
ଇଂ. ପି.କେ.ମିଶ୍ର ଜୀ ଜଣେ ଧାତୁ ବିଜ୍ଞାନୀ । ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ରୋମାନିଆ ସହିତ ଅନେକ ଦେଶ ପାଇଁ ଇସ୍ପାତ ଉତ୍ପାଦନ ଓ ଧାତୁ ବିଜ୍ଞାନର ବିକାଶ ପାଇଁ କାର୍ଯ୍ୟ କରିଛନ୍ତି ।

୧୯୮୪ ମସିହାରୁ ବିଦେଶ ଛାଡ଼ି ଭାରତରେ ଇସ୍ପାତ ଶିଳ୍ପର ବିକାଶ ପାଇଁ କାର୍ଯ୍ୟ କରୁଥିଲେ । ଏଥି ସହିତ ସେ ଦେଶର ସାମ୍ବାଦିକମାନଙ୍କ ପାଇଁ କାର୍ଯ୍ୟ କରୁଥିବା ନ୍ୟାସନାଲ ମିଡ଼ିଆ ଫାଉଣ୍ଡେସନ, ନୂଆ ଦିଲ୍ଲୀର ମୁଖ୍ୟ ପରାମର୍ଶ ଦାତା ଥିଲେ ।

ତାଙ୍କର ଉଦ୍ୟମରେ ଛତିଶଗଡ଼ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ କାର୍ଯ୍ୟକାରୀ ହେଉଛି । ଛତିଶଗଡ଼ରେ କଂଗ୍ରେସ ଶାସନ ଥିବାବେଳେ ସେଠିକାର ଶିଳ୍ପ ମନ୍ତ୍ରୀ କାୱାସୀ ଲଖମାଙ୍କ ପାଖରେ ଦାବି ରଖି ମୁଖ୍ୟମନ୍ତ୍ରୀ ଭୂପେଷ ବାଘେଲ ଦ୍ବାରା ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରାଇଥିଲେ । ସାମ୍ବାଦିକ ସୁରକ୍ଷା ଆଇନ କାର୍ଯ୍ୟକାରୀ କରିବାରେ ଛତିଶଗଡ଼ ଭାରତର ଦ୍ଵିତୀୟ ରାଜ୍ୟ ।

ସ୍ଵର୍ଗତ ଇଂ. ପି.କେ.ମିଶ୍ର ମିଡ଼ିଆ ପ୍ରେମୀଥିଲେ ।
ତାଙ୍କ ଦ୍ବାରା ଯାଜପୁରରେ ପ୍ରଥମ ଘରୋଇ ଷ୍ଟିଲ ପ୍ଲାଣ୍ଟ ମେସ୍କୋ ଏବଂ ଦ୍ବତୀୟ ଷ୍ଟିଲ ପ୍ଲାଣ୍ଟ ଭୂଷଣ ପାୱାର ଏବଂ ଷ୍ଟିଲ୍ ସ୍ଥାପନ ହୋଇପାରିଛି ।
ତାଙ୍କ ମାର୍ଗଦର୍ଶନରେ ଅନେକ ଇସ୍ପାତ ପ୍ରକଳ୍ପ ନିର୍ମାଣ ହୋଇଛି ।
୧୯୭୫ ମସିହାରେ ଓଡ଼ିଶା ସରକାରଙ୍କ ଗୃହ ସଚିବ ଥିବା ସ୍ଵର୍ଗତ ପଦ୍ମନାଭ ମିଶ୍ରଙ୍କ ସେ କନିଷ୍ଠ ପତ୍ର ।
ଇଂରେଜ ଶାସନ ସମୟରେ ରେଭେନ୍ସା ମହାବିଦାଳୟର ପଦାର୍ଥ ବିଜ୍ଞାନର ବିଭାଗୀୟ ମୁଖ୍ୟ ପ୍ରଫେସର ରାୟ ବାହାଦୁର ନାରାଣୟ ମିଶ୍ରଙ୍କ ସେ ନାତି ।

ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସହିତ ପଦ୍ମନାଭ ମିଶ୍ରଙ୍କ ପରିବାରର ନିବିଡ଼ ସଂପର୍କ ଥିଲା ।
ଓଡ଼ିଶାର ଅନେକ ମୁଖ୍ୟମନ୍ତ୍ରୀ ତାଙ୍କ ଖାରବେଳ ନଗର ନିବାସ ସହିତ ମଧୁର ସଂପର୍କ ରଖିଥିଲେ ।
ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ସହିତ ପ୍ରଫେସର ନାରାୟଣ ମିଶ୍ରଙ୍କ ସଂପର୍କ ଲେଖିଲେ ସରିବ ନାହିଁ ।
ଗର୍ବ, ଅହଂକାର,ପ୍ରଚାର-ପ୍ରସାର ପ୍ରେମୀ ନଥିବା ମିଶ୍ର ପରିବାର ଓଡ଼ିଶା ପାଇଁ ଏକ ରତ୍ନ ।

ସୂଚନା ଯୋଗ୍ୟ ଯେ ପି.କେ.ମିଶ୍ର ୧୫ ଅଗଷ୍ଟ ୧୯୪୭ ମସିହା ସ୍ଵାଧିନତା ଦିବସ ଦିନ ଲାଲକିଲ୍ଲାରେ ତ୍ରିରଙ୍ଗା ଉଡୁଥିବା ବେଳେ ପୁରୀ ଠାରେ ଜନ୍ମ ଗ୍ରହଣ କରିଥିଲେ ।
୨୫ ମଇ ଭୋର ବା ୨୬ ମଇ ୨୦୨୪ କୁହାଯାଇପାରେ ସେହି ତାରିଖରେ ଭୁବନେଶ୍ଵରର ଆପୋଲ ହସପିଟାଲ୍ ରେ ପ୍ରାଣତ୍ୟାଗ – ମୃତ୍ୟୁ ହୋଇଛି । ପୁରୀ ସ୍ଵର୍ଗଦ୍ଵାର ଠାରେ ୨୭ ତାରିଖ ଦିନ ଅପରାହ୍ନ ପ୍ରାୟ ୪ଟା ବେଳେ ଅନ୍ତିମ ସଂସ୍କାର କରାଯାଇଥିଲା ।

ତାଙ୍କର ଦୁଇ ଝିଅ ଏବଂ ଗୋଟାଏ ପୁଅ ଅଛନ୍ତି । ବଡ ଜ୍ଵାଇଁ-ଝିଅ ଲଣ୍ଡନରେ ରହୁଥିବା ବେଳେ ସାନ ଜ୍ଵାଇଁ-ଝିଅ ଭୁବନେଶ୍ଵରରେ ଅଛନ୍ତି ।
ସାନ ପୁଅ – ବୋହୁ ଏବଂ ସ୍ଵର୍ଗତ ମିଶ୍ରଙ୍କ ଧର୍ମପତ୍ନୀ କଟକରୋଡ଼ ସ୍ଥିତ ଜୟଦୁର୍ଗା ନଗରରେ ରହୁଛନ୍ତି ।

ସ୍ଵର୍ଗତ ପ୍ରଭାତ କୁମାର ମିଶ୍ରଙ୍କୁ, ଓଡ଼ିଶା ନ୍ୟୁଜ୍ ଏବଂ ନ୍ୟାସନାଲ ମିଡ଼ିଆ ଫାଉଣ୍ଡେସନ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଚ୍ଛି ।
ସମୀର କୁମାର ସିଂହ, ମହାସଚିବ, ଏନଏମ୍ଏଫ, ନୂଆଦିଲ୍ଲୀ ।