉପଲବ୍ଧ ଖାଲି କ୍ୱାର୍ଟର ତାଲିକା ଏବଂ ୱେଟିଂ ଲିଷ୍ଟ ମାସ ୧ରୁ ୯ ତାରିଖ ପର୍ଯ୍ୟନ୍ତ ଫ୍ରିଜ୍ ରହିବ  । କ୍ୟୁଏମଏସ୍-୨.୦ ଦ୍ୱାରା , ସରକାର ପୂର୍ବରୁ ଥିବା ସମୟ ସାପେକ୍ଷ ଏବଂ ଜଟିଳ ପ୍ରକ୍ରିୟାଗୁଡ଼ିକୁ ସରଳ କରି ସରକାରୀ କର୍ମଚାରୀଙ୍କ ସାମଗ୍ରିକ ଅଭିଜ୍ଞତାକୁ ବୃଦ୍ଧି   କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ମର୍ମରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ଗତ ଡିସେମ୍ବର ୬ ତାରିଖରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ, ଭୁବନେଶ୍ୱର ଓ କଟକସ୍ଥିତ ସମସ୍ତ ବିଭାଗୀୟ ମୁଖ୍ୟ ଏବଂ  ସରକାରୀ କାର୍ଯ୍ୟାଳୟକୁ କର୍ମଚାରୀମାନଙ୍କ ଅବଗତି ନିମନ୍ତେ ପତ୍ର ମାଧ୍ୟମରେ ଅବଗତ କରାଯାଇଛି ।