ଦେଶରେ ଏଲପିଜି ଆନ୍ଦୋଳନ କାରଣରୁ ୨୦ ପ୍ରତିଶତ ହୃଦଜନିତ ରୋଗ ହ୍ରାସ ପାଇଛି

ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ

ନୂଆଦିଲ୍ଲୀ: ଇଥାନଲ, ୨ଜି ଇଥାନଲ୍, ସିବିଜି(କମ୍ପ୍ରେସଡ୍ ବାୟୋଗ୍ୟାସ୍) ଏବଂ ବାୟୋଡିଜେଲ୍ ଦେଶର ତୈଳ ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବାରେ ସାହାଯ୍ୟ କରିବ ବୋଲି ଶନିବାର ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ବିଶ୍ୱ ଜୈବ ଇନ୍ଧନ ଦିବସର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବା ଏବଂ ଭାରତରେ ସ୍ଥାୟୀ ଉର୍ଜା ଭବିଷ୍ୟକୁ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦୃଷ୍ଟିକୋଣ ରହିଛି ।

୨୦୨୨ ସୁଦ୍ଧା ତୈଳ ପଦାର୍ଥରେ ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟକୁ ଲକ୍ଷ୍ୟ ଦେଇଥିବା ବେଳେ ଉତ୍ପାଦନକୁ ବୃଦ୍ଧି କରିବା, ଉର୍ଜା ଦକ୍ଷତାରେ ସୁଧାର, ସଂରକ୍ଷଣ ଓ ବିକଳ୍ପ ଇନ୍ଧନକୁ ପ୍ରୋତ୍ସାହନ ମାଧ୍ୟମରେ ଏହାକୁ ହାସଲ କରାଯାଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ସରକାର ଉର୍ଜାର ବୈକଳ୍ପିକ ସ୍ରୋତକୁ ବିସ୍ତୃତ ପରିପ୍ରକ୍ଷୀରେ ପ୍ରୋତ୍ସାହନ ଦେଉଛନ୍ତି ।

ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଚାରି ସ୍ତରୀୟ ଯଥା ଇଥାନଲ, ୨ଜି ଇଥାନଲ୍, ସିବିଜି ଏବଂ ବାୟୋଡିଜେଲ୍ ଉପରେ କାର୍ଯ୍ୟ କରୁଛି ।

ପେଟ୍ରୋଲରେ ଇଥାନଲ ସମ୍ମିଶ୍ରଣ ୧ ପ୍ରତିଶତରୁ ବୃଦ୍ଧି ପାଇ ପ୍ରାୟ ୮ ପ୍ରତିଶତରେ ପହଁଚିଲାଣି ଏବଂ ଖୁବଶୀଘ୍ର ଏହା ୧୦ ପ୍ରତିଶତକୁ ଛୁଇଁବାର ସମ୍ଭାବନା ରହିଥିବା ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି ଯେ ୨ଜି ଇଥାନଲ ଦିଗରେ ସରକାର, ପେଟୋଲିୟମ ମନ୍ତ୍ରାଳୟ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରାଳୟ ଯୋର ଦେଇଛନ୍ତି ।

ସ୍ୱଚ୍ଛ ଓ ସୁରକ୍ଷିତ ଇନ୍ଧନକୁ ପ୍ରତି ଘରେ ଘରେ ପହଁଚେଇବା ସରକାରଙ୍କ ଲକ୍ଷ୍ୟ ରହିଛି ।

କମ୍ପ୍ରେସଡ୍ ବାୟୋଗ୍ୟାସ କ୍ଷେତ୍ରରେ ଦେଶର ୪୦୦ ଜିଲ୍ଲାରେ ସିଟି ଗ୍ୟାସ ବିତରଣ(ସିଜିଡି) ନେଟୱାର୍କ ପ୍ରତିଷ୍ଠା ହୋଇଥିବା ବେଳେ ସିବିଜି ପ୍ଲାଂଟ ପ୍ରତିଷ୍ଠା ପାଇଁ ୩୦୦ରୁ ଉର୍ଦ୍ଧ୍ଵ କମ୍ପାନୀକୁ ଲେଟର ଅଫ୍ ଇନ୍ଟେଂଟ୍ ଦିଆଯାଇଛି ।

ଚଳିତ ବଜେଟରେ ଦେଶର ଅନ୍ନ ଦାତା ଉର୍ଜା ଦାତା ବନିବେ ବୋଲି ସରକାର ଘୋଷଣା କରିଛନ୍ତି ।

ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଶବ୍ଦରେ ବାୟୋଡିଜେଲକୁ ବର୍ଣ୍ଣନା କରିଥିବା ବେଳେ ଏହା ଲୋକଙ୍କ ମଧ୍ୟରେ ସାକାର ହୋଇଥିବା ପରିଲକ୍ଷିତ ହୋଇଛି ।

ଆଗାମୀ ଦିନରେ ବାୟୋଡିଜେଲକୁ ଏକ ବିକଳ୍ପିକ ଇନ୍ଧନର ବ୍ୟବସାୟିକ ମଡେଲ ଭାବରେ ଠିଆ କରିବାର ଆଭିମୁଖ୍ୟ ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ସେହପରି ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୮ କୋଟି ଉପଭୋକ୍ତା ଲକ୍ଷ୍ୟ ହାସଲ କରାଯିବ ।

ଏହି ଯୋଜନା ପରିବେଶ ଉପଯୋଗୀ, ଅର୍ଥନୀତି, ସମାଜ ଏବଂ ସ୍ୱାସ୍ଥ୍ୟ ପ୍ରତି ସହାୟକ ହୋଇଛି ।

ନିକଟରେ ଇଣ୍ଡିଆନ୍ ଚେଷ୍ଟ ସୋସାଇଟି ରିପୋର୍ଟ ଅନୁଯାୟୀ ଭାରତରେ ଏଲପିଜି ଆନ୍ଦୋଳନ କାରଣରୁ ୨୦ ପ୍ରତିଶତ ହୃଦଜନିତ ରୋଗ ହ୍ରାସ ପାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଉଲ୍ଲେଖନୀୟ ଯେ, ଆଜିର କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଏବଂ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହ ଜାତୀୟ ତୈଳ ମାର୍କଟ୍ କମ୍ପାନୀଙ୍କ ବ୍ୟବହୃତ ରନ୍ଧନ ତୈଳରୁ ବାୟୋଡିଜେଲ ସଂଗ୍ରହ କରିବା ପରିପ୍ରେକ୍ଷୀରେ ଏକ୍ସପ୍ରେସନ୍ ଫର୍ ଇନଟ୍ରେଷ୍ଟ୍(ଇଓଆଇ)କୁ ଉନ୍ମୋଚନ କରିଥିଲେ ।

ଏହାବ୍ୟତୀତ ଏହି ଅବସରରେ ଆରୟୁସିଓ (ରିପ୍ରୋପୋଜ ୟୁଜଡ୍ କୁକିଂ ଅଏଲ୍)ର ଏକ ଷ୍ଟିକରର ଉନ୍ମୋଚନ କରିବା ସହ ୟୁସିଓର ସଂଗ୍ରହକୁ ତ୍ୱରାନ୍ୱିତ କରିବା ପାଇଁ ଏକ ମୋବାଇଲ ଆପର ମଧ୍ୟ ଶୁଭାରମ୍ଭ କରିଥିଲେ ।

Categories
BUSINESS

RELATED BY

  • ୧୩ ହଜାର କୋଟି ଟଙ୍କା ପୁଞ୍ଜି ନବେଶ କରି ୨୬୫୦ କିମିର ଗ୍ୟାସ୍ ଗ୍ରୀଡ୍ ନେଟୱାର୍କ ପ୍ରସ୍ତୁତ କରାଯିବ

    ଭୁବନେଶ୍ୱର:ଝାଡଖଣ୍ଡରେ ଆଜି ଏକ ଐତିହାସିକ ଦିନ କାରଣ ରାଜ୍ୟରେ ପରିବେଶ ସହଯୋଗୀ ପିଏନଜି ଏବଂ ସିଏନଜି ଗ୍ୟାସ୍ ପାଇବାର ଥିବା ଲୋକଙ୍କ ସ୍ୱପ୍ନ ପୂରଣ ହୋଇଛି ବୋଲି ଝାଡଖଣ୍ଡର ରାଞ୍ଚି ଠାରେ ଶୁକ୍ରବାର ପିଏମ୍ ଉର୍ଜା ଗଙ୍ଗା ପ୍ରକଳ୍ପ ଅଧୀନରେ...
  • ଇସ୍ପାତ ଉତ୍ପାଦନ ବୃଦ୍ଧି ପାଇଁ ନୂଆ ରୋଡମ୍ୟାପ୍

    ନୂଆଦିଲ୍ଲୀ: ଇସ୍ପାତର ଦ୍ରୁତ ଚାହିଦା ପରିପ୍ରକ୍ଷୀରେ ବୁଧବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଇସ୍ପାତ୍ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ, ଯୁଗ୍ମ ପ୍ଲାଂଟ୍ କମିଟି ଏବଂ ସିଆର୍ଆଇଏସ୍ଆଇଏଲ୍ର ପ୍ରମୁଖ ଅଧିକାରୀ...
  • ଓଡ଼ିଶାରେ ଜିଓ ଗ୍ରାହକ ସଂଖ୍ୟା ୧ କୋଟି ଟପିଲା

    ଭୁବନେଶ୍ୱର: ଏକ ଉଲ୍ଲେଖନୀୟ ସଫଳତା ପୂର୍ବକ ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ଓ ଏବେ ଦେଶର ସର୍ବବୃହତ ମୋବାଇଲ ସେବା ପ୍ରଦାନକାରୀ ହୋଇଥିବା ରିଲାଏନ୍ସ ଜିଓର ଓଡ଼ିଶା ଟେଲିକମ ସର୍କଲରେ ଗ୍ରାହକ ସଂଖ୍ୟା ୧୦ ନିୟୁତରୁ (୧ କୋଟି) ଅଧିକ ହୋଇଥିବା...
  • ଅଚାନକ ଖଦି ବୋର୍ଡ ପରିଦର୍ଶନ

    ଭୁବନେଶ୍ୱର: ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଗୃହ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର ଆଜି  ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ କାର୍ଯ୍ୟାଳୟକୁ ଅପ୍ରତ୍ୟାଶିତ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ଖଦି ବୋର୍ଡର ସଚିବ ଶ୍ରୀ ସରୋଜ କୁମାର...