ଠିକା ନିଯୁକ୍ତି ସମୟରେ ସଂରକ୍ଷଣ ନିୟମକୁ ଠିକ୍ ଭାବରେ ପାଳନ କରାଯାଇନାହିଁ

ଭୁବନେଶ୍ୱର: ରାଜ୍ୟ ସରକାର ସ୍ଥାୟୀ ନିଯୁକ୍ତିରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ଖାଲି ପଡ଼ିଥିବା ପଦବୀ ସଂରକ୍ଷଣ ନୟିମ ଅନୁଯାୟୀ ତୁରନ୍ତ ପରୂଣ କରିବା ପାଇଁ ରାଜ୍ୟ ସରକାରଙ୍କ କଲ୍ୟାଣ ବିଭାଗ ସଚିବଙ୍କୁ ଭେଟି ଦାବୀ ରଖିଲେ କଂଗ୍ରେସ ଜନଜାତି ବିଭାଗର ଅଧ୍ୟକ୍ଷ ପୂର୍ବତନ ବିଧାୟକ ଭୁଜବଳ ମାଝି ଓ ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ବାଙ୍କନିଧି ବେହେରା । ପ୍ରକାଶ ଥାଉକି ରାଜ୍ୟ ସରକାର ନିକଟରେ ଠିକା ନିଯୁକ୍ତି ବାତିଲ କରି ୫୭ ହଜାର ଠିକା କମର୍ଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ଘୋଷଣା କରିଛନ୍ତି । କିନ୍ତୁ ଠିକା ନିଯୁକ୍ତି ସମୟରେ ସଂରକ୍ଷଣ ନିୟମକୁ ଠିକ୍ ଭାବରେ ପାଳନ କରାଯାଇନାହିଁ ଏବଂ ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ବହୁ ସରକାରୀ ପଦବୀ ଖାଲି ପଡ଼ିଥିବା ବେଳେ ମଧ୍ୟ ଦୀର୍ଘ ଦିନ ହେବ ସରକାର ଅବହେଳା ପ୍ରଦଶର୍ନ କରିଆସିଛନ୍ତି ଆଜି ପର୍ଯ୍ୟନ୍ତ ତାହା ପୂରଣ କରାଯାଇନାହିଁ । ୫୭ହଜାର ବାଦ୍ ଦେଇ ମଧ୍ୟ ରାଜ୍ୟରେ ଆହରୁି ଅନେକ ବିଭାଗର ଠିକା କର୍ମଚାରୀ ଏବେବି  କାର୍ଯ୍ୟରତ, ସେମାନଙ୍କ ସଂଖ୍ୟାପ୍ରାୟ ୫୦ହଜାରରୁ ଉର୍ଦ୍ଧ୍ୱ ହେବ । ଜାତୀୟ ସ୍ୱାସ୍ଥ୍ୟ ମିଶନରେ ପ୍ରାୟ ୧୦ହଜାର, ପ୍ରାଥମିକ ସ୍କୁଲରେ ଜୁନିଅର ଶକ୍ଷିକ ଭାବେ ୧୩ ହଜାର, ଓପେପାରେ ୬ହଜାର, ୨୦୨୦ ମସିହାରେ ନୂଆ ଗ୍ରାଣ୍ଟଇନଏ୍ଡ୍ ପଲସି ଅନୁଯାୟୀ ଶକ୍ଷିକ ଓ ଅଧ୍ୟାପକ ବିଭିନ୍ନ ସରକାରୀ ଯୋଜନାରେ କାର୍ଯ୍ୟରତ । ଏମାନଙ୍କ କଥାକୁ ବିଚାରକୁ ନେଇ ଏମାନଙ୍କ ସ୍ଥାୟୀ ନିଯୁକ୍ତି କରି ସଂରକ୍ଷଣ ଅନୁଯାୟୀ ପଦବୀ ପୂରଣ କରାଯିବା ପାଇଁ ଶ୍ରୀଯୁକ୍ତ ମାଝି ଓ ଶ୍ରୀଯୁକ୍ତ ବେହେରା, କଲ୍ୟାଣ ସଚବିଙ୍କ ନିକଟରେ ଦାବୀ ରଖଥିଲେ ।

Leave a Reply

Your email address will not be published. Required fields are marked *