କଂଗ୍ରେସ ନେତୃବୃନ୍ଦଙ୍କୁ ଦିଲ୍ଲୀକୁ ନିମନ୍ତ୍ରଣ

ଭୁବନେଶ୍ୱର : ଆସନ୍ତା ୨୬ ଅକ୍ଟୋବର ୨୦୨୨ ରିଖ ସକାଳ ୧୦.୩୦  ସମୟରେ ଦିଲ୍ଳୀ ୨୪ ଆକବର ରୋଡ଼ ସ୍ଥିତ ଅଖିଳ ଭାରତ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ ଠାରେ ନବନିର୍ବାଚିତ ଅଖିଳ ଭାରତ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ମଲ୍ଲିକାର୍ଜ୍ଜୁନ ଖଡ଼ଗେଙ୍କୁ ଦଳୀୟ ନିର୍ବାଚନରେ ଜିତିଥିବାର ପ୍ରମାଣପତ୍ର ମୁଖ୍ୟ ନିର୍ବାଚନ କର୍ତୃପକ୍ଷ ଶ୍ରୀଯୁକ୍ତ ମଧୁସୂଦନ ମିସ୍ତ୍ରୀ ପ୍ରଦାନ କରିବେ । ଏହି ଉପଲକ୍ଷେ ନୂଆ ଦିଲ୍ଲୀ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ ଠାରେ ଏକ ସଭାର ଆୟୋଜନ କରାଯାଇଅଛି । ଏହି ସଭାକୁ ସିଡବ୍ଳୁସି ମେମ୍ବର, ପ୍ରଦେଶ କଂଗ୍ରେସ ସଭାପତି, ସିଏଲପି ନେତା, ବିଧାନ ପରିଷଦର କଂଗ୍ରେସ ନେତା, ଏଆଇସିସି କର୍ମକର୍ତା, ଅଖିଳ ଭାରତ ଜାତୀୟ କଂଗ୍ରେସ ର ସମସ୍ତ ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟ, ସାଂସଦ, ପୂର୍ବତନ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, କଂଗ୍ରେସ ଶାସିତ ରାଜ୍ୟର ମନ୍ତ୍ରୀବୃନ୍ଦ, ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଓ ପୂର୍ବତନ କଂଗ୍ରେସ ବିରୋଧି ଦଳ ନେତା, ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ବୃନ୍ଦଙ୍କୁ ଏହି ସଭାକୁ ସ୍ୱତନ୍ତ୍ର ଭାବରେ ନିମନ୍ତ୍ରଣ କରାଯାଇଅଛି ବୋଲି ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନୀ କୁମାର ମହାନ୍ତି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *