ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରୋତ୍ସାହନ ରାଶିକୁ ବୃଦ୍ଧି କରିବା ପାଇଁ ଗୁରୁତ୍ୱାରୋପ

ଜଙ୍ଗଲ ଓ ପରିବେଶ ବିଭାଗର ସମୀକ୍ଷା

ଭୁବନେଶ୍ୱର: ପରିବେଶ କେବଳ ଏକ ରାଜ୍ୟ ପ୍ରସଙ୍ଗ ନୁହେଁ ବରଂ ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ । ମାନବ ସଭ୍ୟତାର ଏବଂ ସମ୍ପୂର୍ଣ୍ଣ ଜୀବଜଗତର ଏହା ସ୍ଥିତିର ପ୍ରସଙ୍ଗ ।

ଜଙ୍ଗଲ ହେଉଛି ପରିବେଶର ଏକ ପ୍ରମୁଖ ଅଙ୍ଗ । ପରୋକ୍ଷଭାବେ କହିବାକୁ ଗଲେ ଜଙ୍ଗଲ ଓ ପରିବେଶ ବିଭାଗର ଏକ ଅନ୍ତର୍ଜାତୀୟ ସୁଦୂରପ୍ରସାରୀ ପ୍ରଭାବ ରହିଛି ।

ବ୍ୟାପକ ବୃକ୍ଷରୋପଣ ଓ ବନୀକରଣ ମାଧ୍ୟମରେ ପ୍ରାକୃତିକ ସମ୍ପଦ ପରିପୂର୍ଣ୍ଣ ଓଡ଼ିଶାର ସବୁଜିମାକୁ ଅକ୍ଷୁଣ୍ଣ ରଖିବା ନିମନ୍ତେ ଜଙ୍ଗଲ ଓ ପରିବେଶ ବିଭାଗ ସମ୍ମୁଖରେ ଅନେକ ଆହ୍ୱାନ ରହିଛି ।

ନିକଟ ଅତୀତରେ ଫନି ବାତ୍ୟାର ପ୍ରଭାବରେ ଉପକୂଳ ଓଡ଼ିଶାର ସବୁଜିମା ବ୍ୟାପକ ଧ୍ୱସ୍ତବିଧ୍ୱସ୍ତ ହୋଇଥିବାବେଳେ ବ୍ୟାପକ ବୃକ୍ଷରୋପଣ ତଥା ବନୀକରଣର ସଠିକ୍‌ ପରିଚାଳନା ଦିଗରେ ବିଭାଗୀୟ ଅଧିକାରୀମାନେ ଯତ୍ନବାନ ହେବା ଆବଶ୍ୟକ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ମତବ୍ୟକ୍ତ କରିଛନ୍ତି ।

ଆଜି ସ୍ଥାନୀୟ ଅରଣ୍ୟ ଭବନଠାରେ ଅନୁଷ୍ଠିତ ବିଭାଗର ଏକ ସମୀକ୍ଷା ବୈଠକରେ ବିଭାଗ ପକ୍ଷରୁ ଗ୍ରହଣ କରାଯାଉଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ଅନୁଧ୍ୟାନ କରି ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ଆରୁଖ ବିଭାଗର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ନୂତନ ପଦକ୍ଷେପ ଗ୍ରହଣ ସହିତ ଅଧିକ କ୍ରିୟାଶୀଳ ହେବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଛନ୍ତି ।

ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ କରାଯାଇଥିବା ସମସ୍ତ ନିର୍ମାଣ କାର୍ଯ୍ୟ ଟେଣ୍ଡର ପ୍ରକ୍ରିୟା ଦ୍ୱାରା ସଂପନ୍ନ କରିବା, ଜଙ୍ଗଲ ସଂରକ୍ଷଣ ଆଇନ-୧୯୮୦ରୁ ଧାରା ୪ ଅନୁଯାୟୀ ସୀମା ନିର୍ଦ୍ଧାରିତ ସଂରକ୍ଷିତ ଜଙ୍ଗଲକୁ ସଂରକ୍ଷିତ ଜଙ୍ଗଲରେ ପରିବର୍ତ୍ତିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା, ବୃକ୍ଷରୋପଣ ସହ ସଂପୃକ୍ତ ବ୍ୟକ୍ତି, ସଂସ୍ଥା ଓ ପଞ୍ଚାୟତକୁ ପ୍ରୋତ୍ସାହିତ କରିବା, ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କାରର ପ୍ରଚଳିତ ପ୍ରୋତ୍ସାହନ ରାଶିକୁ ବୃଦ୍ଧି କରିବା, ପରିବେଶ ପର୍ଯ୍ୟଟନ ଦ୍ୱାରା ଜଙ୍ଗଲ ଉପରେ ନିର୍ଭରଶୀଳ ଥିବା ବ୍ୟକ୍ତି/ପରିବାରକୁ ସଠିକ୍‌ ଭାବେ ଚିହ୍ନଟ କରି ସେମାନଙ୍କୁ ସଚେତନ କରିବା ନିମନ୍ତେ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରିବା, ପରିବେଶ ପର୍ଯ୍ୟଟନ ଉପରେ କଫି ଟେବୁଲ ପୁସ୍ତକ ପ୍ରକାଶ କରିବା, ମନୁଷ୍ୟ ଓ ବନ୍ୟଜନ୍ତୁ ମଧ୍ୟରେ ସର୍ବଦା ସଂଘର୍ଷ ଲାଗିଥିବାରୁ ଏହାର ପ୍ରତିକାର ପାଇଁ ସ୍ଥାୟୀ ଓ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରିବା, ଜିଏସ୍‌ଟି ଲାଗୁ ହେବା ପରେ କେନ୍ଦୁପତ୍ର ବିକ୍ରିମୂଲ୍ୟ କମିଥିବାରୁ ଏହାର ସମାଧାନ ସହ ଏହାକୁ ଲାଭଜନକ କରିବା ନିମନ୍ତେ ନୂତନ ସୂତ୍ର ନିର୍ଦ୍ଧାରଣ କରିବା ଇତ୍ୟାଦି ବିଭିନ୍ନ ପ୍ରସଙ୍ଗ ଉପରେ ମନ୍ତ୍ରୀ ଶ୍ରୀ ଆରୁଖ ଗୁରୁତ୍ୱାରୋପ କରିଥିଲେ ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ସବୁଜ ମହାନଦୀ ମିଶନ, ସବୁଜ ଓଡ଼ିଶା ମିଶନ, ନଦୀ ତଟବର୍ତ୍ତୀ ବନୀକରଣ, ପଥପାର୍ଶ୍ଵ ବନୀକରଣ, ଯୁଗ୍ମ ଜଙ୍ଗଲ ପରିଚାଳନା, କାମ୍ପା ଯୋଜନା, ବନ୍ୟଜନ୍ତୁ ପରିଚାଳନା, ପ୍ରାକୃତିକ ଜଙ୍ଗଲର ପୁନର୍ଜନନ, ପ୍ରଦୂଷଣ ବୋର୍ଡର ବିଭିନ୍ନ କାର୍ଯ୍ୟକ୍ରମ, ଫନୀ ପରବର୍ତ୍ତୀ ପଦକ୍ଷେପ ଭାବେ ବ୍ୟାପକ ବୃକ୍ଷରୋପଣ ଆଦି ଫଳପ୍ରଦ କାର୍ଯ୍ୟକ୍ରମଗୁଡ଼ିକରେ ବିଭାଗର କାର୍ଯ୍ୟାନଷ୍ଠୁ ।ନ ସଂପର୍କରେ ମନ୍ତ୍ରୀଙ୍କୁ ଅବଗତ କରିଥିଲେ ।

ପ୍ରାରମ୍ଭରେ ମନ୍ତ୍ରୀ ଶ୍ରୀ ଆରୁଖ ଅରଣ୍ୟ ଭବନର ତୃତୀୟ ମହଲାରେ ନବୀକୃତ ଡାଟା ସେଣ୍ଟର ଏବଂ ବନୀକରଣ ଶାଖା କାର୍ଯ୍ୟାଳୟର ଲୋକାର୍ପଣ କରିବା ସହ ବିଭାଗର ଅନ୍ୟାନ୍ୟ ଶାଖାଗୁଡ଼ିକ ପରିଦର୍ଶନ କରିଥିଲେ । ଆଜିର ଏହି ସମୀକ୍ଷା ବୈଠକରେ ପ୍ରଧାନ ମୁଖ୍ୟ ବନସଂରକ୍ଷକ ତଥା ବନବାହିନୀ ମୁଖ୍ୟ ଡ. ସନ୍ଦୀପ ତ୍ରିପାଠୀ, ପିସିସିଏଫ୍‌(ବନ୍ୟଜନ୍ତୁ) ଶ୍ରୀ ଅଜୟ କୁମାର ମହାପାତ୍ର, ପିସିସିଏଫ୍‌ ଶ୍ରୀ ସୁରେନ୍ଦ୍ର ପ୍ରସାଦ ମହାପାତ୍ର ତଥା ଜଙ୍ଗଲ ବିଭାଗର ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Categories
STATE
Newsroll

RELATED BY

  • ପେନସନ ଯୋଜନାରେ ୩୩ ଲକ୍ଷ ଅସଂଗଠିତ ଶ୍ରମିକ ସାମିଲ:କେନ୍ଦ୍ର ଶ୍ରମ ମନ୍ତ୍ରୀ

    ଆଜି ଭୁବନେଶ୍ୱର ଠାରେ ଆଂଚଳିକ ଶ୍ରମ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଦବୋଧନ ଦେଇ କେନ୍ଦ୍ର ଶ୍ରମ ଏବଂ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସନ୍ତୋଷ କୁମାର ଗଙ୍ଗୱାର କହିଛନ୍ତି ଯେ ‘ଶ୍ରମିକ’ମାନେ ଯୁଗ୍ମ ତାଲିକାରେ ଆସୁଛନ୍ତି ଏବଂ ଉଭୟ...
  • ରେଭେନ୍ସାରେ ବାପୁଜୀଙ୍କ ଜୀବନୀ ଆଧାରିତ ୫ ଦିନିଆ ପ୍ରଦର୍ଶନୀ

    କଟକ:ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ବ୍ୟୁରୋ ଅଫ୍ ଆଉଟରିଚ୍ କମ୍ୟୁନିକେସନ ପକ୍ଷରୁ ଆୟୋଜିତ ମଲ୍ଟିମିଡିଆ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଛି । କଟକ ଲୋକସଭା ସାଂସଦ ଶ୍ରୀ ଭର୍ତୃହରି ମହତାବ ମୁଖ୍ୟ ଅତିଥି ଭାବେ...
  • ହାରାହାରି ପରମାୟୁ କମାଇ ଦେଉଛି କି?

    ଢେଙ୍କାନାଳ: ଚିକାଗୋ ବିଶ୍ୱବିଦ୍ୟାଳୟର ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା AQLI ତଥ୍ୟ ଅନୁସାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୁସ୍ଥ ବାୟୁ ମାନକ ପାଳନ କରାଯାଇ ପାରିଲେ ଢେଙ୍କାନାଳର ଅଧିବାସୀ ମାନଙ୍କ ହାରାହାରି ପରମାୟୁ ଦୁଇ ବର୍ଷ ନଅ ମାସ...
  • ଗଣଦୁଷ୍କର୍ମ ଏବଂ ହତ୍ୟାକୁ ଲୁଚାଇବା ପାଇଁ ଯାଜପୁର ଏସପି ସାଜିଛନ୍ତି ଅପରାଧୀଙ୍କ ପ୍ରବକ୍ତା

    ଭୁବନେଶ୍ୱର: ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟା ପ୍ରସଙ୍ଗରେ ଯାଜପୁର ଏସପି ଚରଣଜିତ ସିଂହ ମୀନାଙ୍କର ବୟାନ ହେଉଛି ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ର ଓରଫ ନାଣ୍ଡୁକୁ ଖସାଇଦେବା ପାଇଁ ଚାଲିଥିବା ଷଡଯନ୍ତ୍ରର ଏକ...