ରାସ୍ତା ନିର୍ମାଣ ଦାବିରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ।

ଭୁବନେଶ୍ୱର : ଆଜି ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ପୁରୀ ମେନ ରୋଡ଼ ଗଙ୍ଗୁଆ ବ୍ରିଜ ଠାରୁ କପିଳେଶ୍ୱର ମନ୍ଦିର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ସାମନ୍ତରାୟପୁର ଛକଠାରେ ଏକ ବିକ୍ଷୋଭ ଏବଂ ରାସ୍ତାରୋକ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦାଶ କହିଛନ୍ତି ଯେ ଦୀର୍ଘଦିନ ହେଲା ଏହି ରାସ୍ତା ନିର୍ମାଣ ପାଇଁ କପିଳେଶ୍ୱର ଗ୍ରାମବାସୀ ଏବଂ ଏ ଅଞ୍ଚଳର ସାଧାରଣ ଜନତା କ୍ରମାଗତ ଭାବେ ଦାବି କରିଆସୁଛନ୍ତି । ୨୦୦୭ ମସିହାରେ ତତ୍‌କାଳନୀନ କପିଳେଶ୍ୱର ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଉକ୍ତ ରାସ୍ତା ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଟ୍ରଷ୍ଟ ବୋର୍ଡର ମ୍ୟାନେଜିଙ୍ଗ ଟ୍ରଷ୍ଟି ନିଜେ ସଂପୃକ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ଆର ଆଣ୍ଡ ବି) ଙ୍କ ଠାରୁ ଉକ୍ତ ରାସ୍ତା କରିବା ପାଇଁ ବ୍ୟୟ ଅଟକଳ କରାଇଥିଲେ । ତାପରେ ଇଂଜିନିୟର, ଚିଫ ଇଂଜିନିୟର ଏବଂ ୱାର୍କସ ଡିପାର୍ଟମେଣ୍ଟ ସଚିବ ଏହାର ଅଟକଳ କରି ପ୍ଲାନିଂ ଆଣ୍ଡ କୋଅଡିସେନ ବିଭାଗକୁ ପ୍ରସ୍ତାବ ପଠାଇଥିଲେ । ୨୦୧୦ ରୁ ପ୍ରସ୍ତାବ ଅନୁମୋଦନ ହୋଇ ଅର୍ଥବିଭାଗରୁ ଅର୍ଥମଞ୍ଜୁର ପାଇଁ ସ୍ଥିର ହୋଇଥିଲା । ଅର୍ଥ ବିଭାଗ ୨୦୧୦ ମସିହାରେ ଉକ୍ତ ରାସ୍ତା ନିର୍ମାଣ ପାଇଁ ୧୩ କୋଟି ୮୭ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ । ମାତ୍ର ଏ ପର୍ଯ୍ୟନ୍ତ ଏହି ରାସ୍ତା କାର୍ଯ୍ୟ ଆରମ୍ଭ ହୋଇପାରିଲା ନାହିଁ । ୨୦୧୦ ମସିହାରେ ଭୁବନେଶ୍ୱର ମହାନଗର ନିଗମ ଲିଙ୍ଗରାଜ ମାର୍କେଟ ଏବଂ ଏକାମ୍ର ଉନ୍ନତିକରଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଉକ୍ତ ରାସ୍ତା ନିର୍ମାଣ ପାଇଁ ୫ କୋଟି ଟଙ୍କା ଖର୍ଚ୍ଚ ବରାଦ କଲେ । ତାହା ଅନୁଯାୟୀ ଉକ୍ତ ରାସ୍ତା ନିର୍ମାଣ ପାଇଁ ନୂଆଗାଁ, କପିଳେଶ୍ୱର ଓ ସୁନ୍ଦରପଦା ମୌଜାରେ ଯାଉଥିବା ଜମି ଅଧିଗ୍ରହଣ କରିବାପାଇଁ ୨୦୧୦ ମସିହାରେ ନୋଟିସ କରାଗଲା ମାତ୍ର ଏପର୍ଯ୍ୟନ୍ତ ଜମି ଅଧିଗ୍ରହଣ କରାଯାଇନଥିବାରୁ ଉକ୍ତ ରାସ୍ତା ନିର୍ମାଣ ସମ୍ବଦ୍ଧରେ ସର୍ବସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି । ଏହି କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଯୋଗଦେଇ କହିଥିଲେ ଯେ କେବଳ ଶୁଭ ଦିଆଯାଇ ରାସ୍ତା ନିର୍ମାଣର ପ୍ରତିଶ୍ରୁତି ଦିଆଗଲା ମାତ୍ର ଏହାକୁ କାର୍ଯ୍ୟକାରୀ ନକରିବା ଦୁର୍ଭାଗ୍ୟଜନକ । ଉକ୍ତ ରାସ୍ତା କେବେ କରାଯିବ ଏହାର ନିର୍ଦ୍ଦିଷ୍ଟ ସମୟ ପ୍ରଶାସନ ଜଣାଇବାପାଇଁ କପିଳେଶ୍ୱର, ସୁନ୍ଦରପଦା, ସମାନ୍ତରାପୁର, ନୂଆଗାଁ, ଇଟିପୁର, ଜୟପୁର ଓ ଭୁବନେଶ୍ୱରର ବାସିନ୍ଦା ମାନେ ଦାବି କରୁଛନ୍ତି । ସରକାର ଏହି ଦାବିକୁ ଉପେକ୍ଷା କଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଶ୍ରୀ ରାଉତରାୟ ଚେତାଇ ଦେଇଥିଲେ । ଏହି ଅବସରରେ ପୁରୀ ଭୁବନେଶ୍ୱର ମୁଖ୍ୟରାସ୍ତାକୁ ସାମନ୍ତରାୟପୁର ଠାରେ ପ୍ରାୟ ଦୁଇଘଣ୍ଟା ଧରି ଅବରରୋଧ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିବାନନ୍ଦ ରାୟ, କିଶୋର ଜେନା, ସୁବ୍ରତ ମହାପାତ୍ର, ମନୋରଞ୍ଜନ ଦାଶ, ରଜତ ଚୌଧୁରୀ, ପ୍ରଦୀପ ମହାପାତ୍ର, ରଜନୀ ମହାନ୍ତି, ଅଶୋକ ଦାସ, ଆଲୋକ ମହାନ୍ତି, ପ୍ରଶାନ୍ତ ଚମ୍ପତି, ଜୟକୃଷ୍ଣ ମଲ୍ଲିଆ, ମିହିର ଆଚାର୍ଯ୍ୟ, ପ୍ରଭାତ ପ୍ରତାପ ସିଂ, ମନୋରଞ୍ଜନ ବଟୁ, ଜୟକୃଷ୍ଣ ସୁବୁଦ୍ଧି, ଇନ୍ଦ୍ରଜିତ ପରିଡ଼ା, ଶ୍ରୀୟାସ୍ମିତା ପଣ୍ଡା, ପୁଷ୍ପିତା ଦାଶ, ଜୟଶ୍ରୀ ପାତ୍ର, ରଶ୍ମି ମହାପାତ୍ର, ନୀଳମଣି ମିଶ୍ର, ବୃନ୍ଦାବନ ସାହୁ, ସିପ୍ରା ସେନାପତି, ଅରବିନ୍ଦ ମଲ୍ଲିଆ (ମଲ୍ଲିଆ ନିଯୋଗ ସଭାପତି) ବେଣୁଧର ପାତ୍ର, ସୌମେନ୍ଦ୍ର ମହାନ୍ତି, ସୁବାଷ ମଲ୍ଲିଆ, ସୁବ୍ରତ ସେନାପତି, ଦେବୀପ୍ରସାଦ ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ମୁଦୁଲି, ଗଣେଶ ମଲ୍ଲିଆ, ରମେଶ ମଲ୍ଲିଆ, ମାସୁମ ମଲ୍ଲିଆ, ସର୍ବେଶ୍ୱର ନାୟକ, ସତାଦ କୁମାର ମହାନ୍ତି, ବିଷ୍ଣୁ ପ୍ରସାଦ ମୁଦୁଲି, ଜଗନ୍ନାଥ ମଲ୍ଲିଆ, ଗୁଣମଣି ମଲ୍ଲିଆ, ପ୍ରଭାତ ମଲ୍ଲିଆ, ସେକ ତାକୱିନ, ଚନ୍ଦନ ମଲ୍ଲିଆ, ଜିତେନ୍ଦ୍ର ମଲ୍ଲିଆ, ସାନ ମଲ୍ଲିଆ, କୁନା ମଲ୍ଲିଆ, ରବିନ୍ଦ୍ର ମଲ୍ଲିଆ, ରାଜୁ ମିଶ୍ର, ଗଗନ ମଲ୍ଲିଆ, ଆକାଶ ମଲ୍ଲିଆ, ଦୀନବନ୍ଧୁ ମଲ୍ଲିଆ, ପ୍ରତାପ କୁମାର ମଲ୍ଲିଆ, କୁନା ମଲ୍ଲିଆ, ଦିଲିଆ ମଲ୍ଲିଆ, ନାରାୟଣ ମଲ୍ଲିଆ, ଦୁର୍ଯ୍ୟ ମଲ୍ଲିଆ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।