ସମ୍ବଲପୁର : ସିଷ୍ଟମେଟିକ୍ ଭୋଟର ଶିକ୍ଷା ଏବଂ ନିର୍ବାଚନ ଅଂଶଗ୍ରହଣ କାର୍ଯ୍ୟକ୍ରମ, ଯାହା ସ୍ୱିପ୍ ନାମରେ ଜଣାଶୁଣା, ଭାରତରେ ଭୋଟର ଶିକ୍ଷା, ମତଦାତା ସଚେତନତା ପ୍ରସାର ଏବଂ ଭୋଟର ସାକ୍ଷରତାକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ନିର୍ବାଚନ ଆୟୋଗର ପ୍ରମୁଖ କାର୍ଯ୍ୟକ୍ରମ ଅଟେ । ୨୦୦୯ ମସିହାରୁ ଏହା ଭାରତର ଭୋଟରମାନଙ୍କୁ ପ୍ରସ୍ତୁତ କରିବା ଏବଂ ସେମାନଙ୍କୁ ନିର୍ବାଚନ ପ୍ରକ୍ରିୟା ସମ୍ବନ୍ଧୀୟ ମୌଳିକ ଜ୍ଞାନ ପ୍ରଦାନ କରିବା ଦିଗରେ କାର୍ଯ୍ୟ କରୁଛି ।
ସ୍ୱିପର ପ୍ରାଥମିକ ଲକ୍ଷ୍ୟ ହେଉଛି ସମସ୍ତ ଯୋଗ୍ୟ ନାଗରିକଙ୍କୁ ମତଦାନ କରିବାକୁ ଉତ୍ସାହିତ କରି ଏବଂ ନିର୍ବାଚନ ସମୟରେ ଏକ ସଚେତନ ନିଷ୍ପତ୍ତି ନେବା ଦ୍ୱାରା ଭାରତରେ ଏକ ପ୍ରକୃତ ଅଂଶୀଦାର ଗଣତନ୍ତ୍ର ଗଠନ କରିବା । ରାଜ୍ୟର ସାମାଜିକ-ଅର୍ଥନୈତିକ, ସାଂସ୍କୃତିକ ଓ ଜନସଂଖ୍ୟାଗତ ପ୍ରୋଫାଇଲ୍ ତଥା ପୂର୍ବ ପର୍ଯ୍ୟାୟ ନିର୍ବାଚନରେ ନିର୍ବାଚନୀ ଅଂଶଗ୍ରହଣର ଇତିହାସ ଏବଂ ତା’ର ଶିକ୍ଷଣ ଅନୁଯାୟୀ ଏହି କାର୍ଯ୍ୟକ୍ରମ ଏକାଧିକ ସାଧାରଣ ତଥା ଟାର୍ଗେଟ୍ ହସ୍ତକ୍ଷେପ ଉପରେ ଆଧାରିତ ।
ଆଜି ବୁର୍ଲାର “ଇଲେକ୍ଟୋରାଲ ଲିଟେରେସି କ୍ଲବ”, ଏନ.ଏ.ସି କଲେଜ ସହ ଜିଲ୍ଲା ପ୍ରଶାସନ young voters ଉତ୍ସାହିତ କରିବା ଏବଂ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ ସ୍ୱୀପ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଆଜିର କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ସୁଶାନ୍ତ କୁମାର ନାୟକ, ସ୍ୱିପ, ମତଦାନ ଅଧିକାର ଓ ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଭୋଟର ତାଲିକାରେ ପଞ୍ଜୀକରଣଠାରୁ ଆରମ୍ଭ କରି ଇ.ଭି.ଏମ୍ ମେସିନ ବ୍ୟବହାର କି ପରି କରା ହେବ ତାକୁ ଛାତ୍ରଛାତ୍ରୀ ମାନଙ୍କୁ ସ୍ପଷ୍ଟ ଭାବରେ ବୁଝାଇଲେ ।
ଡେପୁଟି କଲେକ୍ଟର ଶ୍ରୀ ଅଭିଷେକ କିଷାନ ଗଣତାନ୍ତ୍ରିକ ନିର୍ବାଚନର ସଫଳ ପରିଚାଳନାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ଭୋଟରଙ୍କ ସକ୍ରିୟ ଏବଂ ସୁଚିନ୍ତିତ ଅଂଶଗ୍ରହଣର ଗୁରୁତ୍ୱ ବିଷୟରେ କହିଥିଲେ । ସେ ଯୁବ ଭୋଟରମାନଙ୍କୁ କେବଳ ନିଜକୁ ଭୋଟ୍ ଦେବା ପାଇଁ ନୁହେଁ ବରଂ ଆଖପାଖ ଅଞ୍ଚଳ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଉତ୍ସାହିତ କରିଥିଲେ ।
କଲେଜ ପରିସରରେ ଏକ ଶୋଭାଯାତ୍ରା ମଧ୍ୟ ହୋଇଥିଲା ଯେଉଁଠାରେ ଛାତ୍ରମାନେ Pluck Card ଦେଖାଇ ଶୋଭାଯାତ୍ରା କରିଥିଲେ ।
ଏଥିରେ ଏନ.ଏ.ସି କଲେଜର Principal ସୁବନ୍ଦିତା ମିଶ୍ର, ନିର୍ବାଚନ ସାକ୍ଷରତା କ୍ଲବର ନୋଡାଲ ଅଫିସର ଡ. ପ୍ରିୟଦର୍ଶିନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଦୀପ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।