ଜାତୀୟ ଫସଲ ବୀମା ସମ୍ମିଳନୀରେ ଓଡ଼ିଶା ପୁରସ୍କୃତ

ଭୁବନେଶ୍ୱର: କେରଳର କୋଚି ଠାରେ ୮ମ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର  ଜାତୀୟ ସମୀକ୍ଷା ସମ୍ମିଳନୀ ୧୯ ଏବଂ ୨୦ ଅକ୍ଟୋବର ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ରାଜ୍ୟ ଜମିଜମା ପୋର୍ଟାଲ (ଭୁଲେଖ) କୁ ଜାତୀୟ ଫସଲବୀମା ପୋର୍ଟାଲ ସହ ସଫଳତାର ସହ ସଂଯୋଗୀକରଣ ନିମନ୍ତେ ଓଡ଼ିଶାର ରାଜ୍ୟ ସରକାରଙ୍କୁ ସମ୍ମାନିତ କରାଯାଇଛି । ଏହି ପ୍ରୟାସ ଦ୍ଵାରା  ଫସଲବୀମାରେ ନକଲି ପଞ୍ଜିକରଣକୁ ରୋକାଯାଇ ପାରିଛି । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର (NIC, Odisha) ର ଅନନ୍ୟ ଭୂମିକା ରହିଛି ।   ଏହି ସମ୍ମିଳନୀରେ ଯୋଗଦାନ କରି ଶ୍ରୀ ପ୍ରେମ ଚନ୍ଦ୍ର ଚୌଧାରୀ, ନିର୍ଦ୍ଦେଶକ, କୃଷି ଓ ଖାଦ୍ୟ ଉତ୍ପାଦନ, ଓଡ଼ିଶା ରାଜ୍ୟ ସରକାରଙ୍କ ତରଫରୁ ଏହି ପୁରସ୍କାର ଗ୍ରହଣ କରିବା ସହ ଫସଲ ବୀମା ଯୋଜନାକୁ କୃଷକମାନଙ୍କ ନିମନ୍ତେ ଅଧିକ ହିତକାରୀ କରିବା ପାଇଁ ସୁଚିନ୍ତିତ ମତାମତ ରଖିଥିଲେ। ରାଜ୍ୟ ସରକାରଙ୍କର ଏହି ସଫଳ ପ୍ରୟାସ ନିମନ୍ତେ ମାନ୍ୟବର ମନ୍ତ୍ରୀ, କୃଷି ଓ କୃଷକ ସଶକ୍ତି କରଣ ତଥା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବଭାଗ, କୃଷି ଉତ୍ପାଦନ କମିଶନର ଏବଂ ପ୍ରମୁଖ ଶାସନ ସଚିବ, କୃଷି ଓ କୃଷକ ସଶକ୍ତି କରଣ ସମସ୍ତ ଭାଗିଦାର ସଂସ୍ଥା ଏବଂ କାର୍ଯ୍ୟକ୍ରମ ରୂପାୟନରେ ସମ୍ପୃକ୍ତ କର୍ମକର୍ତ୍ତା ମାନଙ୍କୁ ସାଧୁବାଦ ଜଣାଇବା ସହ ଭବିଷ୍ୟତରେ ଫସଲବୀମା ଯୋଜନାକୁ ଅଧିକ ଲୋକାଭିମୁଖି ଓ ବ୍ୟାପକ କରିବା ନିମନ୍ତେ ପ୍ରୟାସ ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *