ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଦଳର ନେତା ଓ କର୍ମୀଙ୍କ ଭରସା ହରାଉଛନ୍ତି : ମନମୋହନ ସାମଲ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇ ଚାଲିଛି । ଓଡିଶାରେ ଛାୟା ସରକାରର ଶାସନ ଚାଲିଛି ଏବଂ ଏହା ବିତାଡିତ ହେବା ଆବଶ୍ୟକ । ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ଏହା ନିଶ୍ଚିତ ପ୍ରତିଫଳିତ ହେବ । ରାଜ୍ୟରେ ଭାରତୀୟ ଜନତା ପାର୍ଟି ହିଁ ଓଡ଼ିଶାରେ ଏକମାତ୍ର ବିକଳ୍ପ । ମୋଦି ସରକାର ଏବଂ ମୋଦି ଗ୍ୟାରେଣ୍ଟୀ ଉପରେ ଓଡିଶାବାସୀଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି । ଆଜିର ଏହି ମିଶ୍ରଣ ପର୍ବ ପାର୍ଟିର ସଂଗଠନକୁ ଆହୁରି ସୁଦୃଢ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଦଳର ନେତା ଓ କର୍ମୀଙ୍କ ଭରସା ହରାଉଛନ୍ତି । ବିଜେଡି ଓ କଂଗ୍ରେସ ନେତା ବିଜେପି ମୁହାଁ ହେଉଛନ୍ତି । ମୋଦିଜୀଙ୍କ ହାତମୁଠାକୁ ସୁଦୃଢ଼ କରିବା ପାଇଁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରି ବିଜେପିର ସଦସ୍ୟ ହୁଅନ୍ତୁ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କଳାହାଣ୍ଡି ଜିଲ୍ଲାର ବରିଷ୍ଠ ବିଜେଡି ନେତା ତଥା ଧର୍ମଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ଧର୍ମଗଡ ବ୍ଲକ ଅଧ୍ୟକ୍ଷ ଶ୍ରୀ ରବିନ୍ଦ୍ର କୁମାର ପାଟ୍ଟଯୋଶୀ, ବିଜେଡି ନେତା ଦେବ ପ୍ରସାଦ ନାଏକ, ରୁଦ୍ର ମାଝୀ, ପିତାମ୍ବର ମାଝୀ, ପୂର୍ବତନ ସମିତି ସଭ୍ୟ ବିଷ୍ଣୁ ପ୍ରସାଦ ଭଇଁସାଲ ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ୨୪ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ଜଗନ୍ନାଥ ମଲ୍ଲିକ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କ ସହ ବିଜେଡି ନେତା ରବିନ୍ଦ୍ର କୁମାର ଗଜେନ୍ଦ୍ର ମହାପାତ୍ର, ୱାର୍ଡ ମେମ୍ବର ମଦନ ମୋହନ ପ୍ରଧାନ, ଡାକ୍ତର ସିଂ, ହରିହର ମହାର୍ଣ୍ଡା, ସୁଦାମ ଗୋଚ୍ଚାୟତ, ସତ୍ୟବାନ ଘୋଷ, ଅଜିତ କୁମାର ମହାପାତ୍ର, ଜୀବନ କୁମାର ମହାପାତ୍ର, ଦୀପକ ଲୋଚନ ଘୋଷ, ଦୀପକ ନାୟକ, ରତିକାନ୍ତ ବେହେରା, ସନ୍ତୋଷ କୁମାର ସିଂ, ଡାକ୍ତର ମହାନ୍ତ, କଂଗ୍ରେସ ନେତା ତଥା ପୂର୍ବତନ ସରପଞ୍ଚ ଅଜୟ କୁମାର, ସୁଶାନ୍ତ କୁମାର ବେହେରା ପ୍ରମୁଖ ଶତାଧିକ ସମର୍ଥକ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଛାତ୍ର କଂଗ୍ରେସର ପୂର୍ବତନ ରାଜ୍ୟ ସଭାପତି ଇତିସ୍ ପ୍ରଧାନ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କ ସହ ଛାତ୍ର କଂଗ୍ରେସର ପୁର୍ବତନ ରାଜ୍ୟ ଉପସଭାପତି ବିପ୍ଳବ ପରିଡା, ନବୀନ କୁମାର ପଣ୍ଡା, ଛାତ୍ର କଂଗ୍ରେସ ନେତା ସଞ୍ଜୀବ କୁମାର ଭୋଇ, ସାଗର ଦାସ, ବିକାଶ ବାଲାଦିତ୍ୟ, ଦେବେନ୍ଦ୍ର ଦାସ, ଅଭିଶେକ ପରିଡା, ଜ୍ୟୋତି ସାମଲ, ବିଜୟ କୁମାର ପଲାଇ, ଅମିତ ଧଳ ପ୍ରମୁଖଙ୍କ ସମେତ ଶତାଧିକ ଯୁବ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ଏହି ଅବସରରେ ସ୍ମାର୍ଟ ସିଟି ଅନ୍‌ଲାଇନ ଅଟୋ ଗୃପର ଚେୟାରମ୍ୟାନ ଦିନବନ୍ଧୁ ନାୟକଙ୍କ ନେତୃତ୍ୱରେ ସୀତାକାନ୍ତ ଦାସ, ଅନୀଲ କୁମାର ପାତ୍ର, ଅକ୍ଷୟ ସାହୁ, ତପନ କୁମାର ସାମଲ, ୱାଇ ଭେଙ୍କେଟ ସେନାପତି, ଗଣେଶ୍ୱର ବେହେରା, ପ୍ରଭାତ ସ୍ୱାଇଁ, ସୁକାନ୍ତ କୁମାର ମଲ୍ଲିକ, ଆଇନଜୀବୀ ପ୍ରଚେତସ୍ ପ୍ରିୟୋତସ, ବିଭୂକଲ୍ୟାଣ ମହାନ୍ତି, ଶାରଦାକାନ୍ତ ପଟ୍ଟନାୟକ, ଆକାଶ ବରୋଇ, ରବିନ୍ଦ୍ର ଜେନା ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ପୁରୀ ଜିଲ୍ଲା କୈବର୍ତ ମହାସଂଘ ସଭାପତି ଜୟନ୍ତ କୁମାର ବେହେରା, କୋରଣା ପଞ୍ଚାୟତର କଂଗ୍ରେସ ନେତା ସିଦ୍ଧେଶ୍ୱର ସ୍ୱାଇଁ, ସିପିଏମର ନବଘନ ସ୍ୱାଇଁ, ବିଜେଡିର କାହ୍ନୁଚରଣ ବେହେରା, ଭୀମସେନ ବାରିକ, ଅଲେଖ ନାୟକ, ଗଣେଷ ଚନ୍ଦ୍ର ବେହେରା, ଚୁରୀଆନା ପଞ୍ଚାୟତ ସଂପାଦକ ଭ୍ରମବର ବେହେରା, କୋଣାର୍କ ଅଚ୍ୟୁତପୁର ଗ୍ରାମ ପଞ୍ଚାୟତର କାଳୁ ବିଶ୍ୱାଳ, ସମୀର ମଲ୍ଲିକ, କାଳନ୍ଦୀ ରାଉତରାୟ, ମାନସ କୁମାର ଦାସ, ସରିପୁର ପଞ୍ଚାୟତର କଂଗ୍ରସ ସରପଞ୍ଚ ଲିଙ୍ଗରାଜ ଦାସ, ଜୟପ୍ରକାଶ ବେହେରା, ସୁତନ ପଞ୍ଚାୟତର ବ୍ରହ୍ମାନନ୍ଦ ରାଉତ, କୃଷ୍ଣଚନ୍ଦ୍ର ପ୍ରଧାନ, ସୁସଂପତ ମିଶ୍ର, ରୁଦ୍ରନାରାୟଣ ରାଉତ, ଶୁଭମ ସାଇ, ସୋମ୍ୟକାନ୍ତ ରାଉତ ପ୍ରମୁଖ ଶତାଧିକ ବିଜେଡି, କଂଗ୍ରେସ ଏବଂ ସମାଜସେବୀ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ବାଲେଶ୍ୱର ଜିଲ୍ଲା ବାଲିଆପାଳ ନିର୍ବାଚନମଣ୍ଡଳୀର ବିଶିଷ୍ଟ ବୁଦ୍ଧିଜୀବି ତଥା ଅବସରପ୍ରାପ୍ତ ସରକାରୀ ଅଧିକାରୀ ହରେକୃଷ୍ଣ ସାହୁ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
ଓଡ଼ିଶାରେ ପାଣି ପାଇଁ ଲୋକ ଡହଳ ବିକଳ ହେଉଛନ୍ତି କିନ୍ତୁ ଏଠି ମଦର ବନ୍ୟା ସୃଷ୍ଟି କରିଛନ୍ତି ରାଜ୍ୟ ସରକାର । ଦୁର୍ନୀତି, ଭ୍ରଷ୍ଟାଚାରରେ ଓଡିଶା ନଂ ୧ରେ ଅଛି । ବିଜେଡି ସରକାର ଗଣତନ୍ତ୍ରକୁ ହତ୍ୟା କରିଛି । ଦେଢ଼ କୋଟି ଓଡ଼ିଆ ଲୋକ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି । ୨୫ବର୍ଷର ନବୀନ ସରକାର ମା, ଉଭଣୀ, ସାଧାରଣ ଜନତାଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି । ବିଜେଡି ଦଳ କାର୍ଯ୍ୟକଳାପରେ ନେତାମାନେ ଅତିଷ୍ଠ ହୋଇ ବିଜେପିରେ ସାମଲି ହେଉଛନ୍ତି । ବିଜେପି ପରିବାରବାଦରେ ବିଶ୍ୱାସ କରେ ନାହିଁ ଲୋକତନ୍ତ୍ରରେ ବିଶ୍ୱାସ କରେ ବୋଲି ସାଂସଦ ଶ୍ରୀ ପ୍ରତାପ ଷଡଙ୍ଗୀ ମିଶ୍ରଣ ପର୍ବ ଅବସରରେ କହିଛନ୍ତି । ରାଜ୍ୟରେ ବିଜେଡି ସରକାର ମା’ମାନଙ୍କୁ ‘ଭୋଟ ବ୍ୟାଙ୍କ’ ଭାବେ ବ୍ୟବହାର କରି ଶାସନ ଗାଦିରେ ବସିଛି । ବିଜେଡି ଶାସନରେ ରହିବା ପାଇଁ ଓଡିଆ ଇଷ୍ଟଦେବ ଜଗନ୍ନାଥଙ୍କୁ ମଧ୍ୟ ଅପମାନିତ କରିବାରେ ପଛାଇନାହିଁ । ଆଗାମୀ ସାଧାରଣ ନିର୍ବାଚନରେ ଏକଜୁଟ ହୋଇ ବିଜେଡିର ଭ୍ରଷ୍ଟାଚାର ଶାସନକୁ ଗାଦିଚ୍ୟୁତ କରିବାର ସଂକଳ୍ପ ନେବା ସହିତ “ବିକଶିତ ଓଡ଼ିଶା” ଗଠନ କରିବାକୁ ବଦ୍ଧପରିକର ହେବା ପାଇଁ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରୀବ କଲ୍ୟାଣ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ, ପୂର୍ବତନ ରାଜ୍ୟ ସଭାପତି ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସମୀର ମହାନ୍ତି, ରାଜ୍ୟ ଉପସଭାପତି ତଥା ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ସନାତନ ବିଜୁଳି, ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, କାନ୍ଦରା ସୋରେନ, ରାଜ୍ୟ ଉପସଭାପତି ଡ.ଲେଖାଶ୍ରୀ ସାମଲନ୍ତସିଂହାର, ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସାଧାରଣ ସଂପାଦକ ସାରଦା ଶତପଥୀ, ଡ.ଯତୀନ ମହାନ୍ତି, ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ବିଭୂ ତରାଇ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଛବି ମଲ୍ଲିକ ପ୍ରମୁଖ ନେତୃବୃନ୍ଦ ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ ।