ଆଇଟିଆଇରେ ଜୀବିକା ଦକ୍ଷତା ବିକାଶ ପ୍ରଶିକ୍ଷଣ

ନେଇ ଚୁକ୍ତିପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଆଇଟିଆଇରେ ଜୀବିକା ଦକ୍ଷତା ବିକାଶ ପ୍ରଶିକ୍ଷଣ ପ୍ରଦାନ ନେଇ ଇଡ଼୍‌କୋ ବୋର୍ଡ ରୁମ୍‌ଠାରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ କରାଯାଇଛି । ଟାଟା କମ୍ୟୁନିଟି ଇନିସିଏଟିଭ୍‌ ଟ୍ରଷ୍ଟ (ଟିସିଆଇଟି) ଏବଂ କଳିଙ୍ଗ ମାଇନିଙ୍ଗ୍‌ କର୍ପୋରେସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ (କେଏନ୍‌ସିପିଏଲ୍‌) ମଧ୍ୟରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଛି ।

ଏହି ପରିପ୍ରେକ୍ଷୀରେ ଅଶୋକ କୁମାର ମହାନ୍ତି, ମ୍ୟାନେଜିଂ ଡାଇରେକ୍ଟର, କେଏମ୍‌ସିପିଏଲ୍‌ ଏବଂ ଟାଟା ଷ୍ଟ୍ରାଇଭ୍‌ ପକ୍ଷରୁ ଅମେୟ ବନଜାରୀଙ୍କ ମଧ୍ୟରେ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି ।

ପୂର୍ବତନ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ, ଅଧ୍ୟକ୍ଷ, ସୁବ୍ରତ ବାଗ୍‌ଚୀ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଶାସନ ସଚିବ, ସଞ୍ଜୟ କୁମାର ସିଂଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ସଂପାଦିତ ହୋଇଛି ।

ଟାଟା ଷ୍ଟ୍ରାଇଭ୍‌ ଏବଂ କେଏମ୍‌ସିପିଏଲ୍‌ର ମିଳିତ ସହଯୋଗରେ ୨୦୧୯-୨୦ ଶିକ୍ଷାବର୍ଷ ନିମନ୍ତେ ୪୯ଟି ଆଇଟିଆଇର ପ୍ରାୟ ୨୭ ହଜାର ପ୍ରଶିକ୍ଷାର୍ଥୀଙ୍କୁ ଏହି ପ୍ରଶିକ୍ଷଣ ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି ।

ଏହି ପ୍ରଶିକ୍ଷଣ ଦ୍ୱାରା ଆଇଟିଆଇର ପ୍ରଶିକ୍ଷାର୍ଥୀଙ୍କୁ ଉନ୍ନତ ମାନର କଥୋପକଥୋନ, ପରିବେଶ ସୁରକ୍ଷା, ଇଂରାଜୀ କହିବା ଆଦି ଶିକ୍ଷା ଦିଆଯିବ ଯତ୍‌ଦ୍ୱାରା ସେମାନଙ୍କର ଆଗକୁ ଉତ୍ସାହ, ସାହାସ ଓ ଆତ୍ମବିଶ୍ୱାସ ବଢ଼ିବ ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସିଇଓ ଓଏସ୍‌ଡିଏ ତଥା ନିର୍ଦ୍ଦେଶକ, ନିୟୋଜନ ନିର୍ଦ୍ଦେଶାଳୟ, ରାଜେଶ ପ୍ରଭାକର ପାଟିଲ, ନିର୍ଦ୍ଦେଶକ, ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ, ନିର୍ମଳ ଚନ୍ଦ୍ର ମିଶ୍ରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Categories
KNOWLEDGE

RELATED BY

  • ଜେ.ଏନ୍.ୟୁ ବିଶ୍ୱବିଦ୍ୟାଳୟରୁ ପି.ଏଚ୍.ଡ଼ି ପାଇଲେ ଓଡ଼ିଆ ଝିଅ

    ନୂଆଦିଲ୍ଲୀ, (ଓ.ଏନ୍‍.ବ୍ୟୁରୋ) : ଓଡ଼ିଆ ଝିଅ ସୌମ୍ୟା ଶର୍ମିଷ୍ଠା ମଲ୍ଲିକ ଇତିମଧ୍ୟରେ ବିଶ୍ୱ ବିଖ୍ୟାତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀରୁ ସମାଜ ବିଜ୍ଞାନରେ ଡ଼କ୍ଟର ଅଫ ପିଲୋସଫି ଡ଼ିଗ୍ରୀ ହାସଲ କରିଛନ୍ତି । ପି.ଏଚ୍.ଡ଼ି ରେ ତାଙ୍କର ସନ୍ଦର୍ଭଟି ହେଉଛି...
  • ଟଙ୍କାକୁ ଯେମିତି ସମସ୍ତେ ଭଲ ପାଅ,ସେହିପରି ଗାନ୍ଧୀଙ୍କ ବାଣୀ ଓ ଉପଦେଶକୁ ପାଳନ କର

    ମହାତ୍ମା ଗାନ୍ଧୀ ଆମର ଶକ୍ତି । ଗାନ୍ଧୀ ବିନା ଆମ ଦୈନନ୍ଦିନ ଜୀବନରେ ବଞ୍ଚିବା, ଚଳିବା କଷ୍ଟକର କହିଲେ ଅତ୍ୟୁକ୍ତି ହେବ ନାହିଁ । ଗାନ୍ଧୀ ଏହି ପରି ଜଣେ ମହାପୁରୁଷ ଭାରତ ବର୍ଷର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ଚିତ୍ର...
  • ଆରକେଏସ ଭଦୌରିଆ ପରବର୍ତୀ ବାୟୁ ସେନା ମୁଖ୍ୟ ହେବେ

    ଭାରତ ସରକାର ପରବର୍ତୀ ବାୟୁ ସେନା ମୁଖ୍ୟ ଭାବେ ବର୍ତମାନର ବାୟୁସେନା ଉପ ମୁଖ୍ୟ ଏୟାର ମାର୍ଶାଲ ଆରକେଏସ ଭଦୌରିଆ, ପିଭିଏସଏମ, ଏଭିଏସଏମ, ଭିଏମ, ଏଡିସିଙ୍କୁ ନିଯୁକ୍ତି ଦେଇଛନ୍ତି । ତାଙ୍କୁ ବର୍ତମାନର ବାୟୁ ସେନା ମୁଖ୍ୟ ଚିଫ ଏୟାର...
  • ବିଶ୍ୱ ନିର୍ବାଚନ ସଂସ୍ଥାନ ସଂଘର ଅଧ୍ୟକ୍ଷ ଦାୟିତ୍ୱ ନେଲେ ସୁନୀଲ ଆରୋରା

    ମୁଖ୍ୟ ନିର୍ବାଚନ ଆୟୁକ୍ତ  ସୁନୀଲ ଆରୋରା ଆଜି ବିଶ୍ୱ ନିର୍ବାଚନ ସଂସ୍ଥାନ ସଂଘ (ଏଡବ୍ଲୁଇବି)ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ । ଏଥି ସହିତ ରୋମାନିଆ ନିକଟରୁ...