ଗାନ୍ଧୀଜୀଙ୍କ ୧୫୦ ତମ ରାଜ୍ୟ ଜୟନ୍ତୀ ପାଳନ ଉପଲକ୍ଷେ ସମୀକ୍ଷା ବୈଠକ

ସଂସ୍କୃତି ବିଭାଗ ନୋଡାଲ ଡିପାର୍ଟମେଣ୍ଟ ଭାବେ କାର୍ଯ୍ୟ କରିବ

ଭୁବନେଶ୍ୱର: ଜାତିର ଜନକ ମହାତ୍ମା ଗାନ୍ଧୀ ୧୮୬୯ ମସିହା ଅକେଫାବର ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଗାନ୍ଧୀଙ୍କ ଜନ୍ମର ୧୫୦ତମ ଜୟନ୍ତୀ ସମାରୋହ ୨୦୧୮ ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇ ୨୦୧୯ ଅକ୍ଟୋବର ୨ ତାରିଖରେ ଶେଷ ହେବ ।

ଏଥି ପାଇଁ ପ୍ରତ୍ୟେକ ରାଜ୍ୟ ସରକାର ଏହାକୁ ପାଳନ କରିବେ ଓ ଅନ୍ତର୍ଜାତୀୟ ସ୍ତରରେ ପାଳିତ ହେବ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛନ୍ତି । ସେହି ହେତୁ ଆଜି ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ, ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ନାୟକ, ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ନିର୍ମଳ ଚନ୍ଦ୍ର ମିଶ୍ର ଏବଂ ଉପରୋକ୍ତ ତିନିଗୋଟି ବିଭାଗର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।

ବୈଠକରୁ ପ୍ରାପ୍ତ ସୂଚନା ଅନୁଯାୟୀ ୨୦୧୮ ମସିହା ସେପ୍ଟେମ୍ବର ମାସରେ ଯେଉଁ ରାଜ୍ୟସ୍ତରୀୟ କମିଟି ଓ ଏହା ଅନ୍ତର୍ଗତ ସବ୍‌କମିଟି ଗଠନ କରାଯାଇଥିଲା, ସେହି ସବ୍‌କମିଟିଗୁଡ଼ିକ କିପରି ତ୍ୱରାନ୍ୱିତ ବେଗରେ କାମ କରିବେ ସେଥିପାଇଁ ବିହିତ ପଦକ୍ଷେପ ନିଆଯିବ ।

ଗାନ୍ଧୀ ଜୟନ୍ତୀ ପାଳନ ଆଉ ଖୁବ୍‌ କମ ଦିନ ରହୁଥିବାରୁ ଆବଶ୍ୟକ ସ୍ଥଳେ ଏହାର ପୁନର୍ଗଠନ ହୋଇପାରେ ।

ଦ୍ୱିତୀୟତଃ ଓଡ଼ିଶାକୁ ଗାନ୍ଧିଜୀ ଯେତେଥର ଆସିଛନ୍ତି ଓ ଯେଉଁ ଯେଉଁ ସ୍ଥାନରେ ରହଣି କରିଛନ୍ତି ସେଠାରେ ସଂପୃକ୍ତ ଜିଲ୍ଲାପାଳ ଓ ସଂସ୍କୃତି ଅଧିକାରୀଙ୍କ ମିଳିତ ଉଦ୍ୟମରେ ଉତ୍ସବ ପାଳନ କରାଯିବ ।

ଯେପରିକି ସ୍ୱରାଜ ଆଶ୍ରମ, ସତ୍ୟଭାମାପୁର, ତେଲେଙ୍ଗାପେଣ୍ଠ, ବାଲିଅନ୍ତା ନିକୁଞ୍ଜ ବିହାରୀ ମନ୍ଦିର, ବେରବୋଇଠାରେ ଉତ୍ସବ ପାଳନ କରାଯିବ ।

ଗାନ୍ଧିଙ୍କ ରହଣି ସ୍ଥାନ ଓ ପରିଦର୍ଶନ କରିଥିବା ବିଭିନ୍ନ ସ୍ଥାନକୁ ନେଇ ପର୍ଯ୍ୟଟନ ବିଭାଗ ସର୍କିଟ ଡେଷ୍ଟିନେସନ୍‌ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

୧୫୦ତମ ରାଜ୍ୟସ୍ତରୀୟ ଗାନ୍ଧୀଜୟନ୍ତୀ ସମାରୋହ ଉପଲକ୍ଷେ ଏଥି ସହ ସଂଶ୍ଳିଷ୍ଟ ଅନ୍ୟାନ୍ୟ ବିଭାଗର ସଚିବମାନଙ୍କର ଏକ ବୈଠକ ନିଆଯିବ । ଏହା ଅଲ୍‌-ସେକ୍ରେଟାରୀ ମିଟିଂରେ ଉପସ୍ଥାପିତ କରାଯିବ ।

ସଂସ୍କୃତି ବିଭାଗ ନୋଡାଲ ଡିପାର୍ଟମେଣ୍ଟ ଭାବେ କାର୍ଯ୍ୟ କରିବେ ।

ସଂସ୍କୃତି ବିଭାଗ ରାଜ୍ୟ ଅଭିଲେଖାଗାରରେ ଅଗଷ୍ଟ ୯ ତାରିଖରେ କ୍ରାନ୍ତି ଦିବସ ଦିନ ଗାନ୍ଧୀ ଚର୍ଚ୍ଚା ହେବ ଓ ଗାନ୍ଧିଜୀଙ୍କ ଆଗମନ ସଂପର୍କରେ ପ୍ରଦର୍ଶନୀ ଅନୁଷ୍ଠିତ
ହେବ ।

ଅଗଷ୍ଟ ୧୬ ତାରିଖରେ ବିଶିଷ୍ଟ ବିଦ୍ୱାନ ତଥା ଗାନ୍ଧୀବାଦୀ ବ୍ୟକ୍ତିତ୍ୱ କୁମାର ପ୍ରଶାନ୍ତ ଗାନ୍ଧୀଙ୍କ ସଂପର୍କରେ ବକ୍ତବ୍ୟ ରଖିବେ । ଅକ୍ଟୋବର ମାସର ସଂସ୍କୃତି ଚର୍ଚ୍ଚା ଓ ପୁସ୍ତକ ଚର୍ଚ୍ଚା ମହାତ୍ମା ଗାନ୍ଧୀଙ୍କ ପାଇଁ ସମର୍ପିତ ହେବ ।

Categories
KNOWLEDGE
Newsroll

RELATED BY

  • ଜେ.ଏନ୍.ୟୁ ବିଶ୍ୱବିଦ୍ୟାଳୟରୁ ପି.ଏଚ୍.ଡ଼ି ପାଇଲେ ଓଡ଼ିଆ ଝିଅ

    ନୂଆଦିଲ୍ଲୀ, (ଓ.ଏନ୍‍.ବ୍ୟୁରୋ) : ଓଡ଼ିଆ ଝିଅ ସୌମ୍ୟା ଶର୍ମିଷ୍ଠା ମଲ୍ଲିକ ଇତିମଧ୍ୟରେ ବିଶ୍ୱ ବିଖ୍ୟାତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀରୁ ସମାଜ ବିଜ୍ଞାନରେ ଡ଼କ୍ଟର ଅଫ ପିଲୋସଫି ଡ଼ିଗ୍ରୀ ହାସଲ କରିଛନ୍ତି । ପି.ଏଚ୍.ଡ଼ି ରେ ତାଙ୍କର ସନ୍ଦର୍ଭଟି ହେଉଛି...
  • ଟଙ୍କାକୁ ଯେମିତି ସମସ୍ତେ ଭଲ ପାଅ,ସେହିପରି ଗାନ୍ଧୀଙ୍କ ବାଣୀ ଓ ଉପଦେଶକୁ ପାଳନ କର

    ମହାତ୍ମା ଗାନ୍ଧୀ ଆମର ଶକ୍ତି । ଗାନ୍ଧୀ ବିନା ଆମ ଦୈନନ୍ଦିନ ଜୀବନରେ ବଞ୍ଚିବା, ଚଳିବା କଷ୍ଟକର କହିଲେ ଅତ୍ୟୁକ୍ତି ହେବ ନାହିଁ । ଗାନ୍ଧୀ ଏହି ପରି ଜଣେ ମହାପୁରୁଷ ଭାରତ ବର୍ଷର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ଚିତ୍ର...
  • ଆରକେଏସ ଭଦୌରିଆ ପରବର୍ତୀ ବାୟୁ ସେନା ମୁଖ୍ୟ ହେବେ

    ଭାରତ ସରକାର ପରବର୍ତୀ ବାୟୁ ସେନା ମୁଖ୍ୟ ଭାବେ ବର୍ତମାନର ବାୟୁସେନା ଉପ ମୁଖ୍ୟ ଏୟାର ମାର୍ଶାଲ ଆରକେଏସ ଭଦୌରିଆ, ପିଭିଏସଏମ, ଏଭିଏସଏମ, ଭିଏମ, ଏଡିସିଙ୍କୁ ନିଯୁକ୍ତି ଦେଇଛନ୍ତି । ତାଙ୍କୁ ବର୍ତମାନର ବାୟୁ ସେନା ମୁଖ୍ୟ ଚିଫ ଏୟାର...
  • ବିଶ୍ୱ ନିର୍ବାଚନ ସଂସ୍ଥାନ ସଂଘର ଅଧ୍ୟକ୍ଷ ଦାୟିତ୍ୱ ନେଲେ ସୁନୀଲ ଆରୋରା

    ମୁଖ୍ୟ ନିର୍ବାଚନ ଆୟୁକ୍ତ  ସୁନୀଲ ଆରୋରା ଆଜି ବିଶ୍ୱ ନିର୍ବାଚନ ସଂସ୍ଥାନ ସଂଘ (ଏଡବ୍ଲୁଇବି)ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ । ଏଥି ସହିତ ରୋମାନିଆ ନିକଟରୁ...