ପିସିସି ସଭାପତିଙ୍କ ପିତୃ ବିୟୋଗରେ କଂଗ୍ରେସ ନେତୃବୃନ୍ଦଙ୍କ ଶୋକ ।

ଭୁବନେଶ୍ୱର : ବଲାଙ୍ଗୀର ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ , ସମାଜସେବୀ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ପିତା ଶ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ବିୟୋଗରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଗଭୀର ଶୋକପ୍ରକାଶ କରାଯାଇଛି । ଏକ ଶୋକବାର୍ତାରେ କଂଗ୍ରେସ ନେତୃବୃନ୍ଦ କହିଛନ୍ତି ଯେ ସ୍ୱର୍ଗତ ପଟ୍ଟନାୟକ ଛାତ୍ର ବତ୍ସଳ ଓ ନିଷ୍ଠାପର ଶିକ୍ଷକ ଭାବରେ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । ସମାଜ ସେବାକୁ ବ୍ରତ ଭାବରେ ଗ୍ରହଣ କରିବା ସହ ଦରିଦ୍ର ଓ ନିଷ୍ପେସିତ ଲୋକଙ୍କର ସୁଖ ଦୁଃଖରେ ଛିଡ଼ା ହେଉଥିଲେ । ଏକ ଅମାୟିକ, ବନ୍ଧୁବତ୍ସଳ ଓ ଧର୍ମପରାୟଣ ବ୍ୟକ୍ତି ଭାବରେ ସେ ନିଜ ଅଞ୍ଚଳରେ ବେଶ ପରିଚିତ ଥିଲେ । ପିସିସି ନେତୃବର୍ଗ ସ୍ୱର୍ଗତ ଆତ୍ମାର ସଦଗତି କାମନା କରିବା ସହ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ସମେତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଶୋକ ବ୍ୟକ୍ତ କରିଥିବା ନେତୃବୃନ୍ଦ ହେଲେ ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଶରତ ରାଉତ, ରାମଚନ୍ଦ୍ର ଖୁଣ୍ଟିଆ, ପଞ୍ଚାନନ କାନୁନଗୋ, ବିଜୟ ପଟ୍ଟନାୟକ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଅନନ୍ତ ପ୍ରସାଦ ସେଠୀ, ଗଣେଶ୍ୱର ବେହେରା, ସୁରେଶ ମହାପାତ୍ର, ମାନସ ଚୌଧୁରୀ, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଦେବାଶିଷ ପଟ୍ଟନାୟକ, ବିଶ୍ୱ ରଞ୍ଜନ ମହାନ୍ତି, ଶୁଭେନ୍ଦୁ ମହାନ୍ତି, ୟାସିର ନୱାଜ, ରଣଜିତ ପାତ୍ର, ବନ୍ଦିତା ପରିଡ଼ା, ଅମୀୟ ପଟ୍ଟନାୟକ, ବିଶ୍ୱଜିତ ଦାଶ, ମନୋରଞ୍ଜନ ଦାଶ, ଦାସରଥି ଗମାଙ୍ଗୋ, ଜାନକୀ ବଲ୍ଲଭ ପଟ୍ଟନାୟକ, ଚିନ୍ମୟ ସୁନ୍ଦର ଦାସ, ପ୍ରକାଶ ମିଶ୍ର, ଶ୍ରନିବାସ ରାଉତରାୟ, ବାଙ୍କନିଧି ବେହେରା, ଅମିୟ ପାଣ୍ଡବ, ଜିତେନ୍ଦ୍ର କୁମାର ବିଶ୍ୱାଳ, ସସ୍ମିତା ବେହେରା, ରଶ୍ମି ମହାପାତ୍ର, ତରୁଣକାନ୍ତ ମିଶ୍ର, ଜ୍ଞାନ ପଟ୍ଟନାୟକ, ସୁବ୍ରତ ମହାପାତ୍ର, ଲିଙ୍ଗରାଜ ସାହୁ, ରଜନୀ ମହାନ୍ତି, ଦୀପକ କୁମାର ମହାପାତ୍ର, ପ୍ରଭାତ ପ୍ରତାପ ସିଂ, ଜିତେନ୍ଦ୍ର ପଣ୍ଡା, ଅଶୋକ ଦାସ, ରସିକ ପଟ୍ଟନାୟକ, ମିହିର ଆଚାର୍ଯ୍ୟ, ପ୍ରଶାନ୍ତ ଶତପଥି, ରବିନ୍ଦ୍ର ଅଚାର୍ଯ୍ୟ, ଦେବାଶିଷ ଭୂୟାଁ, ଜ୍ୟୋତିଷ ସାହୁ, ଏମଡି ଶାହାଦୁଲ୍ଲା, ଦେଓ ପ୍ରସାଦ, ଜୟକୃଷ୍ଣ ସୁବୁଦ୍ଧି ପ୍ରମୁଖ ।